ଜଙ୍ଗଲ ରାଜାକୁ ମିଳୁନି ଖାଦ୍ୟ: ବ୍ୟଥିତ କରୁଛି ଭାଇରାଲ ଫଟୋ

ଖାର୍ତୁମ,୨୧।୧: ନର୍ଥ ଆଫିକ୍ରାର ସୁଦାନରେ ଥିବା ଏକ ଚିଡିଆଘରର ଦୃଶ୍ୟ ଏବେ ସମସ୍ତଙ୍କୁ ବ୍ୟଥିତ କରିଛି। ସିଂହ ଜଙ୍ଗଲର ରାଜା ହୋଇଥିବା ବେଳେ ସୁଦାନର ଖାର୍ତୁମରେ ଥିବା ଏକ ଚିଡିଆଖାନାରେ ଏମାନେ ଯେମିତି ଅସହାୟ ହୋଇପଡିଛନ୍ତି। ଏମିତି କିଛି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। କୁହାଯାଉଛି ଏହି ଚିଡିଆଖାନାରେ ୫ ସିଂହ କୁପୋଷଣର ଶିକାର ହୋଇଛନ୍ତି। ଅବଶ୍ୟ ଫଟୋରେ ଏହା ସ୍ପଷ୍ଟ ବାରିହୋଇ ପଡୁଛି। ଫଟୋରେ ଦେଖାଯାଇଛି ଏମାନଙ୍କ ହାଡ ଯେମିତି ବାହାରକୁ ବାହାରି ଆସିଛି। ଏହି ସିଂହଙ୍କର କିଛି ଫଟୋ ଭାଇରାଲ ହେବା ପରେ ଏବେ ଏମାନଙ୍କୁ ସ୍ଥାନାନ୍ତର କରିବାକୁ ଦାବି କରାଯାଇଥିବା ଜଣାପଡିଛି। ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି ଏମାନଙ୍କୁ ଏମିତି ଜାଗାକୁ ସ୍ଥାନାନ୍ତର କରାଯାଉ ଯେଉଁଠି ଏମାନଙ୍କର ଭଲଭାବେ ଦେଖାଶୁଣା ହୋଇପାରିବ। ଏହି ଚିଡିଆଘର ପ୍ରାଇଭେଟ ଫଣ୍ଡିଂରେ ଚାଲୁଥିବା ବେଳେ ଅଧିକାଂଶ ସମୟରେ ଏମାନଙ୍କୁ ଖାଦ୍ୟ ଯୋଗାଇବା ସମ୍ଭବ ହୋଇ ନ ଥାଏ ବୋଲି ସେଠାକାର ମ୍ୟାନେଜର କହିଛନ୍ତି। ଏହା ବ୍ୟତୀତ ଏବେ ସୁଦାନର ଅର୍ଥବ୍ୟବସ୍ଥା ଖରାପ ଥିବାରୁ ଏଠାକାର ଖାଦ୍ୟ ସାମଗ୍ରୀର ଦାମ୍‌ ଆକାଶ ଛୁଆଁ ରହିଛି। ତେଣୁ ବନ୍ୟଜୀବଙ୍କୁ ଖାଦ୍ୟ ଯୋଗାଇବା ମଧ୍ୟ କାଠିକର ପାଠ ହେଉଛି। ଏକ ରିପୋର୍ଟ ଅନୁଯାୟୀ, ୧୯୯୩ରୁ ୨୦୧୪ ମଧ୍ୟରେ ଏଠାରେ ସିଂହଙ୍କ ସଂଖ୍ୟା ୪୩ ପ୍ରତିଶତ କମ୍‌ ହୋଇଯାଇଛି। ସୋସିଆଲ ମିଡିଆରେ ଏହି ସିଂହଙ୍କ ଫଟୋ ଭାଇରାଲ ହେବା ପରେ ରବିବାର ଏମାନଙ୍କୁ ଦେଖିବାକୁ ବହୁଲୋକ ଆସିଥିବା କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ୟୁଟ୍ୟୁବ ଦେଖି ଅପରେଶନ କଲେ କ୍ଲିନିକ୍ ମାଲିକ ଓ ଭଣଜା, ମହିଳା ମୃତ

ନୂଆଦିଲ୍ଲୀ,୧୦।୧୨: ଉତ୍ତର ପ୍ରଦେଶର ବାରାବାଙ୍କିରେ ଏକ ଅବୈଧ କ୍ଲିନିକ୍‌ର ମାଲିକ ଏବଂ ତାଙ୍କ ଭଣଜା ୟୁଟ୍ୟୁବ୍ ଭିଡିଓ ଦେଖି ଜଣେ ମହିଳାଙ୍କର ଅସ୍ତ୍ରୋପଚାର କରିବା ପରେ...

