ଛେଣ୍ଡିପଦାରେ ଉତ୍କଟ ପାନୀୟ ସଙ୍କଟ

ଛେଣ୍ଡିପଦା,୩୦।୪(ଡି.ଏନ.ଏ)ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଆରମ୍ଭରୁ ଦେଖାଦେଇଛି ଉତ୍କଟ ପାନୀୟ ଜଳାଭାବ। ଦିନକୁ ଦିନ ଆଶାତୀତ ଭାବେ ତାପମାତ୍ରା ବୃଦ୍ଧି ପାଉଥିବାବେଳେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସାଧାରଣ ଜୀବନଯାତ୍ରାକୁ ଠପ୍‌ କରିଦେଇଛି। ନଈ, ନାଳ, ପୋଖରୀ ଶୁଖିଲା ପଡ଼ିବା ଯୋଗୁ ମଣିଷ ସହ ଜଙ୍ଗଲ ପାହାଡ ଇଲାକାରେ ଚଳପ୍ରଚଳ କରୁଥିବା ବନ୍ୟଜନ୍ତୁ  ପିଇବା ପାଣି ପାଇଁ ଡହଳବିକଳ ହେଉଥିବା ଲକ୍ଷ୍ୟ କରାଯାଉଛି।

ବାଗେଡିଆ ଗ୍ରାମରେ ଥିବା ପାନୀୟ ଜଳ ପ୍ରକଳ୍ପ ଦୀର୍ଘଦିନ ଧରି ଅଚଳ ହୋଇପଡିଛି। ଫଳରେ ଲୋକେ ଖୋଲାକୂଅ, ନଳକୂପ ଉପରେ ନିର୍ଭର କରୁଛନ୍ତି।  ଅଧିକାଂଶ ସ୍ଥାନରେ ଭୂତଳ ଜଳସ୍ତର ହ୍ରାସ ପାଇଥିବାରୁ ଖୋଲାକୂଅ ଏବଂ ନଳକୂପଗୁଡିକ ମଧ୍ୟ ଶୁଖିଲା ପଡ଼ିଛି। ସେହିପରି ଦୁର୍ଗାପୁର ପଞ୍ଚାୟତରେ ପାନୀୟ ଜଳ ଅଭାବ ଯୋଗୁ ନାହିଁ ନ ଥିବା  ପରିସ୍ଥିତି ସୃଷ୍ଟି ହୋଇଛି। ଏଠାରେ ଥିବା ଏକ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଆବଶ୍ୟକତା ମୁତାବକ ପାଣି ଯୋଗାଇ ପାରୁ ନ ଥିବାରୁ  ଦୁର୍ଗାପୁର, ଟାଙ୍ଗିରୀ ସାହି, ପାଣସାହି ରାଜସ୍ବ ଗ୍ରାମରେ ଲୋକେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। ସରକାର ପ୍ରତି ଘରକୁ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳଯୋଗାଣ କରିଥିବା ଡିଣ୍ଡିମ ପିଟୁଛନ୍ତି। ମାତ୍ର ବାସ୍ତବରେ କେବଳ କାଗଜକଲମରେ ଏହା ସୀମିତ ଥିବା ଲୋକେ ଅଭିଯୋଗ କରିଛନ୍ତି।

ସେହିପରି କଣଲୋଇ ପଞ୍ଚାୟତ କର୍ଣ୍ଣପାଳ ଗ୍ରାମବାସୀ ମଧ୍ୟ ସମାନ ସମସ୍ୟା ଭୋଗୁଛନ୍ତି। ଗ୍ରାମବାସୀ ଆଉଁଳି ଜଳସେଚନ ପ୍ରକଳ୍ପ ଦ୍ୱାରା ପରିଚାଳିତ କେନାଲର ଦୂଷିତ ପାଣି ବ୍ୟବହାର କରୁଛନ୍ତି।  କତଡା ପଞ୍ଚାୟତ ବାଲିସାହି ଗ୍ରାମବାସୀ ବାଉରୀ ନାଳରୁ ଚୁଆ ଖୋଳି ପିଇବା ପାଣି ସଂଗ୍ରହ କରୁଛନ୍ତି।

ଅନ୍ୟପକ୍ଷରେ ଛେଣ୍ଡିପଦା ବ୍ଲକ ଅଧୀବାସୀଙ୍କୁ  ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଜିଲା ପ୍ରଶାସନ ପକ୍ଷରୁ ଜିଲା ଖଣିଜ ପାଣ୍ଠି ଆର୍ଥିକ ସହାୟତାକ୍ରମେ ଏକ ମେଗା ପାନୀୟ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇଛି। ହେଲେ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପର୍ଯ୍ୟନ୍ତ ଲୋକେ କିପରି ପାନୀୟ ସଙ୍କଟରୁ ମୁକ୍ତି ପାଇବେ ତାହା ଚିନ୍ତାର ବିଷୟ ହୋଇଛି। ଜିଲା ପ୍ରଶାସନ ତଥା ଗ୍ରାମ୍ୟ ପାନୀୟ ଜଳଯୋଗାଣ ବିଭାଗ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ଏ ସମ୍ପର୍କରେ ଛେଣ୍ଡିପଦା ବ୍ଲକ ପାନୀୟ ଜଳଯୋଗାଣ ବିଭାଗ ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ଦାଶ କହିଛନ୍ତି, ପାନୀୟ ଜଳ ଅଭାବ ଦେଖାଦେଇଛି। ଲୋକଙ୍କ ଆବଶ୍ୟକତା ମୁତାବକ ଜଳଯୋଗାଣର ବ୍ୟବସ୍ଥା କରାଯାଇଛି। ବିଭାଗ ପକ୍ଷରୁ ଏ ଦିଗରେ ସମ୍ପୂର୍ଣ୍ଣ ଅବଗତ ରହିବା ସହ ପରିସ୍ଥିତି ପ୍ରତି ନଜର ରଖାଯାଇଛି। ଜଳାଭାବ ପରିସ୍ଥିତି ସୃଷ୍ଟି ହେଲେ ଅବିଳମ୍ବେ ପ୍ରତିକାରମୂଳକ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଲ୍ୟାଣ ମଣ୍ଡପ ନିର୍ମାଣରେ ଖର୍ଚ୍ଚ ହେବ ୬୦ ଲକ୍ଷ ଟଙ୍କା, ଆଜି ସରପଞ୍ଚଙ୍କ ସମେତ…

ଗଞ୍ଜାମ,୩ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟସ୍ଥିତ ମା’ ଶୀତଳl ଠାକୁରାଣୀ ମନ୍ଦିର ନିକଟରେ ନିର୍ମାଣ ହେବ ଅତ୍ୟାଧୁନିକ କଲ୍ୟାଣ ମଣ୍ଡପ। ଏଥିପାଇଁ ସରପଞ୍ଚ ମମତା…

ଅବକାରୀ ବିଭାଗରେ ମହାଘୋଟାଲା: ଏତିକି କୋଟି ଟଙ୍କା ଚଳୁ କରି ୨ ଗିରଫ

ସମ୍ବଲପୁର,୩ା୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଅବକାରୀ ବିଭାଗରେ ଏକ ବଡ଼ ଧରଣର ଆର୍ଥିକ ଅନିୟମିତତା ଘଟଣା ସାମ୍ନାକୁ ଆସିଛି। ଜାଲିଆତି କରି ବିଭାଗରୁ ପ୍ରାୟ ୩.୬୭ କୋଟି…

ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟସେବା ଅପହଞ୍ଚ: ଆମ୍ବୁଲାନ୍ସ ବିଳମ୍ବରେ ପହଞ୍ଚିବାରୁ ଗର୍ଭବତୀଙ୍କ ଅକାଳ ମୃତ୍ୟୁ ଅଭିଯୋଗ

ଦାରିଙ୍ଗବାଡି, ୩।୪ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଜଣେ ଗର୍ଭବତୀଙ୍କ ଗୁରୁବାର ଅପରାହ୍ନରେ ଅକାଳରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ରାସ୍ତା…

ପାଳନ ହେବ ଐତିହାସିକ ଜମ୍ବୁ ମହୋତ୍ସବ: ଅଗ୍ନିଶମ, ବିଦ୍ୟୁତ୍‌, ସ୍ବାସ୍ଥ୍ୟ, ପାନୀୟଜଳକୁ ଗୁରୁତ୍ୱ ଦେଇ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ଝାମୁଯାତ୍ରାରେ ଐତିହାସିକ ଜମ୍ବୁ ମହୋତ୍ସବ ପାଳନ କରିବାକୁ ପ୍ରଶାସନିକ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

ସହରରେ ବୁଲୁଛି ଦନ୍ତା, ଲୋକେ ଭୟଭୀତ

ଭୁବନ,୩ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ବିଭିନ୍ନ ସ୍ଥାନରେ ଦନ୍ତାହାତୀ ଜନଗହଳିରେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି। ଦନ୍ତାହାତୀଟି ସୁକିନ୍ଦା ଅଞ୍ଚଳରୁ ଆସି ଭୁବନ…

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri