ଜଙ୍ଗଲୀ ହାତୀ ଉପଦ୍ରବ : ୧୦ ଏକରରୁ ଊର୍ଦ୍ଧ୍ୱ ଧାନଫସଲ ନଷ୍ଟ

ନିରାକାରପୁର,୭ା୧୦(ଡି.ଏନ.ଏ.): ଚଳିତବର୍ଷ ଆରମ୍ଭରୁ କମ୍‌ ବର୍ଷା ଯୋଗୁ ଚାଷୀମାନେ ବିଳମ୍ବରେ ଚାଷକାର୍ଯ୍ୟ ଆରମ୍ଭ କରିଥିଲେ। ସେଥିରେ ପୁଣି ସରକାରଙ୍କ ପକ୍ଷରୁ ମିଳିଥିବା ବିହନ ଠିକ୍‌ ଭାବେ ଗଜା ହୋଇ ନ ଥିଲା। ପରବର୍ତ୍ତୀ ସମୟରେ ଫନୀ ବାତ୍ୟା। ଏସବୁ ବାଧା ଅତିକ୍ରମ କରି ଚାଷୀମାନେ ବହୁ କଷ୍ଟରେ ଧାନଚାଷ କରିଥିବାବେଳେ ଏବେ ଜଙ୍ଗଲୀ ହାତୀ ସେମାନଙ୍କ ପାଇଁ ଦାଉ ସାଧିଛି। ହାତୀପଲ ଚାଷଜମିରେ ପଶି ଧାନ ଖାଇବା ସହ ଦଳିଚକଟି ନଷ୍ଟ କରୁଛନ୍ତି। ଖୋର୍ଦ୍ଧା ଜିଲା ଟାଙ୍ଗୀ ବନଖଣ୍ଡ ଅଧୀନରେ ଥିବା ରାମେଶ୍ୱର ପଞ୍ଚାୟତର ଜଗତପୁର, ଇର୍ଚ୍ଚାବତୀ ଓ ଖଜୁରିପଡା ମୌଜାରେ ଏଭଳି ଘଟଣା ଦେଖିବାକୁ ମିଳିଛି। ହାତୀ ଉପଦ୍ରବରେ ଅଞ୍ଚଳର ପ୍ରାୟ ୧୦ ଏକରରୁ ଊର୍ଦ୍ଧ୍ୱ ଜମିର ଧାନଫସଲ ନଷ୍ଟ ହୋଇଥିବା ଜଣାପଡିଛି। ଥୋଡ ହୋଇଥିବା ଧାନ ନଷ୍ଟ ହେଉଥିବା ଦେଖି ଚାଷୀ ମୁଣ୍ଡରେ ହାତଦେଇ ବସିଛି। ନିରାକାରପୁର ଅଞ୍ଚଳରେ ମଧ୍ୟ ହାତୀ ଉପଦ୍ରବ ଲାଗିରହିଛି। ହାତୀ ପଲ ଖାଦ୍ୟ ଅନ୍ବେଷଣରେ ଆସି ନନପଡା ମୌଜର ଆର୍ଯ୍ୟବିହାରଠାରେ ଥିବା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଛପଟ ପାଚେରି ସହିତ ଲୁହାଗେଟ୍‌ ଭାଙ୍ଗିଦେଇଛନ୍ତି। ଅଞ୍ଚଳର କେତେକ ଲୋକଙ୍କ ଘରର ପାଚେରି ମଧ୍ୟ ଭାଙ୍ଗି ଦେଇଛନ୍ତି। କ୍ଷତିଗ୍ରସ୍ତ ସାରଙ୍ଗଧର ମହାପାତ୍ର କୁହନ୍ତି, ରାତିରେ କିଛି ଶବ୍ଦ ହେବା ପରେ ମୁଁ ବାରିପଟ କବାଟ ଖୋଲିଲା ବେଳକୁ ହାତୀ ପଡିଶା ଘର ବାରିପଟ ପାଚେରି ଭାଙ୍ଗୁଥିବା ଦେଖିଥିଲି। ଭୟରେ କବାଟ ବନ୍ଦ କରି ରହିଲି। ସକାଳୁ ଉଠିଲା ବେଳକୁ ଆମ ଘର ପାଚେରି ଭାଙ୍ଗିଥିବା ଦେଖିଲି। ଖଜୁରିପଡାର ଚାଷୀ ଇନ୍ଦ୍ରଜିତ ଛୋଟରାୟ କୁହନ୍ତି, କିଛିଦିନ ହେଲା ହାତୀପଲ ଜମିରେ ପଶି ଥୋଡ ଧାନ ଯେତିକି ଖାଉଛନ୍ତି ତା’ଠାରୁ ଅଧିକ ନଷ୍ଟ କରିଛନ୍ତି। ଏ ନେଇ ଖୋର୍ଦ୍ଧା ବନ ଅଧିକାରୀ ଦିଲୀପ ରାଉତ କହନ୍ତି, ସେ ଅଞ୍ଚଳରେ ୨୨ରୁ ୨୪ଟି ହାତୀ ରହିଛନ୍ତି ା ଆମର ଟାଙ୍ଗୀରେ ଦୁଇଟି ଟିମ୍‌ କରାଯାଇଛି। ସେମାନେ ମଧ୍ୟ ରାତିଦିନ ଜଗୁଛନ୍ତି। ତେବେ ଯେଉଁ ଚାଷୀଙ୍କର କ୍ଷୟକ୍ଷତି ହୋଇଛି ସେମାନେ ଆବେଦନ କଲେ କ୍ଷତିପୂରଣ ପାଇପାରିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ଅତ୍ୟାଚାର, ଶୋଷଣ ବିରୋଧରେ ସ୍ବର ଉତ୍ତୋଳନ ଲୋଡ଼ା

ଭଞ୍ଜନଗର,୩୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାରରେ ଚକରା ବିଷୋୟୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ‘ଚକରା ବିଷୋୟୀଙ୍କ ଐତିହାସିକ...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri