ଜଙ୍ଗଲରେ ଯୁବତୀଙ୍କ ମୃତଦେହ ପଡ଼ିବା ଘଟଣା: ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଉଦ୍ଧାର

ମାଧପୁର,୨୪।୧(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକର ମାନଯୋର ଜଳସେଚନ ଉପରମୁଣ୍ଡ ଜଙ୍ଗଲରେ ଜଣେ ଯୁବତୀଙ୍କ ଗଳିତ ମୃତଦେହ ପଡ଼ିଥିବା ଖବର ବୁଧବାର ‘ଧରିତ୍ରୀ’ରେ ପ୍ରକାଶ ପାଇଥିଲା। ଶୁକ୍ରବାର ମାଜିଷ୍ଟ୍ରେଟ କ୍ଷମତାରେ ଥିବା ଆଠମଲ୍ଲିକ ଆସିଷ୍ଟାଣ୍ଟ କଲେକ୍ଟର ନାରାୟଣ ସାହୁଙ୍କ ଉପସ୍ଥିତିରେ ଢେଙ୍କାନାଳରୁ ୩ ଜଣିଆ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସେମାନଙ୍କ ସହାୟତାରେ ପୋଲିସ ମୃତଦେହ ଉଦ୍ଧାର କରିଛି।
ସୂଚନାଯୋଗ୍ୟ, ଖବର ପ୍ରକାଶ ପରେ ଗୁରୁବାର ଆଠମଲ୍ଲିକ ପୋଲିସ ପହଞ୍ଚି ବହୁତ ଖୋଜାଖୋଜି ପରେ ମୃତଦେହର ସନ୍ଧାନ ପାଇଥିଲା। ଏହା କିଶୋରନଗର ଅଞ୍ଚଳ ହୋଇଥିବାରୁ ଆଠମଲ୍ଲିକ ପୋଲିସ କିଶୋରନଗର ପୋଲିସକୁ ଖବର ଦେଇଥିଲା। ତେବେ କିଶୋରନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଜାରି ରଖିଥିଲା।