ଜଟଣୀ ବାଇପାସ୍‌ ନିକଟରେ ଅବକାରୀ ଗୁଇନ୍ଦା ବିଭାଗର ଚଢ଼ାଉ: ୧୦ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ଜଣେ ଗିରଫ

ଖୋର୍ଦ୍ଧା ଅଫିସ,୨୬।୫: କଟକ ଅବକାରୀ ଗୁଇନ୍ଦା ବିଭାଗ ବୁଧବାର ଜଟଣୀ ବାଇପାସ ଛକ ନିକଟରେ ଚଢ଼ାଉ କରି ୧୦୫ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଘଟଣାରେ ଏସ୍‌.କେ.ସରିଫ ନାମକ ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ଗିରଫ ଯୁବକଙ୍କ ନିକଟରୁ ୨ହଜାର ଟଙ୍କା ଓ ଗୋଟିଏ ବନ୍ଧୁକ ମଧ୍ୟ ଜବତ କରାଯାଇଛି। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧୦ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ଅଧିକାରୀ ଜଗଦୀଶ ଚନ୍ଦ୍ର ସାମଲ କହିଛନ୍ତି ।