Posted inରାଜ୍ୟ

ଜଗତ୍‌ସିଂହପୁର ଛିନ୍‌ତାଇ ମାମଲା: ଏକାଧିକ ମାମଲାରେ ସମ୍ପୃକ୍ତ ୭ ଅଭିଯୁକ୍ତ ଗିରଫ

ଜଗତ୍‌ସିଂହପୁର ଅଫିସ, ୧୩ା୬: କିଛି ଦିନ ହେବ ଜଗତ୍‌ସିଂହପୁର ସହରରେ ଅପରାଧୀମାନେ ଦିନ ଦ୍ୱି ପ୍ରହରରେ ମହିଳାଙ୍କ ବେକରୁ ସୁନା ଚେନ୍‌ ଛିନତାଇ କରି ନେବା ଖବର ପୋଲିସ କାର୍ଯ୍ୟକଳାପ ଉପରେ ଆଙ୍ଗୁଳି ନିର୍ଦ୍ଦେଶ କରିଥିଲା। ଏହାକୁ ନେଇ ପୋଲିସ ପକ୍ଷରୁ ଅଭିଯୁକ୍ତଙ୍କୁ ଧରିବା ଅଭିଯାନ ଜୋରଦାର କରାଯାଇଥିଲା। ସୌଭାଗ୍ୟ ପୋଲିସ ଏଥିରେ କେତେକାଂଶରେ ସଫଳ ହୋଇଛି। ଜଣେ ଅନ୍ତଜିଲା ଅପରାଧୀଙ୍କ ସମେତ ମୋଟ ୭ ଜଣଙ୍କୁ ଗିରଫ କରିବାରେ ସମର୍ଥ ହୋଇଛି। ଏଥିସହ ୩ଟି ସୁନା ଚେନ୍‌ ଓ ୪ଟି ବାଇକ୍‌ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ରଘୁନାଥପୁର ଥାନା ଜିରାରେ ଅବସ୍ଥାପିତ ତଥା ପାରାଦୀପ ଗଡ଼ ନିଁଡିହିର ରାଜା ଓରଫ ବିଶ୍ୱନାଥ ନାୟକ (୨୬), ଜଗତ୍‌ସିଂହପୁର ଥାନା ପଳାଶୋଳର ବୁଣ୍ଟି ଓରଫ ସ୍ବୟାଂଶୁ ସତ୍ୟରଞ୍ଜନ ଦାସ (୨୨), ଏହିଥାନା ଅଧୀନ ପଳସୁଧା ବାଉରୀ ସାହିର ନାଲୁଆ ଓରଫ ସଂଗ୍ରାମ ଦାସ (୨୧), ଓଳି ଓରଫ ସନାତନ ଦାସ (୨୧), ରଘୁନାଥପୁର ଥାନା ଜିରାର ଗାଣ୍ଡୁ ଓରଫ ନିରାକାର ଦାସ (୨୩), କୁଜଙ୍ଗ ଥାନା ଜଗନ୍ନାଥପୁରର ପୁପା ଓରଫ ଶକ୍ତି ରଞ୍ଜନ ମହାନ୍ତି ଓ ଏହିଥାନା ବଳରାମପୁରର ବାପି ଓରଫ ସୋମନାଥ ନାଥ (୨୧)। ରାଜା ହେଉଛନ୍ତି କିଙ୍ଗପିନ୍‌। ସେ କେବଳ ଜଗତ୍‌ସିଂହପୁର ନୁହେଁ ରାଜ୍ୟର ବିଭିନ୍ନ ଜିଲାରେ ଅପରାଧ ଘଟାଇଥିବା ଅଭିଯୋଗ ରହିଛି। ଅନ୍ୟମାନେ ଜିଲାର ପାରାଦୀପ, ଜଗତ୍‌ସିଂହପୁର ସମେତ ବିଭିନ୍ନ ଥାନା ଅଞ୍ଚଳରେ ଅପରାଧରେ ସମ୍ପୃକ୍ତ। ବୁଧବାର ଜଗତ୍‌ସିଂହପୁର ଥାନା ପରିସରରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି। ଆୟୋଜିତ ସମ୍ମିଳନୀରେ ଜଗତ୍‌ସିଂହପୁର ଏସ୍‌ଡିପିଓ ପ୍ରକାଶ ଚନ୍ଦ୍ର ପାଲ କହିଥିଲେ, ୩୦ା୫ା୧୯ ଓ ୮ା୬ା୧୯ରେ ଜଗତ୍‌ସିଂହପୁର ସହରରେ ପୃଥକ ଛିନତାଇ ମାମଲା ରୁଜୁ ହୋଇଥିଲା। ଏହି ମାମଲାକୁ ଗୁରୁତର ସହ ନିଆଯାଇ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପୋଲିସ ତତ୍ପର ହୋଇଥିଲା। ଆୟୋଜିତ ଖବରଦାତା ସମ୍ମିଳନୀରେ ତଦନ୍ତକାରୀ ଅଧିକାରୀ ତଥା ଜଗତସିଂହପୁର ଆଇଆଇସି ରଜନୀକାନ୍ତ ମିଶ୍ର ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ, ୩୦ା୫ା୧୯ରେ ଅଭିଯୋଗକାରୀ ସ୍ଥାନୀୟ ଖେରସରର ଅନିତା ପ୍ରଧାନ ଦର୍ଶାଇଥିଲେ ସେ, ତାଙ୍କ ସ୍ବାମୀ ଓ ପିଲାଙ୍କ ସହ ସାଇ ମନ୍ଦିର ଯାଇ ଫେରୁଥିବା ବେଳେ କୋର୍ଟ ଛକ ନିକଟରେ ୨ଜଣ ଦୁର୍ବୁତ୍ତ ବାଇକ୍‌ରେ ଆସି ତାଙ୍କ ବେକରୁ ସୁନା ଚେନ୍‌ ଛିଡାଇ ନେଇଥିଲେ। ଏହା ଉପରେ ଜଗତ୍‌ସିଂହପୁର ଥାନାରେ ମାମଲା ସଂଖ୍ୟା ୧୯୦/୧୯ ରୁଜୁ ହୋଇଥିଲା। ସେହିପରି ଗୋପାଳସାଗରର ଘନଶ୍ୟାମ ସ୍ବାଇଁ ଅଭିଯୋଗରେ ଦର୍ଶାଇଥିଲେ ସେ ତାଙ୍କ ସ୍ତ୍ରୀଙ୍କ ସହ ବାଇକ୍‌ରେ ଦଶ ନମ୍ବରରୁ ହାଟବଜାର ସତ୍‌ସଙ୍ଗ ବିହାର ଅଭିମୁଖେ ଯାଉଥିଲେ। ଠିକ ଏସ୍‌କେ ଏକାଡେମୀ ପଡିଆ ନିକଟରେ ଏକ ବାଇକ ଯୋଗେ ଦୁର୍ବୁତ୍ତ ଆସି ତାଙ୍କ ସ୍ତ୍ରୀଙ୍କ ବେକରୁ ସୁନା ଚେନ୍‌ ଛିଡାଇ ନେଇଥିଲେ। ଅଭିଯୋଗ ପରେ ଜଗତସିଂହପୁର ପୋଲିସ ମାମଲା ସଂଖ୍ୟା ୨୧୨/୧୯ ରୁଜୁ କରିଥିଲା। ଏହା ପୂର୍ବରୁ ମଧ୍ୟ ଅନୁରୂପ ଅପରାଧିକ ମାମଲା ରହିଛି। ଏସବୁକି ଦୃଷ୍ଟିରେ ରଖି ପୋଲିସ ତତ୍ପର ହୋଇ ପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସୁପ୍ରିମକୋର୍ଟରେ ୫ ନୂଆ ବିଚାରପତି ନିଯୁକ୍ତ: ମୋଟ ବିଚାରପତି ସଂଖ୍ୟା ହେଲା..

ନୂଆଦିଲ୍ଲୀ,୧ା୬:ସୁପ୍ରିମକୋର୍ଟରେ ସୋମବାର ୫ ନୂଆ ବିଚାରପତିଙ୍କୁ ନିଯୁକ୍ତି ମିଳିବା ଫଳରେ ଶୀର୍ଷ ଅଦାଲତର ମୋଟ ବିଚାରପତି ସଂଖ୍ୟା ୩୭ରେ ପହଞ୍ଚତ୍ବାକୁ ଯାଉଛି, ଯାହାକି ମଞ୍ଜୁରୀପ୍ରାପ୍ତ ସଂଖ୍ୟାଠାରୁ ଗୋଟିଏ…

ବିଜେଡି କର୍ମୀ-ପଟାଙ୍ଗି ବିଧାୟକଙ୍କ ମଧ୍ୟରେ ରାଜନୈତିକ ଛକାପଞ୍ଝା: ବିଜେଡି କଲା ଘୋଷଣା-ଆସନ୍ତା ବୁଧବାର…

ନନ୍ଦପୁର, ୧।୬ (ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକରେ ଗତ ଦୁଇଦିନ ହେଲା ସରପଞ୍ଚ ସମିତି ସଭ୍ୟ, ବିଜେଡି କର୍ମୀ ଓ ପଟାଙ୍ଗି ବିଧାୟକଙ୍କ…

ନିମିଷକେ ଉଜୁଡିଗଲା ସଂସାର…ବିବାହର କିଛି ଘଣ୍ଟା ପରେ ଆଖିବୁଜିଲେ ପାଇଲଟ୍‌: ସ୍ତ୍ରୀଙ୍କ ସହ କରୁଥିଲେ…

ଓ୍ବାଶିଂଟନ୍‌,୧।୬: ଆମେରିକାରେ ଏକ ହେଲିକପ୍ଟର ଦୁର୍ଘଟଣାରେ ଜଣେ ଭାରତୀୟ ବଂଶୋଦ୍ଭବ ପାଇଲଟ ମୃତ୍ୟୁବରଣ କରିଛନ୍ତି। ଏହି ଦୁଃଖଦ ଘଟଣା ତାଙ୍କ ବିବାହର ମାତ୍ର କିଛି ଘଣ୍ଟା ପରେ…

କାଳବୈଶାଖୀର ତାଣ୍ଡବ: ସ୍କୁଲ ଘର ଉପରେ ପଡ଼ିଲା ବିରାଟକାୟ ଗଛ, ଲକ୍ଷାଧିକ ଟଙ୍କାର ସରକାରୀ ସମ୍ପତ୍ତି କ୍ଷତି

ମୋହନା, ୧।୬( ମନ୍ମଥ ମିଶ୍ର ): କାଳବୈଶାଖୀର ପ୍ରଭାବରେ ଉଡିଲା ସ୍କୁଲ ଟିଣ ଛପର। ସ୍କୁଲ ଘର ଉପରେ ପଡ଼ିଲା ବିରାଟକାୟ ଗଛ । ଗଜପତି ଜିଲା…

ଟେଷ୍ଟ କ୍ରିକେଟ୍‌ ନିୟମରେ ହେଲା ବଡ଼ ପରିବର୍ତ୍ତନ: ଏଣିକି…

ନୂଆଦିଲ୍ଲୀ,୧।୬: ଟେଷ୍ଟ କ୍ରିକେଟ୍‌ରେ ପୁଣି ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏନେଇ ଏକ ସୂଚନା ଶେୟାର କରିଛି। ସାଧାରଣତଃ ଖରାପ…

ଦୁଇ ଭଉଣୀଙ୍କ ମଧ୍ୟରେ ଗଢ଼ିଉଠିଲା ପ୍ରେମ ସମ୍ପର୍କ: ବିବାହ କରିବା ପାଇଁ ଏମିତି କାମ କଲେ…ଜାଣିଲେ ହୋଇଯିବେ ଚକିତ

ନୂଆଦିଲ୍ଲୀ, ୧।୬: ବିହାରର ଜାମୁଇ ଜିଲାର ଲକ୍ଷ୍ମୀପୁର ବ୍ଲକରୁ ଏକ ବିବାହ ଖବର ସାମ୍ନାକୁ ଆସିଛି, ଯାହା ବ୍ୟାପକ ଆଲୋଚନାର ବିଷୟ ପାଲଟିଛି। ହରଲା ଗାଁର ଜଣେ…

LPGକୁ ନେଇ ଜରୁରୀ ଖବର: ୩୦ ଦିନ ମଧ୍ୟରେ ସମାପ୍ତ କରନ୍ତୁ ଏହି କାମ, ନଚେତ୍‌ ବନ୍ଦ ହୋଇଯିବ…

ନୂଆଦିଲ୍ଲୀ, ୧।୬: ଇରାନ-ଆମେରିକା ଯୁଦ୍ଧ ସାରା ବିଶ୍ୱରେ ଅସ୍ଥିରତା ସୃଷ୍ଟି କରିଛି, ଯାହା ଭାରତରେ ଗ୍ୟାସ ଯୋଗାଣକୁ ମଧ୍ୟ ପ୍ରଭାବିତ କରିଛି। କେନ୍ଦ୍ର ସରକାର LPG ଏବଂ…

ଏବିଇଓ ଭାବେ ଦାୟିତ୍ୱ ନେଲେ ଶ୍ରୀମନ୍ତ ଧରୁଆ, ବିଭିନ୍ନ ଶିକ୍ଷକ ସଂଘ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା

କୋକସରା,୧।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଡଙ୍ଗରୀଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଶ୍ରୀମନ୍ତ ଧରୁଆଙ୍କୁ ସୋମବାର କୋକସରା ଏବିଇଓ ଭାବେ କାର୍ଯ୍ୟଭାର ଦିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri