ଜଙ୍ଗଲରେ ନର୍ସିଂ ଛାତ୍ରୀଙ୍କୁ ଗଣବଳାତ୍କାର ଘଟଣା:ପୀଡ଼ିତାଙ୍କୁ ଭେଟିଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା

ଜୁନାଗଡ,୨୫-୯(ଡି.ଏନ.ଏ.):କଳାହାଣ୍ଡି ଜିଲାରେ ଜଣେ ନର୍ସିଂ ଛାତ୍ରୀଙ୍କୁ ଜଙ୍ଗଲକୁ ନେଇ ଗଣବଳାକତ୍ାର କରାଯିବା ଓ ଏହାର ଭିଡିଓ ଭାଇରାଲ କରାଯାଇଥିବା ନେଇ ଗତ ରବିବାର ବିଳମ୍ବିତ ରାତିରେ ଜୁନାଗଡ ଥାନାରେ ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଗୁରୁତର ସହ ନେଇଛନ୍ତି । ମହିଳା କମିଶନ ଅଧ୍ୟକ୍ଷା ଡ. ମିନତି ବେହେରା ମଙ୍ଗଳବାର ଆସି ପ୍ରଥମେ ଜୁନାଗଡ ଥାନାରେ ପହଞ୍ଚତ୍ କଳାହାଣ୍ଡି ଏସ୍‌.ପି ବି.ଗଙ୍ଗାଧରଙ୍କ ସହ ଆଲୋଚନା କରିଥିଲେ। ସେଠାରୁ ଜୁନାଗଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ପୀଡିତାଙ୍କୁ ଭେଟିଥିଲେ। ଏହା ପରେ ଘଟଣାସ୍ଥଳ ଘନା ଜଙ୍ଗଲକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯାଇ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଥିଲେ। ପୀଡିତାଙ୍କୁ ସରକାରୀସ୍ତରରେ ଯାହାକିଛି ସହାୟତା ଅଛି ତାହା ପ୍ରଦାନ କରାଯିବ ବୋଲି କହିଥିଲେ। ଏହି ସମୟରେ ଘଟଣାସ୍ଥଳରେ ତାଙ୍କ ସହ ଲିଗାଲ ଏଡ୍‌ଭାଇଜର ଅରବିନ୍ଦ ପଟ୍ଟନାୟକ, ପୂର୍ବତନ ସଦସ୍ୟା ସ୍ନେହାଞ୍ଜଳି ମହାନ୍ତି, ଷ୍ଟେନୋ ତ୍ରିଲୋଚନ ନାଏକ, ଆଇନଜୀବୀ କଲ୍ୟାଣୀ ନାଏକ, ପୂର୍ବତନ ସରପଞ୍ଚ ମନୀଷା ସାହୁ, ଏସଡିପିଓ ଲକ୍ଷ୍ମୀନାରାୟଣ ପଣ୍ଡା, ଜୁନାଗଡ ଆଇଆଇସି ପ୍ରଭାତ କୁମାର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଘଟଣାରେ ପୋଲିସ ସମ୍ପୃକ୍ତ ବସ୍‌ ଡ୍ରାଇଭରଙ୍କ ସହ ଆଉ ୪ଜଣଙ୍କୁ ଅଟକ ରଖି ପଚରାଉଚୁରା ଜାରି ରଖିଛି। ଅଭିଯୁକ୍ତଙ୍କୁ ଶୀଘ୍ର ଧରିବା ପାଇଁ କଳାହାଣ୍ଡି ଏସ୍‌ପି ବି. ଗଙ୍ଗାଧରଙ୍କ ନିର୍ଦ୍ଦେଶକ୍ରମେ ୩ଟି ସ୍କ୍ବାଡ୍‌ ଗଠନ କରାଯାଇଛି।

ଅଭିଯୁକ୍ତଙ୍କ ପାଇଁ ମାମଲା ଲଢ଼ିବାକୁ ମନା କଲା ଜୁନାଗଡ଼ ଓକିଲ ସଂଘ
କଳାହାଣ୍ଡି ଜିଲାରେ ଜଣେ ନର୍ସିଂ ଛାତ୍ରୀଙ୍କୁ ଜଙ୍ଗଲକୁ ନେଇ ଗଣବଳାକତ୍ାର କରାଯିବା ଓ ଏହାର ଭିଡିଓ ଭାଇରାଲ କରାଯିବା ଘଟଣାକୁ ଜୁନାଗଡ ଓକିଲ ସଂଘ ତୀବ୍ର ନିନ୍ଦା କରିଛି। ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାଇଁ ମାମଲା ନ ଲଢିବା ଲାଗି ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହା ସହ ଜାରିଙ୍ଗଠାରେ ଏକ ଫାଣ୍ଡି ସ୍ଥାପନ କରିବା, ଶଗଡାରୁ ଘୋଲିଜିବା ପର୍ଯ୍ୟନ୍ତ ୨୪ ଘଣ୍ଟା ପାଟ୍ରୋଲିଂ କରିବା ଓ ପୀଡିତାଙ୍କୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଯୋଗାଇ ଦେବାକୁ ଦାବି କରାଯାଇଛି। ଏ ନେଇ ଜୁନାଗଡ ଓକିଲ ସଂଘ ସଭାପତି ସୁଧାଂଶୁ ବରାଡଙ୍କ ନେତୃତ୍ୱରେ କଳାହାଣ୍ଡି ଏସ୍‌ପି ବି.ଗଙ୍ଗାଧରଙ୍କୁ ଏକ ଲିଖିତ ଦାବିପତ୍ର ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତୁମମାନଙ୍କ ଯୋଗୁ ମୋ ବାପା ହଇରାଣ ହେଲେ….ଶଙ୍ଖ ଭବନରୁ ଆସିଲା ପୁଣି ଏକ ରୋଚକ ଘଟଣା

ଭୁବନେଶ୍ୱର, ୨୧।୨(ସୁନିତ୍‌ ମିଶ୍ର):ବିଜେଡି ଭିତରେ ଅସନ୍ତୋଷ ଥମିବାର ନାଁ ଧରୁନାହିଁ। ପ୍ରତିଦିନ ନେତାମାନେ ପରସ୍ପର ବିରୋଧରେ ବିଷ ଓକାଳିବାରେ ଲାଗିଛନ୍ତି। ଏବେ ସେହି ଧାରା ତୀବ୍ର ହେବାରେ…

ଦେବଗଡରେ ବୁଲା କୁକୁର ଆତଙ୍କ, ଯାହାକୁ ଦେଖୁଛି….

ଦେବଗଡ,୨୧ା୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ସହରରେ କୁକୁର ଆତଙ୍କ । ବୁଲା କୁକୁର ଲୋକଙ୍କୁ ଗୋଡାଇ ଗୋଡାଇ କାମୁଡୁଥିବା ନେଇ ଅଭିଯୋଗ ହୋଇଛି । ଛୋଟ ଛୁଆଠୁ…

କୁକୁରକୁ ବାଡ଼େଇବାରୁ ଭାଙ୍ଗିଗଲା ବାହାଘର: ଜାଣନ୍ତୁ ରୋଚକ ଘଟଣା

ଲକ୍ଷ୍ନୌ,୨୧ା୨:କନ୍ୟା ଓ ବରପକ୍ଷ ମଧ୍ୟରେ ବିଭିନ୍ନ କାରଣକୁ ନେଇ ବିବାଦ ହେବା ପରେ ବାହାଘର ଭାଙ୍ଗିଯିବାର ନଜିର ରହିଛି। କିନ୍ତୁ ଉତ୍ତରପ୍ରଦେଶରେ ଏକ ସଦ୍ୟତମ ଘଟଣାରେ ଯେଉଁ…

ଆଜିଠୁ ସୁପର-୮ ପର୍ଯ୍ୟାୟ: ନ୍ୟୁଜିଲାଣ୍ଡକୁ ଭେଟିବ ପାକିସ୍ତାନ

କଲମ୍ବୋ, ୨୧ା୨:ଚଳିତ ଟି୨୦ କ୍ରିକେଟ୍‌ ବିଶ୍ୱକପ୍‌ର ସୁପର-୮ ପର୍ଯ୍ୟାୟ ଶନିବାର ଆରମ୍ଭ ହେବ। କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ପରସ୍ପରର ସମ୍ମୁଖୀନ ହେବେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ। ନ୍ୟୁଜିଲାଣ୍ଡ…

ସୁପ୍ରିମକୋର୍ଟରୁ ଝଟକା ପରେ ଟ୍ରମ୍ପଙ୍କ ପ୍ରତିଶୋଧ! ବିଶ୍ବବ୍ୟାପୀ ୧୦% ଟାରିଫ୍ ଲଗାଇଲେ…

ନୂଆଦିଲ୍ଲୀ,୨୧।୨: ସୁପ୍ରିମକୋର୍ଟରେ ଟ୍ରମ୍ପଙ୍କ ପରାଜୟ ପରେ, ଆମେରିକା ରାଷ୍ଟ୍ରପତି ତାଙ୍କର ବାଣିଜ୍ୟ ନୀତିକୁ ଆହୁରି ତୀକ୍ଷ୍ଣ କରିଛନ୍ତି । ବିଦେଶୀ ସାମଗ୍ରୀ ଉପରେ ଟ୍ରମ୍ପ୍‌ଙ୍କ ୧୦% ନୂଆ…

ଫେବୃଆରୀ ୨୮ ସୁଦ୍ଧା ଧାନ ନ ଉଠିଲେ ଆନ୍ଦୋଳନ: ଧମକ ଦେଲେ ଚାଷୀ

ପଦ୍ମପୁର,୨୧ା୨(ପ୍ରଦୀପ୍ତ ଦାଶ):ପଦ୍ମପୁର ଉପଖଣ୍ଡରେ ମଣ୍ଡି ଖୋଲିବାର ୩ ମାସ ବିତିଯାଇଛି। ମାତ୍ର ଏବେ ବି ଚାଷୀ ମଣ୍ଡିରେ ଡେରାପକାଇ ସେମାନଙ୍କ ଧାନ କେବେ ଉଠିବ ସେହି ଚିନ୍ତାରେ…

ଆଗ ଥଇଥାନ, ପରେ ଉଚ୍ଛେଦ: ଜବରଦଖଲ ଉଚ୍ଛେଦକୁ ନେଇ ବଢିଲା ଅସନ୍ତୋଷ

ବରଗଡ଼,୨୧।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ପୌର ପରିଷଦ ଅଧୀନ ବିଭିନ୍ନ ୱାର୍ଡରେ ପର୍ଯ୍ୟାୟକ୍ରମେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଚାଲିଛି। ଏହି ଉଚ୍ଛେଦ ପ୍ରକ୍ରିୟାରେ ବଡ଼ବଡ଼ିଆଙ୍କଠାରୁ ଅଧୀକ ଗରିବ ଶ୍ରେଣୀର ଲୋକେ…

ଖୋଲା ଦେହରେ ଯୁବ କଂଗ୍ରେସର ବିକ୍ଷୋଭ

ନୂଆଦିଲ୍ଲୀ,୨୧ା୨: ଦିଲ୍ଲୀ ଭାରତ ମଣ୍ଡପମ୍‌ଠାରେ ଚାଲିଥିବା ଇଣ୍ଡିଆ ଏଆଇ ସମିଟ୍‌ ସ୍ଥଳରେ ଶୁକ୍ରବାର ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯାଇଛି । ଶନିବାର ଏହି ସମିଟ୍‌ର ଶେଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri