ଜଗତ୍‌ସିଂହପୁରରେ ପ୍ରବଳ ବର୍ଷା ସମ୍ଭାବନା

ଜଗତ୍‌ସିଂହପୁର ଅଫିସ,୮ା୧୧: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗୁରୁବାର ବାତ୍ୟା ବୁଲ୍‌ବୁଲ୍‌ରେ ପରିଣତ ହୋଇଛି। ଏହାର ପ୍ରଭାବରେ ଜଗତ୍‌ସିଂହପୁର ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଜିଲାର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ର ୨ ଦିନ ଅର୍ଥାତ୍‌ ଶୁକ୍ରବାର ଓ ଶନିବାର ଛୁଟି ରହିବ। କିନ୍ତୁ ଶିକ୍ଷୟିତ୍ରୀ, ଶିକ୍ଷକ ଓ ଅଙ୍ଗନୱାଡି କର୍ମୀମାନେ ବିଦ୍ୟାଳୟରେ ଉପସ୍ଥିତ ରହିବେ। ୯ ତାରିଖ ଦ୍ୱିତୀୟ ଶନିବାର ସରକାରୀ ଛୁଟି ଥିଲେ ସୁଦ୍ଧା ଏହା ବାତିଲ କରି ଦିଆଯାଇଛି। ଏହିଦିନ ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲା ରହିବ। ଗୁରୁବାର ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏହି ଘୋଷଣା କରିଥିବା ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ (ଡିଆଇପିଆର୍‌ଓ)ଙ୍କ ପକ୍ଷରୁ କୁହାଯାଇଛି।
ଡିଆଇପିଆର୍‌ଓଙ୍କ ସୂଚନା ଅନୁସାରେ, ବିଡିଓମାନେ ଆସନ୍ତା ୯ ତାରିଖରେ ନିଜ ଅଞ୍ଚଳର ତହସିଲଦାର ଓ ଲାଇନ ବିଭାଗ ଅଧିକାରୀଙ୍କ ସହିତ ବୈଠକ କରି ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ଯୋଜନା ପ୍ରସ୍ତୁତ କରିବେ। ବ୍ଲକର ତଳିଆ ତଥା ସମ୍ବେଦନଶୀଳ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର ପାଇଁ ପଦକ୍ଷେପ ନେବେ। ବିଶେଷକରି ଗର୍ଭବତୀ, ଛୋଟ ପିଲା ଓ ଭିନ୍ନକ୍ଷମଙ୍କୁ ଶୁକ୍ରବାର ସୁଦ୍ଧା ଚିହ୍ନଟ କରାଯିବା ଦରକାର। ଜିଲା ମତ୍ସ୍ୟ ବିଭାଗ ସମେତ ଜଗତ୍‌ସିଂହପୁର ଓ ପାରାଦୀପ ପୌର ପରିଷଦ ନିର୍ବାହୀ ଅଧିକାରୀମାନେ ସତର୍କ ରହିବା ଆବଶ୍ୟକ। ଗୁରୁବାରଠାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏ ସମ୍ପର୍କରେ ଡାକବାଜି ଦ୍ୱାରା ବ୍ୟାପକ ପ୍ରଚାର ଓ ପ୍ରସାର କରାଯିବ। ଅତିପ୍ରବଳ ବର୍ଷା ଯୋଗୁ କେତେକ ଅଞ୍ଚଳରେ ଜଳକଷ୍ଟ ଚିନ୍ତା ଥିବାରୁ ଡଙ୍ଗା ମହଜୁଦ ରଖିବାକୁ ବିଡିଓ ଏବଂ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ପଞ୍ଚାୟତର ସରପଞ୍ଚ ଓ ବାତ୍ୟା ଆଶ୍ରୟସ୍ଥଳର ସମ୍ପାଦକମାନେ ଆଶ୍ରୟସ୍ଥଳର କୋଠରୀ, ପରିଶ୍ରାଗାର ଓ ସୁରକ୍ଷା ଉପକରଣ ଆଦି ପ୍ରସ୍ତୁତ କରି ରଖିବାକୁ ବିଡିଓମାନଙ୍କୁ ଜିଲାପାଳ କହିଛନ୍ତି। ଅନେକ ବାତ୍ୟା ଆଶ୍ରୟସ୍ଥଳରେ ବିଦ୍ୟୁତ ସଂଯୋଗ ବ୍ୟବସ୍ଥା ନାହିଁ। ଏଗୁଡିକ ସମେତ ଜିଲାର ସମସ୍ତ ସ୍ଥାୟୀ ଓ ଅସ୍ଥାୟୀ ବାତ୍ୟା ଆଶ୍ର୍ରୟୟସ୍ଥଳରେ ଯେପରି ତୁରନ୍ତ ବିଦ୍ୟୁତ ସଂଯୋଗ ଓ ପାନୀୟ ଜଳ ଯୋଗାଣ ହୋଇପାରିବ ସେନେଇ ପଦକ୍ଷେପ ନେବାକୁ ସେସୁ ନିର୍ବାହୀ ଯନ୍ତ୍ରୀ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଏ ତେବେ ରିଲିଫ କୋର୍ଡ ଅନୁଯାୟୀ ସେମାନଙ୍କ ରହିବା, ଖାଇବା ସଙ୍ଗେସଙ୍ଗେ ଗୋ ଖାଦ୍ୟ ଆଦି ମହଜୁଦ କରି ରଖିବା ଜରୁରୀ। ମାସକର ଗୋଖାଦ୍ୟ ମହଜୁଦ କରିବାକୁ ପଡିବ। ଏନେଇ ବିଡିଓ ଓ ପୌର ପରିଷଦ ନିର୍ବାହୀ ଅଧିକାରୀମାନେ ବିଶେଷ ଭାବରେ ଦାୟିତ୍ୱବାନ ହେବାକୁ ପଡିବ। ବିଡିଓ ଏବଂ ନିର୍ବାହୀ ଅତ୍କାରୀମାନେ ଯେଉଁ ବିଦ୍ୟାଳୟାକୁ ଆଶ୍ରୟସ୍ଥଳୀ ଭାବେ ଚିହ୍ନଟ କରିବେ ସେହିସବୁ ଶିକ୍ଷାନୁଷ୍ଠାନର ଚାବି ଜିଲା ଶିକ୍ଷା ଅଧିକାରୀ ଓ ଡିପିସି ହସ୍ତାନ୍ତର କରିବେ। ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ସାପକାମୁଡ଼ା ଓ ଚିକିତ୍ସା ଉପରେ ଗୁରୁତ୍ୱ ଦେବେ। ଜିଲାର ସମସ୍ତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର (ସିଏଚ୍‌ସି) ଓ ଜନ ସ୍ବାସ୍ଥ୍ୟ କେନ୍ଦ୍ରରେ ସାପକାମୁଡ଼ା ଔଷଧ ଓ ହାଲୋଜେନ୍‌ ବଟିକା ଆଦି ମହଜୁଦ କରି ରଖିବା ବ୍ୟବସ୍ଥା କରିବେ। ଏଥିସହ ଆମ୍ବୁଲାନ୍ସ ଓ ମୋବାଇଲ ୟୁନିଟ୍‌ ପ୍ରସ୍ତୁତ କରି ରଖିବେ। ଗ୍ରାମ୍ୟ ଉନ୍ନୟନ, ରାସ୍ତା ଓ କୋଠାବାଡି, ଜଳସମ୍ପଦ ନିର୍ବାହୀ ଯନ୍ତ୍ରୀ ଏବଂ ଅଗ୍ନିଶମ ଅଧିକାରୀ ସେମାନଙ୍କ ଯନ୍ତ୍ରପାତି ପ୍ରସ୍ତୁତ କରି ରଖିବେ। ଜିଲା ଯୋଗାଣ ଅଧିକାରୀ ଚୁଡା ଓ ଗୁଡ ମହଜୁତ କରି ରଖିବେ। ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଅଧିକ ସଂଖ୍ୟାରେ ଗୋଖାଦ୍ୟ ପ୍ରସ୍ତୁତ କରି ରଖିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିବା ଡିଆଇପିଆର୍‌ଓ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri