ଜଗନ୍ନାଥ, ଜେଜେମା’ ଓ ଫନୀ

ମନ-ମାନଚିତ୍ର/ ଡ. ନରହରି ବେହେରା
ମୋ ଜେଜେମା’ର ବୟସ ଅଶୀ ଟପିଲାଣି। ମାତ୍ର ଏବେ ସେ ଭଲଭାବେ ଶୁଣିପାରୁଛି ଏବଂ କହିପାରୁଛି। ସବୁ ପୁରୁଣାକାଳିଆ ଲୋକଙ୍କ ପରି ସେ ଭାରି ପୁରାଣ ଓ ଶାସ୍ତ୍ରପ୍ରିୟ। ସବୁ ଘଟଣା ପଛରେ ଈଶ୍ୱରଙ୍କର ଇଚ୍ଛା ଅଛି ବୋଲି ତା’ର ବିଶ୍ୱାସ। ସେ କାଳେ ସେତେବେଳେ ସପ୍ତମଶ୍ରେଣୀ ପାସ୍‌ କରିଥିଲା। ତେଣୁ ଦୂରଦର୍ଶନ ଓ ଓଡ଼ିଆ ଖବରକାଗଜରେ ବାହାରୁଥିବା ବିଭିନ୍ନ ଘଟଣାକୁ ତର୍ଜମା କରିବାରେ ତା’ର କିଛି ଅସୁବିଧା ହୁଏ ନାହିଁ। କିଛି ଦୈବୀଦୁର୍ବିପାକ ପଡ଼ିଲେ ଆମେ ନାତିନାତୁଣୀମାନେ ତାକୁ ଘେରିଯାଇ ପଚାରୁ- ଜେଜେମା’ ଏଥର ତୋ ପୁରାଣଶାସ୍ତ୍ର ସବୁ କ’ଣ କହୁଛନ୍ତି? ଜେଜେମା’ ହସିଦେଇ ଅନେକ ରୋଚକ ପୌରାଣିକ ଆଖ୍ୟାନ ବଖାଣି ବସେ।
ଏ ବର୍ଷ ଫନୀ ଭୀଷଣ ରୂପଧରି ଆସୁଥିବା ଘଟଣା ପ୍ରଚାର ହେଲା। ସମସ୍ତେ ଭୀତତ୍ରସ୍ତ ହେଲେ। ସରକାରଙ୍କଠାରୁ ଜନସାଧାରଣ ସୁରକ୍ଷା ପାଇଁ ଅନେକ ଯୋଜନା କଲେ। ମାତ୍ର ଜେଜେମା’କୁ ଆମେ ଯେତେ ଯାହା ପଚାରିଲୁ ସେ କିଛି କହିଲା ନାହିଁ। ଖାଲି ଗୁମ୍‌ ମାରି ବସିଲା। ମଝିରେ ମଝିରେ ଏତିକି ଶୁଣାଇ ଦେଉଥିଲା, ସେହି ଜଗନ୍ନାଥଙ୍କର ଇଚ୍ଛା। ଘୋର କଳିକାଳର ଏ ଗୋଟିଏ ରୂପ। ଆମେ କିଛି ବୁଝିପାରିଲୁନି। ଏତିକି ଧରିନେଲୁ, ଜେଜେମା’ ତା’ର ଚିରାଚରିତ ଢଙ୍ଗରେ ଆମ ସମସ୍ତଙ୍କୁ ଦୋଷ ଦେବ। ମାତ୍ର ସେମିତି କିଛି ହେଲାନାହିଁ। ବାତ୍ୟା ପରଦିନ ସେ ଯେତେବେଳେ ଶୁଣିଲା ଜଗନ୍ନାଥଙ୍କ କଳ୍ପବଟ ଏବଂ କୋଇଲି ବୈକୁଣ୍ଠ ବାତ୍ୟାରେ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି, ସେତେବେଳେ ତା’ ଆଖିରୁ ଖାଲି ଧାର ଧାର ଲୁହ ଝରିବାକୁ ଲାଗିଲା। ଦୁଇହାତକୁ କପାଳରେ ଲଗାଇ କହିଲା- ହେ ପ୍ରଭୁ, ଶେଷରେ ସବୁ ପ୍ରତିଶୋଧ ତୁ ତୋ ଉପରେ ନେଇଗଲୁ? ଏମାନେ କିଛି ବୁଝିଲେନି। ବ୍ରହ୍ମ ପରିବର୍ତ୍ତନରେ ଦୁନିଆ ରକମର ଫିକର କଲେ, ସେଥିପାଇଁ ତୁ ଏମିତି ନାଟ ଲଗେଇଦେଲୁ! ଜେଜେମା’ର ଏମିତି ବିକଳ ପ୍ରଳାପ ଦେଖି ଆମ ଆଖିରେ ବି ଲୁହ ଆସିଗଲା। ମନେପଡ଼ିଗଲା ୨୦୦୪ ଡିସେମ୍ବର ୨୬ ତାରିଖ ସକାଳେ ଭାରତ ମହାସାଗରରେ ଯେଉଁ ସୁନାମି ଆସିଥିଲା ଆଉ ସେଥିରେ ଦୁଇଲକ୍ଷ ପଚାଶ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିଲେ, ସେଦିନ ବି ଜେଜେମା’ ଆଖିରେ ଲୁହ ଆସିଥିଲା। ସେ ଆମକୁ ଗାଳିଦେଇ କହିଥିଲା, ଏଇ ଯୋଉ ବିପତ୍ତି ଆସୁଛି, ତାହା କେବଳ ତୁମରି ରାକ୍ଷସ ପ୍ରବୃତ୍ତି ପାଇଁ। ଭଗବାନ ହେଉଛନ୍ତି ଅନ୍ତର୍ଯ୍ୟାମୀ ସେ ସମସ୍ତଙ୍କର ଦୁଃଖ ଶୁଣୁଛନ୍ତି। ତୁମେମାନେ ଦିନକୁ ଦିନ ଅସୁର ହୋଇଯାଉଛ। ଧର୍ମକର୍ମ କିଛି ମାନୁନାହଁ। ରାସ୍ତାଘାଟ ସବୁଠି ନିରୀହ ପଶୁପକ୍ଷୀଙ୍କୁ ମାରି ଖାଉଛ। ସେମାନଙ୍କର ଦୁଃଖ, ଚିକତ୍ାର ସିନା ତମ ଚିତ୍ତରେ ପଶୁନି, କିନ୍ତୁ ସବୁ ଭଗବାନଙ୍କ ନିକଟରେ ପହଞ୍ଚୁଛି। ଯେତେବେଳେ ପାପଭାର ବଢ଼ିବ, ଭଗବାନ ଏମିତି ଅଘଟଣ ଘଟାଇବେ। ସେ ଦିନ ଜେଜେମା’ର କଥାର କି ବୈଜ୍ଞାନିକ କାରଣ ଥିଲା, ଆମେ ଜାଣି ନ ପାରି ହାଲୁକା ଭାବେ ଗ୍ରହଣ କରିଥିଲୁ।
ଆଜି ଜେଜେମା’ର ପ୍ରସଙ୍ଗ ଥିଲା ଭିନ୍ନ। ସେ ଲୋକମାନଙ୍କ ଅବସ୍ଥା ଅପେକ୍ଷା ବେଶି ଭାଙ୍ଗିପଡ଼ିଥିଲା କଳ୍ପବଟ ଏବଂ କୋଇଲି ବୈକୁଣ୍ଠର ଶ୍ରୀହୀନ ଅବସ୍ଥା ଦେଖି। ଦୋଷ ଲଦି ଦେଉଥିଲା ନବକଳେବରରେ ଘଟିଥିବା ଅଘଟଣ ଉପରେ। ତା’ ମନଦୁଃଖ ଦେଖି ମନେହେଉଥିଲା, ସେ ଏଥିରେ ଯେତିକି ମର୍ମାହତ କୃଷ୍ଣଙ୍କୁ ନ ଦେଖି ମା’ ଯଶୋଦା ବି ସେଦିନ ସେତିକି ମର୍ମାହତ ହୋଇ ନ ଥିବେ। ଏଥର ଆମେମାନେ ଜେଜେମା’ ନିକଟରେ ଅଭିଯୋଗ ବାଢ଼ିଲୁ। ନବକଳେବର ଅନେକ ଦିନ ହେଲାଣି। ଏବେ କାହିଁକି ଜଗନ୍ନାଥ ସେହି ଘଟଣା ପାଇଁ ନିଜକୁ ଶ୍ରୀହୀନ କରିବେ। ଜେଜେମା’ ରାଗିଯାଇ କହିଲା, ତୁ କ’ଣ ଭାବୁଛୁ, ଜଗନ୍ନାଥ ତୋ ମୋ ପରି ଲୋକ। ସାଙ୍ଗେ ସାଙ୍ଗେ ହାଣି ମାରି ପକେଇବେ? ସେ ଚାହିଁଥିଲେ ଗୋଟିଏ ଘଣ୍ଟା ଭିତରେ ମହାଭାରତ ଯୁଦ୍ଧ ଶେଷ କରିଥାନ୍ତେ, ଶିଶୁପାଳ, କଂସ ପ୍ରଭୃତିଙ୍କୁ ନିମିଷକ ଭିତରେ ମାରି ଦେଇଥାନ୍ତେ, ସେମିତି କଲେ କି? ତମେ ମଣିଷ ହୋଇଛ, ବୁଦ୍ଧି ବିବେକ ପାଇଛ। ସେଥିପାଇଁ ତୁମକୁ ବଦଳିବାକୁ ସେ ସୁଯୋଗ ଦିଅନ୍ତି। ନ ବଦଳିଲେ, ତୁମକୁ କ୍ଷମା ଦିଅନ୍ତେ କିମିତି? ପ୍ରଭୁ ଉପରକୁ ଦେଖନ୍ତି ନାହିଁ, ମନକୁ ଚିହ୍ନନ୍ତି। ଭକ୍ତ ବି ସେମିତି ହେବା ଉଚିତ। ଉପରଠାଉରିଆ ଉଦ୍ଦଣ୍ଡ କୀର୍ତ୍ତନ କଲେ ଆମକୁ ସମସ୍ତେ ଭକ୍ତ ବୋଲି କହିପାରନ୍ତି, କିନ୍ତୁ ମୋ କାଳିଆ କେବେ ବି କହିବ ନାହିଁ। ତମେ କ’ଣ ଜାଣିନ ଦିନରାତି ଜଗା ଚାରିପାଖରେ ଘୂରି ବୁଲୁଥିବା ପଣ୍ଡାମାନଙ୍କ ନଡ଼ିଆକୁ ଛାଡ଼ି ସେ ଦାସିଆ ନଡ଼ିଆକୁ ନେଇଥିଲେ ବୋଲି।
