ଜଙ୍ଗଲରେ ନାବାଳିକାଙ୍କ ମୃତଦେହ

ସୋରଡା,୨୦ା୯(ଡି.ଏନ୍‌.ଏ.)- ସୋରଡା-ଅସୁରବନ୍ଧ ବାଉଁଶିଆ ଜଙ୍ଗଲରେ ଜଣେ ନାବାଳିକାଙ୍କ ମୃତଦେହ ପଡିଥିବା ଖବର ପାଇ ସୋରଡା ତାନା ଅଧିକାର ପ୍ରଭାତ ସାହୁ, ବଡଗଡ ଥାନା ଅଧିକାରୀ ପ୍ରତାପ ଚନ୍ଦ୍ର ତ୍ରିପାଠୀ, ଆସିକା ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ ଫୋର୍ସ ସହ ଜଙ୍ଗଲରେ ପହଞ୍ଚତ୍ଛନ୍ତି। ଘଞ୍ଚ ଜଙ୍ଗଲ ଓ ରାତି ଯୋଗୁ ପୋଲିସ ଜେନେରେଟର ଲଗାଇ ମୃତଦେହକୁ ଜଗି ରହିଛି। ନାବାଳିକା ଜଣଙ୍କ ନିକଟସ୍ଥ ଗ୍ରାମର ଓ ସେ ୧୦ଦିନ ହେଲା ନିଖୋଜ ଥିବା ଜଣାପଡିଛି। ନାବାଳିକା ଜଣକ ୧୦ଦିନ ଯାଏ କେଉଁଠି ଥିଲେ। ତାଙ୍କ ମୃତଦେହ ଏଠାକୁ କିପରି ଆସିଲା। ସେ ନେଇ ପ୍ରକୃତ କାରଣ ଜଣାପଡି ନ ଥିବାବେଳେ ସକାଳୁ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚତ୍ ତଦନ୍ତ କରିବେ ବୋଲି ଜଣାପଡିଛି।