Categories: ଖେଳ

ଜଣେ ଇଞ୍ଜିନିୟରରୁ ଭାରତର ସଫଳତମ ବୋଲର୍‌

ଭାରତୀୟ କ୍ରିକେଟ ଦଳରେ ‘ଜମ୍ବୋ’ ନାମରେ ପରିଚିତ ଅନିଲ କୁମ୍ବଲେ ଆଜି ୪୯ ବର୍ଷରେ ପଦାର୍ପଣ କରିଛନ୍ତି। ଭାରତୀୟ ଦଳର ପୂର୍ବତନ କୋଚ ଥିବା ଅନିଲ କୁମ୍ବଲେ ଜଣେ ସ୍ପିନର୍‌ ଭାବେ ଭାରତ ପାଇଁ ଅନେକ ରେକର୍ଡ ହାସଲ କରିଛନ୍ତି। କିନ୍ତୁ ଜାଣିଛନ୍ତି କି କୁମ୍ବଲେ ପାଠପଢାରେ ମଧ୍‌ୟ ବେଶ୍‌ ଭଲ ଥିଲେ। ସେ ମେକାନିକାଲ ଇଞ୍ଜିନିୟରିଂ ମଧ୍ୟ କରିଥିଲେ। କିନ୍ତୁ କ୍ରିକେଟ ନିଶା ଯୋଗୁ ସେ ପାଠପଢା ଛାଡିଦେଇଥିଲେ। ପ୍ରଥମେ ଦ୍ରୁତ ବୋଲର୍‌ ଭାବେ କ୍ୟାରିୟର୍‌ ଆରମ୍ଭ କରିଥିଲେ କିନ୍ତୁ ପରେ ସେ ସ୍ପିନ୍‌ ବୋଲିଂ କରି ସଫଳତା ଅର୍ଜନ କରିଥିଲେ। ୧୯୯୯ ମସିହା ଫେବୃଆରୀ ୭ରେ ଫିରୋଜଶାହ କୋଟଲା ଷ୍ଟାଡିୟମରେ ପାକିସ୍ତାନ ବିପକ୍ଷରେ ସେ ଗୋଟିଏ ଇନିଂଶରେ ୧୦ଟି ଉଇକେଟ୍‌ ନେଇ ବିଶ୍ୱରେକର୍ଡ ହାସଲ କରିଥିଲେ। ସେ ଭାରତ ପାଇଁ ୧୩୫ଟି ଟେଷ୍ଟ ଖେଳି ୬୧୯ଟି ଉଇକେଟ୍‌ ନେଇଥିବାବେଳେ ୨୭୧ଟି ଏକଦିବସୀୟ ମ୍ୟାଚରେ ୩୩୭ଟି ଉଇକେଟ୍‌ ନେଇଛନ୍ତି।

Share