ଛୋଟ ପରଦାରେ ଡେବ୍ୟୁ କରିବେ ବାହୁବଳୀର କଟପ୍ପା

୨୦୧୫ ମସିହାରେ ମୁକ୍ତିଲାଭ କରିଥିବା ସୁପରହିଟ୍‌ ଫିଲ୍ମ ‘ବାହୁବଳୀ’ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି। ଫିଲ୍ମରେ ବାହୁବଳୀ ଚରିତ୍ର ପରେ ଅନ୍ୟ ଲୋକପ୍ରିୟ ଚରିତ୍ର ଯଦି କୁହାଯାଏ ତେବେ ତାହା ହେଉଛି କଟପ୍ପାର। ଫିଲ୍ମରେ କଟପ୍ପା ଭୂମିକାରେ ଅଭିନୟ କରିଥିବା କଳାକାରଙ୍କ ପ୍ରକୃତ ନାମ ରଙ୍ଗରାଜ ସୁବୟା। ମାତ୍ର ସେ ସତ୍ୟରାଜ ନାମରେ ଲୋକଙ୍କ ନିକଟରେ ବେଶ୍‌ ପରିଚିତ। ତାମିଲ ଫିଲ୍ମରେ ନିଜର ଯାଦୁ ଦେଖାଇ ସାରିଥିବା କଟପ୍ପାଙ୍କୁ ଏବେ ହିନ୍ଦୀ ପୌରାଣୀକ ଧାରାବାହିକରେ ଦେଖିବାକୁ ମିଳିବ। ଛୋଟ ପରଦାରେ ପ୍ରସାରିତ ଧାରାବାହିକ ‘ଜଗତ୍‌ ଜନନୀ ମା’ ବୈଷ୍ଣୋଦେବୀ-କାହାନୀ ମାତା ରାନୀ କୀ’ ମାଧ୍ୟମରେ କଟପ୍ପା (ସତ୍ୟରାଜ) ଛୋଟ ପରଦାରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏଥିରେ ତାଙ୍କ ଚରିତ୍ର ଅତିଥି କଳାକାର ସେନାପତିର ରହିଛି। ନିଜ ଚରିତ୍ର ଏବଂ ହିନ୍ଦୀ ଡାଏଲଗ୍‌ ପାଇଁ କଟପ୍ପା ବହୁତ ଏକ୍ସସାଇଟେଡ୍‌। ଛୋଟ ପରଦାରେ ତାଙ୍କ ଅଭିନୟକୁ ଦର୍ଶକ ପସନ୍ଦ କରିବେ ବୋଲି ବିଶ୍ୱାସ କରୁଥିବା କହିଛନ୍ତି।

Share