ଜଗନ୍ନାଥଙ୍କ ଅର୍ଥ ଫେରାଇବାକୁ ନେଇ ଦୋଷ ଲଦାଲଦି

ଭୁବନେଶ୍ୱର,୯।୩(ବ୍ୟୁରୋ): ୟେସ୍‌ ବ୍ୟାଙ୍କ ଖରାପ ସ୍ଥିତିଦେଇ ଗତି କରୁଥିବାବେଳେ ମହାପ୍ରଭୁ ଜଗନ୍ନାଥଙ୍କ ଅର୍ଥ ସେଥିରେ ରହିବା ଘଟଣା ସମସ୍ତଙ୍କୁ ଚକିତ କରିଛି। ଏହି ବ୍ୟାଙ୍କରେ ମହାପ୍ରଭୁଙ୍କ ପ୍ରାୟ ୫୪୫ କୋଟି ଟଙ୍କା ରଖାଯାଇଛି। ବର୍ତ୍ତମାନ ଉକ୍ତ ବ୍ୟାଙ୍କରୁ ୩୦ଦିନରେ ମୋଟ ୫୦ହଜାର ଟଙ୍କା ଉଠାଯାଇପାରିବ ବୋଲି ଖବର ଆସିବାପରେ ମହାପ୍ରଭୁଙ୍କ ଅର୍ଥକୁ ନେଇ ସମସ୍ତେ ସରକାରଙ୍କୁ ଆଙ୍ଗୁଳି ଉଠାଇଛନ୍ତି। ଏହି ୫୪୫ କୋଟି ଟଙ୍କା ଏକ ଘରୋଇ ବ୍ୟାଙ୍କରେ ସମସ୍ତଙ୍କ ଅଗୋଚରରେ ଜମା ରଖିବା ପଛରେ ମନ୍ଦ ଉଦ୍ଦେଶ୍ୟ ଥିବା ସ୍ପଷ୍ଟ ହେଉଛି ବୋଲି ଭାଜପା ଅଭିଯୋଗ କରିଛି। ଅନ୍ୟପଟେ କଂଗ୍ରେସ ମଧ୍ୟ ଏହି ଘଟଣାରେ ସରକାରଙ୍କୁ ଘେରିଥିବା ବେଳେ ବିଜେଡି ପକ୍ଷରୁ ଭାଜପାକୁ ଟାର୍ଗେଟ କରାଯାଇ ଏ ବିଷୟରେ କେନ୍ଦ୍ରରେ ଶାସନ ଦାୟିତ୍ୱରେ ଥିବା ତାଙ୍କ ସରକାରକୁ ପଚାରନ୍ତୁ ବୋଲି କୁହାଯାଇଛି। ଅନ୍ୟପଟେ ଅର୍ଥ ସଚିବ ଅଶୋକ ମୀନା କହିଛନ୍ତି ଯେ, ଜଗନ୍ନାଥଙ୍କ ଟଙ୍କା ସୁରକ୍ଷିତ ଥିବା ଆର୍‌ବିଆଇ ଜଣାଇଛି। ଶ୍ରୀମନ୍ଦିର ପ୍ରଶାସନ ଏବଂ ଅର୍ଥ ବିଭାଗ ଅଧିକାରୀ ଆର୍‌ବିଆଇ ସହ ଏ ସମ୍ପର୍କରେ ଆଲୋଚନା ହୋଇଥିବା ବେଳେ ସେପଟୁ ଆଶ୍ୱସ୍ତ କରାଯାଇଥିବା ସେ କହିଛନ୍ତି। ସେହିପରି ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ରବିବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖି ୟେସ୍‌ ବ୍ୟାଙ୍କରେ ଜମା ଥିବା ଅର୍ଥ ଉଠାଣ ପାଇଁ ଆର୍‌ବିଆଇକୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛନ୍ତି।
ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ରବିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଦଳର ସାଧାରଣ ସମ୍ପାଦକ ପୃଥ୍ବିରାଜ ହରିଚନ୍ଦନ କହିଛନ୍ତି ଯେ, ଏସଏଲବିସିଙ୍କ ଗାଇଡଲାଇନ ଆଧାରରେ ତତ୍କାଳୀନ ଅତିରିକ୍ତ ଶାସନ ସଚିବ ସରକାରଙ୍କ ଅର୍ଥ କେଉଁ ବ୍ୟାଙ୍କରେ ଜମା ରହିବ, ତାର ଏକ ତାଲିକା ୨୦୧୭ରେ ଦେଇଥିଲେ। ଏହି ତାଲିକାରେ ୨୨ଟି ବିଭିନ୍ନ ରାଷ୍ଟ୍ରାୟତ୍ତ ଓ ବୃହତ୍‌ ବ୍ୟାଙ୍କ ଏବଂ ୩ଟି ସମବାୟ ବ୍ୟାଙ୍କର ନାମ ଉଲ୍ଲେଖ ରହିଥିଲା। ଏହି ତାଲିକାରେ ପ୍ରଭୁ ଜଗନ୍ନାଥଙ୍କ ଦାନ ଅର୍ଥରାଶି ଜମା ଥିବା ୟେସ୍‌ ବ୍ୟାଙ୍କର ନାମ ଯୋଗ୍ୟତା ତାଲିକାରେ ନ ଥିଲା। ୟେସ୍‌ ବ୍ୟାଙ୍କ ଦେବାଳିଆ ସ୍ଥିତି ସମ୍ପର୍କରେ ଜାଣି ତିରୁପତି ମନ୍ଦିର ଟ୍ରଷ୍ଟ ନିଜ ୧୩୦୦ କୋଟି ଟଙ୍କା ଜମା ରାଶି ଉଠାଇ ନେଇଥିବାବେଳେ ଜଗନ୍ନାଥ ମନ୍ଦିର ପ୍ରଶାସନ କିପରି ଚିନ୍ତାମୁକ୍ତ ଏବଂ ନୀରବଦ୍ରଷ୍ଟା ସାଜିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଏହାପରେ ୨୦୧୯ ଜୁଲାଇରେ ୟେସ୍‌ ବ୍ୟାଙ୍କକୁ ସରକାର ଯୋଗ୍ୟତା ତାଲିକାରେ ସାମିଲ କଲେ। ଏତେବଡ଼ ଭୁଲ୍‌ ପାଇଁ କିଏ ଉତ୍ତରଦାୟୀ ରହିବ ବୋଲି ଭାଜପା ପ୍ରଶ୍ନ କରିବା ସହ ଏନେଇ ସରକାର ଏକ ଶ୍ୱେତପତ୍ର ପ୍ରକାଶ କରନ୍ତୁ ବୋଲି ହରିଚନ୍ଦନ ଦାବି କରିଛନ୍ତି। ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, ପ୍ରଥମ କଥା ହେଉଛି ଏହି ଅର୍ଥ କୌଣସି ଘରୋଇ ବ୍ୟାଙ୍କରେ ରଖାଯାଇପାରିବ ନାହିଁ। ଘରୋଇ ବ୍ୟାଙ୍କକୁ ଏତେ ଟଙ୍କା ଗଲା କିପରି। ଏ ବିଷୟରେ ଯଦି ଆଇନ ବିଭାଗ, ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ଜାଣିଥାଆନ୍ତି ତେବେ ସେମାନେ ହିଁ ଏଥିପାଇଁ ଦାୟୀ। ସୌନ୍ଦର୍ଯ୍ୟକରଣ ନାଁରେ ଜଗନ୍ନାଥଙ୍କ ସମ୍ପତ୍ତିକୁ ଲୁଟିବା ପାଇଁ ଏମାନେ ଚେଷ୍ଟା କରୁଛନ୍ତି ବୋଲି ନିରଞ୍ଜନ କହିଛନ୍ତି। ବିଜେଡି ମୁଖପାତ୍ର ଲେନିନ୍‌ ମହାନ୍ତି କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ତାଲିକାରେ ଏହି ବ୍ୟାଙ୍କ ରହିଛି। ରିଜର୍ଭ ବ୍ୟାଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବ୍ୟାଙ୍କ କାର୍ଯ୍ୟ କରିଥାଏ। ସେହି ଅନୁସାରେ ଏହା ସିଡ୍ୟୁଲ ବ୍ୟାଙ୍କ ହୋଇଥିବାବେଳେ କେନ୍ଦ୍ର ସରକାର ଓ ଭାରତୀୟ ରିଜର୍ଭ ବ୍ୟାଙ୍କ ଦେଇଥିବା ସାର୍ବଭୌମତ୍ୱ ଗ୍ୟାରେଣ୍ଟିକୁ ଉପଭୋଗ କରୁଛି। ଭାଜପା ମୁଖପାତ୍ର ଏହା ଭଲଭାବେ ଜାଣିଥିଲେ ମଧ୍ୟ ମିଥ୍ୟା ଏବଂ ଅବାସ୍ତବ ମନ୍ତବ୍ୟ ଦେଇ ନିୟମିତ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି। ୟେସ ବ୍ୟାଙ୍କର ଜମା ଅର୍ଥର ସୁରକ୍ଷା ଓ ନିରାପତ୍ତା କେନ୍ଦ୍ର ସରକାରଙ୍କ ଦାୟିତ୍ୱ। ଜଗନ୍ନାଥଙ୍କ ଅର୍ଥ ଏବଂ ସାଧାରଣ ଲୋକଙ୍କ ଅର୍ଥକୁ କେନ୍ଦ୍ରରେ କ୍ଷମତାରେ ଥିବା ସରକାର ସୁରକ୍ଷା ଦେଇପାରି ନାହାନ୍ତି। ଏଠି ମିଛ କହିବା ପରିବର୍ତ୍ତେ ଭାଜପା ଲୋକଙ୍କୁ ଧରି ଦିଲ୍ଲୀ ଯାଇ ସେଠାରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଭେଟି ଜଗନ୍ନାଥଙ୍କ ଅର୍ଥ କିଭଳି ସୁରକ୍ଷିତ ଭାବେ ଫେରିବ ତାହା ଉପରେ ପଦକ୍ଷେପ ନେଉ ବୋଲି ଲେନିନ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଋଣ, ଚାକିରୀ ଦେବା ନା’ରେ ବଡ଼ ଧରଣର ଠକେଇ

ହିଞ୍ଜିଳିକାଟୁ,୨୮।୨(ଦ୍ବିତୀକୃଷ୍ଣ ପଣ୍ଡା): ଋଣ ଏବଂ ଚାକିରୀ କରାଇଦେବା ନା’ରେ ଠକେଇ କରୁଥିବା ଜଣେ ଯୁବକଙ୍କୁ ହିଞ୍ଜିଳି ପୋଲିସ ଶନିବାର ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ…

ମଧ୍ୟପ୍ରାଚ୍ୟରେ ମହାସମର: ଦୁବାଇରେ ମିସାଇଲ ମାଡ଼ କଲା ଇରାନ, ବୁର୍ଜ ଖଲିଫାକୁ କରାଗଲା ଖାଲି 

ଦୁବାଇ,୨୮।୨: ଆମେରିକା ଏବଂ ଇସ୍ରାଏଲ ପକ୍ଷରୁ ଇରାନର ୩୦ଟି ସହର ଉପରେ ମିଳିତ ଏୟାର ଷ୍ଟ୍ରାଇକ ପରେ ଇରାନ ‘ଅପରେସନ ଫତେହ-ଏ-ଜଙ୍ଗ୍‌’ ଆରମ୍ଭ କରିଛି। ଏହି ପାଲଟା…

