ଜଙ୍ଗଲରେ ଦିନ କାଟୁଛନ୍ତି ୧୩ ପ୍ରବାସୀ ଶ୍ରମିକ

ଲୋଇସିଂହା,୨୪।୫(ଡି.ଏନ.ଏ)-ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ମାଗୁରବେଡା ଗାଁର ୧୩ପ୍ରବାସୀ ଶ୍ରମିକଙ୍କୁ ପଞ୍ଚାୟତ କର୍ତ୍ତୃପକ୍ଷ ସଙ୍ଗରୋଧ କେନ୍ଦ୍ରରେ ରଖିବା ବ୍ୟବସ୍ଥା କରୁନାହାନ୍ତି। ଫଳରେ ସେମାନେ ଗାଁ ନିକଟ ଜଙ୍ଗଲରେ ଗତ ୩ଦିନ ହେଲା ୪୫ଡିଗ୍ରୀ ତାତିରେ ଦିନ କାଟୁଛନ୍ତି। ୧୩ପ୍ରବାସୀଙ୍କ ମଧ୍ୟରେ ୭ଜଣ ଶିିଶୁ ରହିଛନ୍ତି। ମାଗୁରବେଡା ପଞ୍ଚାୟତ ସଦର ଗାଁର ୩ପରିବାରର ୧୩ଜଣ ସଦସ୍ୟ ବ୍ରହ୍ମପୁର ଅଞ୍ଚଳକୁ ଇଟା ଗଢିବାକୁ ଯାଇଥିଲେ ା ଲକ୍‌ଡାଉନ ଯୋଗୁ କାମ ବନ୍ଦ ହେବାରୁ ୩ ଦିନ ତଳେ ଗାଁକୁ ଚାଲି ଆସିଛନ୍ତି। ସଙ୍ଗରୋଧ କେନ୍ଦ୍ରରେ ରଖିବାକୁ ସେମାନେ ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ ା ସେମାନେ ରାଜ୍ୟ ବାହାରର ପ୍ରବାସୀ ଶ୍ରମିକ ହୋଇ ନ ଥିବାରୁ ହୋମ କ୍ୱାରାଣ୍ଟାଇନରେ ରହିବାକୁ କୁହାଯାଇଥିଲା ା ହେଲେ ଘରକୁ ଗଲେ ପଡୋଶୀଙ୍କ ବାରଣ ଓ ହୋମକ୍ୱାରାଣ୍ଟାଇନ ପାଇଁ ଆବଶ୍ୟକ ଘର ନ ଥିବାରୁ ବାଧ୍ୟ ହୋଇ ସେମାନେ ଜଙ୍ଗଲରେ ରହିବାକୁ ବିକଳ୍ପ ଭାବେ ବାଛି ନେଇଛନ୍ତି। ଏ ସମ୍ପର୍କରେ ବିଡିଓ ରାମଚନ୍ଦ୍ର ଖାଡିଆଙ୍କୁ ପଚାରିବାରୁ ରାଜ୍ୟ ବାହାର ପ୍ରବାସୀ ଶ୍ରମିକଙ୍କ ପାଇଁ କେବଳ ରହିବା ଓ ଖାଇବା ସକାଶେ ସଙ୍ଗରୋଧର ବ୍ୟବସ୍ଥା ରହିଛି ା ତଥାପି ଘଟଣା ସମ୍ପର୍କରେ ଅବଗତ ହେବାପରେ କୌଣସି ଏକ ସ୍କୁଲ ଗୃହ ବ୍ୟବସ୍ଥା କରି ସମ୍ପୃକ୍ତ ପ୍ରବାସୀଙ୍କୁ ରଖିବାକୁ ସ୍ଥାନୀୟ ସରପଞ୍ଚକୁ କହିଛି ା ଏ ଦିଗରେ ଜିଲା ପ୍ରଶାସନ ଅବିଳମ୍ବେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ା