ଛୁରାମାଡ଼ରେ ଯୁବକ ଗୁରୁତର: ପୋଲିସର ତଦନ୍ତ ଆରମ୍ଭ

ଭଦ୍ରକ ଅଫିସ,୬।୧୧: ଭଦ୍ରକରେ କାଳୀପୂଜା ପାଇଁ ଯାତ୍ରା ଚାଲିଥିବା ବେଳେ ମଙ୍ଗଳବାର ବିଳମ୍ବିତ ରାତିରେ ଚରମ୍ପାରେ ଜଣେ ଯୁବକଙ୍କୁ ଛୁରାମାଡ଼ ହୋଇଛି। ସେ ହେଲେ ଚରମ୍ପାର ଜି. ପିଆରୀ। ଜିଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି। ଯାତ୍ରା ଦେଖୁଥିବା ବେଳେ ଜି ଓ ଅନ୍ୟ କିଛି ଯୁବକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଉକ୍ତ ଯୁବକମାନେ ଉତ୍ତ୍ୟକ୍ତ ହୋଇ ତାଙ୍କୁ ଛୁରାମାଡ଼ କରିଥିଲେ। ପରେ ସେମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଟାଉନ ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।