T20 ବିଶ୍ୱକପ୍‌ରୁ ପାକିସ୍ତାନର ବିଦାୟ: ମ୍ୟାଚ୍‌ ଜିତି ମଧ୍ୟ ସେମିଫାଇନାଲରୁ ବାହାର, ଏମିତି ବିଗିଡ଼ି ଗଲା…

ନୂଆଦିଲ୍ଲୀ,୨୮।୨: ପାକିସ୍ତାନ କ୍ରିକେଟ ଦଳ ପାଇଁ ଟି-୨୦ ବିଶ୍ୱକପ ୨୦୨୬ର ଯାତ୍ରା ଶେଷ ହୋଇଛି। ସୁପର-୮ ର ନିଜର ଶେଷ ମ୍ୟାଚ୍‌ରେ ଶ୍ରୀଲଙ୍କା ବିପକ୍ଷରେ ୫ ରନ୍‌ରେ…

ଇସ୍ରାଏଲ ଆକ୍ରମଣରେ ଇରାନର ପ୍ରତିରକ୍ଷା ମନ୍ତ୍ରୀ-କମାଣ୍ଡର ମୃତ! ରିପୋର୍ଟରେ ବଡ଼ ଦାବି

ତେହରାନ,୨୮।୨: ଇରାନ ଓ ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ଭୟଙ୍କର ଯୁଦ୍ଧ ଯୋଗୁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଖବର ସଂସ୍ଥା ରଏଟର୍ସ ପକ୍ଷରୁ ମିଳିଥିବା…

ରଣ୍‌ଜୀ ଟ୍ରଫି ଜିତିଲା ଜମ୍ମୁ କଶ୍ମୀର, ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ହୁବଲି,୨୮ା୨: ଜମ୍ମୁ କଶ୍ମୀର ଶନିବାର ପ୍ରଥମ ଥର ପାଇଁ ରଣ୍‌ଜୀ ଟ୍ରଫି ଜିତି ଭାରତୀୟ କ୍ରିକେଟରେ ନୂଆ ଇତିହାସ ସୃଷ୍ଟି କରିଛି। ସ୍ଥାନୀୟ କେଏସ୍‌ସିଏ ଷ୍ଟାଡିୟମରେ ଖେଳାଯାଇଥିବା…

ଚିହିଁକି ଉଠିଲା ଇରାନ, UAE ସମେତ ଏହି ୮ ଦେଶ ଉପରେ କ୍ଷେପଣାସ୍ତ୍ର ମାଡ଼, ଆମେରିକୀୟ ଘାଟିରୁ…

ତେହରାନ,୨୮।୨: ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ଇରାନ ଏବେ ପାଲଟା ଜବାବ ଦେଇ ଯୁଦ୍ଧ ଘୋଷଣା କରିଛି। ଶନିବାର ଇରାନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ…

ବିଜେଡିରୁ ବହିଷ୍କାର ପରେ ପ୍ରତିକ୍ରିୟା ରଖିଲେ ପ୍ରଭାତ, କହିଲେ…

ଭୁବନେଶ୍ୱର,୨୮।୨: ବିଶୃଙ୍ଖଳା ଏବଂ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ନେତା ତଥା ଚୌଦ୍ବାର-କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ବାଳଙ୍କୁ ଶନିବାର ଦଳରୁ ବହିଷ୍କୃତ କରାଯାଇଛି।…

SL vs PAK: ସବୁଠୁ ବଡ଼ ମ୍ୟାଚ୍‌ରୁ ବାବରଙ୍କୁ ବାଦ ଦେଲା ପାକିସ୍ତାନ, ସେମିଫାଇନାଲ ଖେଳିବା ପାଇଁ ଦଳର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୮।୨: ଟି-୨୦ ବିଶ୍ୱକପ ୨୦୨୬ର ସେମିଫାଇନାଲ ଦୌଡ଼ ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଗ୍ରୁପ-୨ରୁ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମଧ୍ୟରୁ କିଏ ଶେଷ୍ଠ ୪ରେ ସ୍ଥାନ ପାଇବ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri