Categories: ଜାତୀୟ

‘ଛୋଟୁ ରିପୋର୍ଟର୍‌’ ସୋସିଆଲ୍‌ ମିଡିଆରେ ଭାଇରାଲ୍‌

ଚଣ୍ଡିଗଡ,୮।୧୦: ଆଜିକାଲି ସୋସିଆଲ୍‌ ମିଡିଆରେ ଭାଇରାଲ ହେଉଛି ଛୋଟୁ ରିପୋର୍ଟରଙ୍କ ଭିଡିଓ। ଯେଉଁ ବୟସରେ ପିଲା ସ୍କୁଲ ଯାଆନ୍ତି, ଖେଳରେ ମାତିଥାନ୍ତି ସେହି ବୟସରେ ହାତରେ ବୁମ୍‌ ଧରି ଗୋଲ୍ଡି ଗୋଏତ୍‌ ବିଭିନ୍ନ ରାଜନେତାଙ୍କ ବାଇଟ୍‌ ନେଉଛନ୍ତି। ଗୋଲ୍ଡିଙ୍କର ଏକ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ମଧ୍ୟ ରହିଛି। ଏଥିରେ ସେ ୨୦୦ରୁ ଅଧିକ ଭିଡିଓ ଅପଲୋଡ୍‌ କରିଛନ୍ତି। ଅଧିକାଂଶ ଭିଡିଓ ହରିୟାଣାର ବିଭିନ୍ନ ରାଜନେତାଙ୍କ ସାକ୍ଷାତକାର ରହିଛି। ଗୋଲ୍ଡିଙ୍କ ପ୍ରଶ୍ନ ପଚାରିବା ଶୈଳୀ ଦେଖି ଅନେକ ରାଜନେତା ତାଙ୍କୁ ପ୍ରଶଂସା ମଧ୍ୟ କରିଥାନ୍ତି। ନିକଟରେ ସେ ଜନନାୟକ ଜନତା ପାର୍ଟିର ନୈନା ଚୌଟାଲାଙ୍କ ସାକ୍ଷାତକାର ନେଇଥିଲେ। ଯାହା ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ମଧ୍ୟ ହୋଇଥିଲା। ନୈନା ଗୋଲ୍ଡିଙ୍କୁ ଦେଖି କହିଥିଲେ ତୁମକୁ ଯେବେ ବି ଦେଖୁଛି ମୋତେ ଖୁସି ଲାଗୁଛି। ଏନେଇ ଗୋଲ୍ଡି କୁହନ୍ତି, ମୋତେ ବୁମ୍‌ ଧରି ସାକ୍ଷାତ ନେବାକୁ ଖୁସି ଲାଗେ। ତେଣୁ ଆଗକୁ ମଧ୍ୟ ଏହା ଜାରି ରହିବ ବୋଲି ସେ କହିଛନ୍ତି।

Share