ତ୍ରେତୟା ଯୁଗରେ ମା’ ସୀତା ଖୁସି ହୋଇ ନିଜ ଗଳାରୁ ମୋତିମାଳ କାଢ଼ି ହନୁମାନଙ୍କୁ ଦେଲେ। ହନୁମାନ ଦେଖିଲେ ମାଳସାରା ଖାଲି ମୋତି। ସେ ଗୋଟିଏ ଗୋଟିଏ କାଢ଼ି ଛିଣ୍ଡାଇଲେ। ଦାନ୍ତରେ କାମୁଡ଼ି ଫିଙ୍ଗିଦେଲେ। ଏକଥା ଦେଖି ଭରତ ରାଗିଯାଇ ହନୁମାନଙ୍କୁ ପଚାରିଲେ, ମା’ସୀତା ତୁମକୁ କେତେ ମୂଲ୍ୟବାନ ମୋତିହାର ଦେଲେ, ତୁମେ ତାକୁ କାମୁଡ଼ି ଫିଙ୍ଗିଦେଉଛ? ହନୁମାନ ଅତ୍ୟନ୍ତ ଅସହାୟ ହୋଇ କହିଲେ- ଭାଇ, ଏ ମୋତି ଭିତରେ ମୋ ପ୍ରଭୁ ରାମଚନ୍ଦ୍ର ଅଛନ୍ତି କି ନାହିଁ ଦେଖୁଛି, ଯେଉଁଠି ମୋ ପ୍ରଭୁ ନାହାନ୍ତି, ସେ ମୋତି ମୋର କି କାମରେ ଲାଗିବ? ଭରତ ଚୁପ୍‌ ହୋଇଗଲେ। ଭଗବାନଙ୍କଠାରୁ କୌଣସି ଜିନିଷ ମୂଲ୍ୟବାନ ନୁହେଁ। ଆଜିକାଲି ତୁମେ ଏ କଥା ଭାବୁଛ କି? ଭକ୍ତ ବୋଲି ଯିଏ ଯାଉଛି, ସେ ଖାଲି ନିଜର ଧନସମ୍ପତ୍ତି, ପୁଅନାତି କଥା ଭାବୁଛି। ଯୋଉ ମନ୍ଦିରକୁ ଗଲେ ସେଠି ପୂଜକ ପଢ଼ିଆରୀ ସମସ୍ତେ ଭକ୍ତଙ୍କୁ ଚନ୍ଦେଇବାରେ ବ୍ୟସ୍ତ। ଠାକୁରଙ୍କୁ ମନ ଦେଇ କିଏ ଡାକୁଛି କହ? ଠାକୁରଙ୍କୁ ଛଳନା କଲେ ନିସ୍ତାର ନାଇଁ। ମୋ ଜଗା ବିଲ୍‌କୁଲ୍‌ ସହିବ ନାହିଁ।
ସାନ୍ଦୀପନି ଆଶ୍ରମରେ ସୁଦାମା ଆଉ କୃଷ୍ଣ ପାଠ ପଢ଼ୁଥିଲେ। ସୁଦାମା କୃଷ୍ଣଙ୍କୁ ବହୁତ ଭକ୍ତି କରୁଥିଲେ। ଦିନେ ସେ ଦୁହେଁ ସମିଧ ସଂଗ୍ରହ ପାଇଁ ବଣକୁ ଯାଇଥିଲେ। ବର୍ଷା ହେବାରୁ ଦି’ଜଣ ଅଲଗା ଅଲଗା ଗଛ ମୂଳେ ଠିଆ ହେଲେ। ସୁଦାମାଙ୍କ ପାଖରେ କିଛି ଖୁଦ ଭଜା ଥିଲା। ସେ ଖାଇବାରେ ଲାଗିଲେ। କୃଷ୍ଣ ପାଖ ଗଛ ମୂଳରେ ଠିଆ ହୋଇ ପଚାରିଲେ- ସଖା, କ’ଣ ଖାଉଛ କି? ସୁଦାମା କହିଲେ- ନା ସଖା, ଶୀତରେ ଦାନ୍ତ କଡ଼ମଡ଼ ଶୁଭୁଛି। ଭଗବାନ ତ ଅନ୍ତର୍ଯ୍ୟାମୀ, ଲୁଚେଇଲେ କ’ଣ ଲୁଚିବ? ତା’ପରେ କ’ଣ ହେଲା? ସୁଦାମା ଦରିଦ୍ର ହୋଇ ଭିକ ମାଗିଲେ। ସେହି ଖୁଦ ଭଜା ଦେଇ ସେ ଭଗବାନଙ୍କୁ ସନ୍ତୁଷ୍ଟ କରିବା ପରେ ଦାରିଦ୍ର୍ୟରୁ ମୁକ୍ତିପାଇଲେ। ସବୁ ଘଟଣା ପଛରେ ଭଗବାନ ନିଶ୍ଚୟ ଗୋଟେ କାରଣ ରଖିଥାନ୍ତି। ଆଜି ଶ୍ରୀମନ୍ଦିରରେ ଯୋଉ ଅଘଟଣ ଘଟୁଛି, ସେଥିରେ କିଛି ନା କିଛି କାରଣ ଅଛି। ନିଜ ଭିତରେ କଳି ତକରାଳ କରି ମୋ ଠାକୁରଙ୍କୁ ଖାଡ଼ା ଉପାସ ରଖି ଦେଉଛନ୍ତି। ମୋ ଜଗା ରୋଷ କରିବନି? ଯବନ ଆକ୍ରମଣବେଳେ ପଣ୍ଡାମାନେ କେତେ କଷ୍ଟ କରି ତା’ ନାଭିବ୍ରହ୍ମକୁ ରକ୍ଷା କରିଥିଲେ, ସେହି ନାଭିବ୍ରହ୍ମକୁ ବଦଳାଇବାରେ ଅନାଚାର କଲେ ସେ ସହିବ କେମିତି?
ଜେଜେମା’ ଦୀର୍ଘଶ୍ୱାସ ପକାଇ କେବଳ ଜଗନ୍ନାଥଙ୍କୁ ଜୁହାର ହେଲା। ଆମେ ବୁଝିଲୁ, ତା’ ବିଶ୍ୱାସ ଓ ଧର୍ମ ଭାବନାରେ ସବୁ ଅଘଟଣକୁ ସେ ବିଚାର କରୁଛି। ମାତ୍ର ସେ ଯାହା କହିଲା, ତାହା କେତେ ସତ, କେତେ ମିଛ ତାହା ବିଜ୍ଞଜନେ ବିଚାର କରିବେ। ମା:୭୯୭୮୯୦୩୫୦୯


Enter your email to get our daily news in your inbox.

All Right Reserved By Dharitri.Com

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା…

ଆର୍ଦ୍ରଭୂମିର ଗୁରୁତ୍ୱ ଓ ସଂରକ୍ଷଣ

ଜଳ ଆମ ଗ୍ରହର ୭୧ ଶତାଂଶ ଅଞ୍ଚଳକୁ ଆଚ୍ଛାଦିତ କରେ ଏବଂ ନଦନଦୀ, ହ୍ରଦ, ପୁଷ୍କରିଣୀଠାରୁ ସମୁଦ୍ର ପରି ବିଭିନ୍ନ ଉତ୍ସରେ ଉପଲବ୍ଧ ହୋଇ ଜଳୀୟ ପରିସଂସ୍ଥାକୁ…

ନେତାଙ୍କୁ ଅନୁସରଣ

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦବୀ ଛାଡ଼ି ରାଜ୍ୟ ସଭାକୁ ଯିବା ପରେ ବିହାରର ବରିଷ୍ଠ ବାବୁମାନଙ୍କ ଏକ ଦଳ ଖୁବ୍‌ ଶୀଘ୍ର କେନ୍ଦ୍ରୀୟ ଡେପୁଟେଶନରେ ଯାଇପାରନ୍ତି ବୋଲି…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri