Categories: ଫୁରସତ

ଛୋଟ କିନ୍ତୁ ବିଷାକ୍ତ

ବିଶ୍ୱରେ ଅନେକ ବିଷାକ୍ତ ପ୍ରାଣୀ ଅଛନ୍ତି । କିନ୍ତୁ ନିକଟ ଅତୀତରେ ବିଶ୍ୱର କ୍ଷୁଦ୍ରତମ ବିଷାକ୍ତ ବେଙ୍ଗ ଚିହ୍ନଟ କରାଯାଇଛି । ଯାହାର ଶରୀର ଏକ ସେଣ୍ଟିମିଟରରୁ ବି କମ୍‌ । ଯାହାକୁ ପେନ୍‌ସିଲ୍‌ର ମୁନ ଅଗରେ ଧରି ହେବ । ଏହା ଛୋଟ ବୋଲି ଏହାକୁ କମ୍‌ ଭାବନ୍ତୁ ନାହିଁ । କାରଣ ଏହି ବେଙ୍ଗ ଏତେ କ୍ଷୁଦ୍ରତର ହେଲେ ମଧ୍ୟ ଏହାର ଶରୀରର ଚର୍ମ ୨୦୦ଗୁଣ ଅଧିକ ବିଷାକ୍ତ । ଯାହାର କୌଣସି ଯନ୍ତ୍ରଣା ନିରୋଧକ ଔଷଧ ନାହିଁ । ଏହି ଜାତୀୟ ବେଙ୍ଗ ଦକ୍ଷିଣ ଆମେରିକାର ଆଣ୍ଡିସ୍‌ ସହରର ୟୁକୋଡର ଢାଲୁ ଅଞ୍ଚଳର ଘନ ଜଙ୍ଗଲରେ ଦେଖିବାକୁ ମିଳିଥାନ୍ତି ।

Share