ଜଟଣୀ: ୧୯ ବିଦେଶ ଫେରନ୍ତା ହୋମ୍‌ ଆଇସୋଲେଶନ୍‌ରେ

ଜଟଣୀ/ଯାଁଳା,୨୨।୩(ଡି.ଏନ.ଏ.): ଜଟଣୀ ଥାନା ଅଞ୍ଚଳକୁ ଆଉ ୩ ଜଣ ବିଦେଶରୁ ଫେରିଥିବା ଶନିବାର ଜଣାପଡ଼ିଥିଲା। ସେମାନଙ୍କୁ ହୋମ୍‌ ଆଇସୋଲେଶନ୍‌ରେ ରଖାଯାଇଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଜିତେନ୍ଦ୍ର କୁମାର ପଣ୍ଡା କହିଛନ୍ତି। ଏହି ୩ ଜଣଙ୍କୁ ମିଶାଇ ଜଟଣୀରେ ୧୯ ଜଣ ବିଦେଶ ଫେରନ୍ତା ହୋମ୍‌ ଆଇସୋଲେଶନ୍‌ରେ ରହିଛନ୍ତି। ସେମାନଙ୍କୁ ଧାରାବାହିକ ଭାବେ କାଉନ୍‌ସେଲିଂ କରାଯିବା ସହ ବିଭିନ୍ନ ପ୍ରକାର ପରାମର୍ଶ ଦିଆଯାଉଛି। ସ୍ବାସ୍ଥ୍ୟକେନ୍ଦ୍ରରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲା ଯାଇଥିବା ସେ ସୂଚନା ଦେଇଛନ୍ତି।

କରୋନା ଭୂତାଣୁ ମୁକାବିଲା ପାଇଁ ଶନିବାର ଅପରାହ୍ନରୁ ଜଟଣୀ ଅଞ୍ଚଳରେ ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା। ସନ୍ଧ୍ୟା ପରଠାରୁ ରାସ୍ତାରେ ଲୋକଙ୍କ ଚଳପ୍ରଚଳ କମି ଯାଇଛି। କେବଳ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରୟ କରୁଥିବା ଦୋକାନ ଆଗରେ କେତେଜଣଙ୍କୁ ଦେଖିବାକୁ ମିଳିଥିଲା। ସରକାରଙ୍କ ନିର୍ଦ୍ଦେଶନାମା ମୁତାବକ ଅତ୍ୟାବଶ୍ୟକ ସାମଗ୍ରୀ ଛାଡ଼ି ଅନ୍ୟ ଦୋକାନ ବନ୍ଦ ରହିଛି। ମ୍ୟୁନିସିପାଲିଟି ଓ ଜଟଣୀ ଥାନା ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ୱାରା ଏହି ଭୂତାଣୁର ମୁକାବିଲା ପାଇଁ କିପରି ସତର୍କତା ଅବଲମ୍ବନ କରାଯିବ ସେ ନେଇ ପ୍ରଚାର କରାଯାଇଥିଲା। ଜଟଣୀ ଥାନା ଅଧୀନ ଯାଁଳା ଫାଣ୍ଡି ଅଞ୍ଚଳରେ ମଧ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ତପନ କୁମାର ମହାପାତ୍ର କୁହନ୍ତି, ସରକାରଙ୍କ ସମସ୍ତ ନିର୍ଦ୍ଦେଶନାମାକୁ ପାଳନ କରାଯାଉଛି। ସେଥିପାଇଁ ବ୍ୟାପକ ପ୍ରଚାର ପ୍ରସାର କରାଯାଉଛି। ତେବେ ଖାଦ୍ୟ ସାମଗ୍ରୀ ମିଳୁଥିବା ହୋଟେଲଗୁଡିକରେ ଯେପରି ୭ ଜଣରୁ ଅଧିକ ଗ୍ରାହକ ସମାବେଶ ନ ହେବ, ରହିଥିବା ନିୟମ ଅନୁଯାୟୀ ବ୍ୟବଧାନ ନିର୍ବାହ କରିବେ ସେଥିପାଇଁ ହୋଟେଲଗୁଡ଼ିକ ଉପରେ ସତର୍କ ଦୃଷ୍ଟି ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

ମହାନଦୀରେ ଡଙ୍ଗାବୁଡି ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୪: ମହାନଦୀରେ ଡଙ୍ଗା ବୁଡିବା ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri