ଜଙ୍ଗଲରେ ଥିବା ୧୩ ପ୍ରବାସୀଙ୍କ ପାଖରେ ପହଞ୍ଚିଲା ପ୍ରଶାସନ

ଲୋଇସିଂହା, ୨୫।୫(ଡି.ଏନ.ଏ.)-ବଲାଙ୍ଗୀର ଜିଲା ଲୋଇସିଂହାା ବ୍ଲକ ମାଗୁରବେଡା ଗାଁର ୩ପରିବାରର ୧୩ପ୍ରବାସୀ ଶ୍ରମିକ ପଞ୍ଚାୟତ ସଙ୍ଗରୋଧ କେନ୍ଦ୍ରରେ ରହିବାର ବ୍ୟବସ୍ଥା ନ ହେବାରୁ ନିକଟସ୍ଥ ଜଙ୍ଗଲରେ ରହୁଛନ୍ତି। ସେମବାର ଏ ସମ୍ପର୍କରେ ଏକ ଖବର ଧରିତ୍ରୀରେ ପ୍ରକାଶ ପାଇଥିଲା ା ଏହା ଜାଣିବା ପରେ ସ୍ଥାନୀୟ ମାହେଶ୍ୱରୀ ସଂଗଠନର କର୍ମକର୍ତ୍ତା ସଂପୃକ୍ତ ପ୍ରବାସୀଙ୍କୁ ଭେଟିଥିଲେ। ସଂଗଠନର ଦେବାଶିଷ ବିଷୋୟୀ, ଯଶୋବନ୍ତ ମାହାଣ ସ୍ଥାନୀୟ ଅଶାକର୍ମୀ କୁନ୍ତି ପଟେଲଙ୍କ ସହୟତାରେ ସଂପୃକ୍ତ ପରିବାରକୁ ଭେଟି ଚାଉଳ, ବିସ୍କୁଟ ଓ ଆନ୍ୟନ୍ୟ ସାମଗ୍ରୀ ପ୍ରଦାନ କରିଥିଲେ ା ଅନ୍ୟପକ୍ଷରେ ବିଡିଓ ରାମଚନ୍ଦ୍ର ଖାଡିଆଙ୍କ ପରାମର୍ଶରେ ସ୍ଥାନୀୟ ସରପଞ୍ଚ ସମ୍ପୃକ୍ତ ୩ ପରିବାରକୁ ୫୦ କେଜି ଚାଉଳ ଓ ୫ଶହ ଟଙ୍କା ସହାୟତା ପ୍ରଦାନ କରିଛନ୍ତି। ସେମାନେ ଜଙ୍ଗଲରେ ରହୁଥିବାରୁ ରାତି ସମୟରେ ଜୀବଜନ୍ତୁ ଭୟ ଘାରୁଥିବା ପ୍ରବାସୀ ଶ୍ରମିକମାନେ ଅଭିଯୋଗ କରିଛନ୍ତି। ପ୍ରକାଶ ଯେ, ମାଗୁରବେଡା ଗାଁର ୩ ପରିବାରର ୭ ଜଣ ଶିଶୁଙ୍କ ସମେତ ୧୩ ଜଣ ବ୍ରହ୍ମପୁରକୁ ଇଟା ଗଢିବାକୁ ଯାଇଥିଲେ ା କରୋନା ଯୋଗୁ ୪ଦିନ ତଳେ ଗାଁକୁ ଚାଲି ଆସିଥିଲେ ା ସଙ୍ଗରୋଧ କେନ୍ଦ୍ରରେ ରଖିବାକୁ ଅନୁରୋଧ କରିଥିଲେ ମଧ୍ୟ ସରପଞ୍ଚ ଅସହାୟ ପ୍ରକାଶ କରି ହୋମ କ୍ୱାରାଣ୍ଟାଇନରେ ରହିବାକୁ କହିଥିଲେ ା ଏପଟେ ହୋମକ୍ୱାରଣ୍ଟାଇନ ପାଇଁ ଆବଶ୍ୟକ ଘର ନଥିବାରୁ ବାଧ୍ୟ ହୋଇ ଗାଁଠାରୁ ୧ କିମି ଦୂର ଜଙ୍ଗଲରେ ରହିଛନ୍ତି।