Categories: ଜାତୀୟ

ଜଗଦୀପ ଧନଖଡ ହେଲେ ପଶ୍ଚିମବଙ୍ଗ ରାଜ୍ୟପାଳ

କୋଲକାତା,୩୦।୭: ପଶ୍ଚିମବଙ୍ଗର ନୂଆ ରାଜ୍ୟପାଳ ଭାବେ ଜଗଦୀପ ଧନଖଡ ମଙ୍ଗଳବାର ଶପଥ ଗ୍ରହଣ କରିଛନ୍ତି। କୋଲକାତା ହାଇକୋର୍ଟର ମୁଖ୍ୟ ବିଚାରପତି ଟି.ବି.ଏନ୍‌. ରାଧାକ୍ରିଷ୍ଣନ୍‌ ରାଜଭବନରେ ଜଗଦୀପଙ୍କୁ ରାଜ୍ୟପାଳ ଭାବେ ଶପଥପାଠ କରାଇଥିଲେ। ଜଗଦୀପ ରାଜ୍ୟର ୨୮ତମ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗଦେଇଥିଲେ।

Share