ଜଗନ୍ନାଥପ୍ରସାଦରେ ଜନତା କର୍ଫ୍ୟୁ: ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ

ଜଗନ୍ନାଥପ୍ରସାଦ,୨୨।୩(ଡି.ଏନ୍‌.ଏ.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନରେ ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ ଅଞ୍ଚଳରେ ଜନତା କର୍ଫ୍ୟୁର ପ୍ରଭାବ ରବିବାର ଦେଖିବାକୁ ମିଳିଛି। ମୁଖ୍ୟ ବଜାର ଜଗନ୍ନାଥ ପ୍ରସାଦ, ପଞ୍ଚଭୂତି, ବିଡିପୁର, ଗଣ୍ଡାଧର, ଚିକିଲି, କମସର, କାଦୁଆ, ଛାମୁଣ୍ଡା ଆଦି ସ୍ଥାନରେ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଛି। ଲୋକମାନେ ଘରୁ ବାହାରୁ ନ ଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ଥାନା ପକ୍ଷରୁ ସ୍ଥାନେ ସ୍ଥାନେ ପୋଲିସ ମୁତୟନ କରାଯାଇଥିବା ଦେଖିବାକୁ ମିଳିଛି।