ଜଜାଙ୍ଗ ଖଣିରେ ବିଦ୍ରୋହସହସ୍ରାଧିକ ଶ୍ରମିକ ବନ୍ଦ କଲେ ଖଣିବ୍ୟାପକ ପୋଲିସଫୋର୍ସ ମୁତୟନ

ଯୋଡ଼ା, ୨୭।୫(ଡି.ଏନ.ଏ.)-କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ଜଜାଙ୍ଗ ଖଣିରେ ବର୍ଦ୍ଧିତ ଦରମା ପ୍ରଦାନ ଦାବୀରେ ସୋମବାର ସହସ୍ରାଧିକ ଶ୍ରମିକ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ଉକ୍ତ ଖଣିରେ କାର୍ଯ୍ୟ କରୁଥିବା ଶ୍ରମିକ ବିଦ୍ୟାଧର ପାତ୍ର, ରତ୍ନାକର ହଂସ, ଗଣେଶ ପାତ୍ର ପ୍ରମୁଖ ଅଭିଯୋଗରେ କହିଛନ୍ତି ଯେ, ଖଣି କମ୍ପାନୀ, ଆସିଷ୍ଟାଣ୍ଟ ଲେବର କମିଶନର ଓ ଖଣିର ସ୍ବୀକୃତିପ୍ରାପ୍ତ ଶ୍ରମିକ ସଙ୍ଗଠନ ମଧ୍ୟରେ ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା। ଚୁକ୍ତି ଅନୁଯାୟୀ ପ୍ରତି ୪ବର୍ଷରେ ବାର୍ଷିକ ବର୍ଦ୍ଧିତ ଦରମା ଶ୍ରମିକ ମାନଙ୍କୁ ଦିଆଯିବା ପାଇଁ ସ୍ଥିର ହୋଇଥିଲା।
ଏହି କମ୍ପାନୀ ୨୦୧୨ ମସିହାରେ ଏହି ବର୍ଦ୍ଧିତ ଦରମା ମଧ୍ୟ ଶ୍ରମିକମାନଙ୍କୁ ଦେଇସାରିଛି। ତେବେ ଆଜିକୁ ୪ବର୍ଷ ବିତିଯାଇଥିଲେ ହେଁ କମ୍ପାନୀ ଏହି ବର୍ଦ୍ଧିତ ଦରମା ପ୍ରଦାନ କରୁ ନାହିଁ। ଏ ନେଇ ଶ୍ରମିକମାନେ କମ୍ପାନୀ ଓ ଶ୍ରମିକ ସଙ୍ଗଠନର ଦୃଷ୍ଟି ଆକର୍ଷଣ କରିବାରୁ ଚଳିତ ନିର୍ବାଚନ ପରେ ଏହା ପ୍ରଦାନ କରାଯିବାର ପ୍ରତିଶ୍ରୁତି ଦିଆଯାଇଥିଲା। ନିର୍ବାଚନ ଶେଷ ହୋଇଯାଇଥିଲେ ହେଁ କମ୍ପାନୀ କର୍ତ୍ତୃପକ୍ଷ ଏହାର କୌଣସି ସମାଧାନ ନ କରିବାରୁ ବାଧ୍ୟ ହୋଇ ଖଣିରେ କାର୍ଯ୍ୟ କରୁଥିବା ପ୍ରାୟ ୧୮ଶହରୁ ଊର୍ଦ୍ଧ୍ୱ ଶ୍ରମିକ ରବିବାର ପୂର୍ବାହ୍ନ ୧୧ଟାରୁ କାର୍ଯ୍ୟବନ୍ଦ କରି ଖଣିର ଫାଟକ ସମ୍ମୁଖରେ ବସିରହିଥିଲେ। ଘଟଣାସ୍ଥଳରେ ଯୋଡ଼ା ଆଇଆଇସି ମନୋଜ ରାଉତ, ବାମେବାରୀ ଥାନା ଅଧିକାରୀ ପରେଶ କୁମାର ମହାନ୍ତି ପୋଲିସ ଫୋର୍ସ ସହିତ ପହଞ୍ଚି ଆନ୍ଦୋଳନକାରୀ ଶ୍ରମିକଙ୍କ ସହିତ ଆଲୋଚନା କରିଥିଲେ। ତେବେ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ ସମ୍ପର୍କରେ ଲିଖିତଭାବେ ପୋଲିସକୁ କିମ୍ବା କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଜଣାଇ ନ ଥିବା ଆଇଆଇସି ମନୋଜ ରାଉତ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ରବିବାର ଠାରୁ ଏହି ଆନ୍ଦୋଳନ ହୋଇଥିଲେ ହେଁ କମ୍ପାନୀ କର୍ତ୍ତୃପକ୍ଷ କିଛି ଶୁଣୁ ନ ଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି। ଏହାର ସମାଧାନ କରା ନ ଗଲେ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ଶ୍ରମିକମାନେ ଚେତାବନୀ ଦେଇଛନ୍ତି। ଶ୍ରମିକଙ୍କ ଦାବି ସମ୍ପର୍କରେ ଆଲୋଚନା କରି ଏହାର ସମାଧାନ କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri