Categories: ଜାତୀୟ

ଜଗନ ମୋହନଙ୍କୁ ମାନସିକ ରୋଗୀ ବୋଲି କହିଲେ ଚନ୍ଦ୍ରାବାବୁ

ହାଇଦ୍ରାବାଦ,୧୨।୧୦: ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରାବାବୁ ନାଇଡୁ ପୁଣିଥରେ ଓ୍ବାଇଏସ୍‌ଆର୍‌ କଂଗ୍ରେସର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କୁ ଟାର୍ଗେଟ କରିଛନ୍ତି। ଚନ୍ଦ୍ରାବାବୁ କହିଛନ୍ତି ଓ୍ବାଇଏସ୍‌ଆର୍‌ସିପି ସରକାର ଜନ ବିରୋଧୀ ନୀତି ଲାଗୁ କରୁଛି। ଏହାସହ ସରକାର ବିରୋଧୀଙ୍କ ଉପରେ ଅନାବଶ୍ୟକ ଓ ଅବୈଧ ମାମଲା ଲଗାଉଛି। ତେଣୁ ଜଗନ ମୋହନ ଜଣେ ମାନସିକ ରୋଗୀ ଭଳିକାମ କରୁଛନ୍ତି। ବିଶାଖାପାଟନମରେ ଟିଡିପିର ସ୍ଥିତି ସମୀକ୍ଷା କରିବାକୁ ପହଞ୍ଚିିବା ବେଳେ ଚନ୍ଦ୍ରାବାବୁ କହିଛନ୍ତି, ଏହା ପୂର୍ବରୁ ସେ ଅନ୍ୟ ମୁଖ୍ୟମନ୍ତ୍ରୀମାନଙ୍କୁ ଦେଖିଛନ୍ତି ହେଲେ ଜଗନ ମୋହନଙ୍କ ଭଳି ମୁଖ୍ୟମନ୍ତ୍ରୀ ଦେଖି ନାହାଁନ୍ତି। ସୂଚନାଯୋଗ୍ୟ, ବିଧାନସଭା ନିର୍ବାଚନରେ ଜଗନ ମୋହନ ରେଡ୍ଡୀଙ୍କ ଦଳ ମୋଟ ୧୭୧ ଆସନରୁ ୧୫୧ ଆସନରେ ବିଜୟଲାଭ କରି ସରକାର ଗଠନ କରିଥିଲେ। ହେଲେ ଚନ୍ଦ୍ରାବାବୁ ନାଇଡୁଙ୍କୁ ମାତ୍ର ୨୩ଟି ଆସନରେ ବିଜୟ ମିଳିଥିଲା। ୨୦୦୯ରେ ଜଗନ ମୋହନ ସକ୍ରିୟ ରାଜନୀତିରେ ପ୍ରବେଶ କରିଥିବା ବେଳେ ଖୁବ୍‌ କମ୍‌ ସମୟ ମଧ୍ୟରେ ଏତେ ସଫଳତା ହୁଏତ ବିରୋଧୀଙ୍କର ହଜମ ହେଉନାହିଁ ବୋଲି ରାଜନୀତି ମହଲରେ ଆଲୋଚନା ହେଉଛି।

Share