୫୨ ବର୍ଷରେ ବି ଚମକୁଛନ୍ତି ଐଶ୍ୱର୍ଯ୍ୟା ରାୟ ବଚ୍ଚନ

ମୁମ୍ବାଇ: ଐଶ୍ୱର୍ଯ୍ୟା ରାୟ ବଚ୍ଚନ ବଲିଉଡ୍‌ର ଜଣେ ପ୍ରତିଭାବାନ ତଥା ଗ୍ଲାମରସ ଅଭିନେତ୍ରୀ। ଯିଏ ତାଙ୍କ ସୌନ୍ଦର୍ଯ୍ୟ ସହିତ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ...

ମାଓବାଦୀଙ୍କ ଯୋଜନା ପଣ୍ଡ: ବିଏସଏଫ ପକ୍ଷରୁ କୋମ୍ବିଂ ଅପରେଶନ ବେଳେ ବିପୁଳ ମାଓ ସାମଗ୍ରୀ ଜବତ

ବାଲିଗୁଡା,୧୦।୧୨:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ସ୍ଥିତ ୧୩୬ ବିଏସଏଫ ଯବାନମାନେ କୋମ୍ବିଂ ଅପରେଶନ କରୁଥିବା ବେଳେ ଏକ ବଡ଼ଧରଣର ମାଓ ହମଲା ଉଦ୍ୟମକୁ...

‘ସୁନ୍ଦର ମୁହଁ’, ‘ମେସିନ୍ ଗନ୍ ପରି ଓଠ”, ଟ୍ରମ୍ପଙ୍କ ମନ୍ତବ୍ୟ ଶୁଣି ବିଶ୍ୱରେ ଚର୍ଚ୍ଚା

ନୂଆଦିଲ୍ଲୀ,୧୦।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ନିକଟରେ ତାଙ୍କର ହ୍ୱାଇଟ୍ ହାଉସ୍ ପ୍ରେସ୍ ସେକ୍ରେଟେରୀ କାରୋଲିନ୍ ଲେଭିଟ୍‌ଙ୍କୁ ତାଙ୍କର “ସୁନ୍ଦର ମୁହଁ” ଏବଂ “ଓଠ”କୁ ନେଇ...

ପ୍ରଶାସନର ଦାଦନ ମୁକ୍ତ ନେଇ…

ନୂଆପଡ଼ା,୧୦ା୧୨ (ମକାରୁ ବେମାଲ): ବଲାଙ୍ଗୀର ଜିଲା ତୁରେକେଲା ଥାନା ମହୁଲବାହାଳି ରେଳଲାଇନ୍‌ରୁ ସୋମବାର ନୂଆପଡ଼ା ଜିଲା ଲଖନା ଗାଁର ଦାଦନ ଶ୍ରମିକ ବାଞ୍ଛାନିଧି କୈବର୍ତ୍ତଙ୍କ ମୃତଦେହ...

କଂଗ୍ରେସ ହାଇକମାଣ୍ଡଙ୍କ କାର୍ଯ୍ୟକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଲେ ମୋକିମ, କହିଲେ ୩ ବର୍ଷ ଅପେକ୍ଷା କରି ରାହୁଲଙ୍କୁ…

ଭୁବନେଶ୍ୱର,୧୦।୧୨: କଂଗ୍ରେସ ହାଇକମାଣ୍ଡଙ୍କ କାର୍ଯ୍ୟକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ମହମ୍ମଦ ମୋକିମ। ମୋକିମ କହିଛନ୍ତି, କଂଗ୍ରେସକୁ ମଜଭୂତ ପାଇଁ କେନ୍ଦ୍ରୀୟ ନେତୃତ୍ୱ କାର୍ଯ୍ୟ କରୁ...

ଅଧ୍ୟାପିକାଙ୍କୁ ଅଧ୍ୟକ୍ଷଙ୍କ ପ୍ରେମ ନିବେଦନ: ମେସେଜ୍‌ କରି କହିଲେ ଯଦି ତୁମେ…

ବୋଲଗଡ଼,୧୦ା୧୨(ଦେବବ୍ରତ ହୋତା): ଖୋର୍ଦ୍ଧା ଜିଲା ବୋଲଗଡ଼ସ୍ଥିତ ପରମାନନ୍ଦ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ଦାସ ଜଣେ ନବନିଯୁକ୍ତ ଅଧ୍ୟାପିକାଙ୍କ ମୋବାଇଲ ନମ୍ବରକୁ ମେସେଜରେ ପ୍ରେମ ନିବେଦନ...

ହାତୀ ଆକ୍ରମଣରେ ଚାଲିଗଲା ବୃଦ୍ଧଙ୍କ ଜୀବନ

ଝାରସୁଗୁଡା, ୧୦।୧୨(ଆଶିଷ ରଞ୍ଜନ ଦାଶ ): ଝାରସୁଗୁଡା ଜିଲା ବାଗଡ଼ିହି ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଜି ପାନପାଲି ଗ୍ରାମ ପଞ୍ଚାୟତ ପିତାମାଲ ଗ୍ରାମର ହୀରା ବୁଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri