ଛୁଆଙ୍କୁ ଆକଟ କଲେ ଦଣ୍ଡ: କାଠଗଡ଼ାକୁ ଟଣାହେବେ

ଟୋକିଓ: ଅନୁଶାସନ ପାଇଁ ଜନ୍ମକଲା ପିଲାଙ୍କୁ ଦଣ୍ଡ ଦେବା ଅତି ସାଧାରଣ କଥା। ପାଠପଢ଼ିବା ହେଉ ଅବା ସଂସ୍କାରବାଦୀ ଚିନ୍ତାଧାରା ପାଇଁ ପ୍ରତି ଘରେ ଶିଶୁଙ୍କ ଉପରେ ଛୋଟମୋଟ କଟକଣା ଲଗାଯାଇଥାଏ। ଭାରତରେ ଏହା ସାଧାରଣ କଥା। ହେଲେ ଜାପାନରେ ଯଦି ବି ଏପରି ଘଟଣା ସାମ୍ନାକୁ ଆସେ ତେବେ ଅଭିଭାବକ କାଠଗଡ଼ାକୁ ଟଣାହେବା ଥୟ।
ପୃଥିବୀର ଅନ୍ୟତମ ବିକଶିତ ଦେଶ ହେଉଛି ଜାପାନ। ଟେକ୍ନୋଲୋଜିକୁ ନେଇ ସବୁବେଳେ ଗୋଟିଏ ପାଦ ଆଗରେ ରହୁଥିବା ଏହି ଦ୍ୱୀପଦେଶରେ ପ୍ରଚଳିତ ନିୟମ ମଧ୍ୟ ଟିକେ ନିଆରା। ନିକଟରେ ପିଲାମାନଙ୍କୁ ଅଧିକ ସ୍ବାଧୀନଚେତା କରିବାକୁ ସେଠାକାର କ୍ୟାବିନେଟରେ ଏଭଳି ଏକ ପ୍ରସ୍ତାବ ଦିଆଯାଇଛି। ଚଳିତ ସପ୍ତାହରେ ଏହା ଉପରେ ଆଲୋଚନା କରାଯିବ। ନିଷ୍କର୍ଷରୁ ବାହାରିଥିବା ନିଷ୍ପତ୍ତି ଅନୁଯାୟୀ ଏହାକୁ ଚୂଡ଼ାନ୍ତ ରୂପ ଦିଆଯିବ।
କର୍ମଚାପରେ ସୃଷ୍ଟି ହେଉଥିବା ଚିଡଚିଡାପଣ ଯୋଗୁ ଅନେକ ସମୟରେ ମାତାପିତା ହିତାହିତ ଜ୍ଞାନ ହରାଇ ପିଲାମାନଙ୍କ ଉପରକୁ ହାତ ଉଠାଇଥାନ୍ତି। ଏପରି ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଶିଶୁ ଉତ୍ପୀଡ଼ନ ଅଧିନିୟମକୁ ଆଣିବା ସହ ଆଇନରେ ପରିବର୍ତ୍ତନ କରିବାକୁ ଯୋଜନା କରୁଛନ୍ତି ଜାପାନ ସରକାର। ନୂଆ ପ୍ରସ୍ତାବ ଅନୁଯାୟୀ, ଶିଶୁଙ୍କୁ ଆକଟ କରିବାକୁ ଦଣ୍ଡଦେବା ଏକ ବାହାନା ହୋଇପାରିବ ନାହିଁ। ଅର୍ଥାତ୍‌ ଛୁଆକୁ କୌଣସି ପ୍ରକାର ଶାରୀରିକ ନିର୍ଯାତନା ଦେବା ପୂର୍ବରୁ ଅଭିଭାବକଙ୍କୁ ଶହେ ଥର ଭାବିବାକୁ ପଡିବ। କେତେକ କ୍ଷେତ୍ରରେ ଏପରି ଅଭିଯୋଗ ଆସିବା ପରେ ମା’ବାପା ନିଜକୁ ବଞ୍ଚାଇବାକୁ ଅଜବ ଯୁକ୍ତି ଉପସ୍ଥାପନ କରିଥାନ୍ତି। ସ୍ଥଳ ବିଶେଷରେ ସେମାନେ କହିଥାନ୍ତି ଯେ, ଆକଟ କରିବା ସତ୍ତ୍ୱେ ନ ଶୁଣିବାରୁ ସେମାନେ ଶାରୀରିକ ଦଣ୍ଡ ଦେବାକୁ ବାଧ୍ୟ ହୋଇଥିଲେ। ହେଲେ ନୂଆ ଆଇନ ଆସିବା ପରେ ଏସବୁ ଯୁକ୍ତି ନିରର୍ଥକ ହୋଇଯିବ। କେବଳ ଏତିକି ନୁହେଁ, ଦଣ୍ଡ ଦେବା ଉଦ୍ଦେଶ୍ୟରେ ପିଲାଙ୍କୁ କେହି ଭୋକରେ ରଖିପାରିବେ ନାହିଁ ବୋଲି ପ୍ରସ୍ତାବରେ ଉଲ୍ଲେଖ ରହିଛି।
ଆଲୋଚନା ପାଇଁ ପ୍ରସ୍ତୁତ ଏହି ଅଧିନିୟମରେ ପିଲାମାନଙ୍କୁ ଭାବନାତ୍ମକ ଯନ୍ତ୍ରଣାରୁ ମୁକ୍ତି ଦେବାକୁ ଉଦ୍ୟମ କରାଯାଇଛି। ଏଥିରେ ସ୍ବତନ୍ତ୍ର ଭାବେ ଉଲ୍ଲେଖ କରାଯାଇଛି, ମା’ବାପା, ଅଭିଭାବକମାନେ ଯେତେ ସମସ୍ୟାରେ ଥିଲେ ମଧ୍ୟ ପିଲାମାନଙ୍କ ପ୍ରତି ସକାରାତ୍ମକ ଦୃଷ୍ଟିଭଙ୍ଗୀ ପୋଷଣ କରିବେ। ‘ଭଲ ହୋଇଥାନ୍ତା ତୁ (ଝିଅ/ପୁଅ) ଯଦି ଜନ୍ମ ନ ହୋଇଥାନ୍ତୁ’ ଭଳି କଟୁ ଶବ୍ଦ ମଧ୍ୟ ବ୍ୟବହାର କରିପାରିବେ ନାହିଁ। ଏପରି ଶବ୍ଦ ଉଚ୍ଚାରଣ କରାଗଲେ ଏହାକୁ ଶିଶୁ ଅଧିକାର ଉଲ୍ଲଂଘନ ବୋଲି ବିଚାର କରାଯିବ। ଏତଦ୍‌ବ୍ୟତୀତ ପାଠପଢ଼ାରେ ଅନ୍ୟସହ ତୁଳନା କଲେ କିମ୍ବା ଅନ୍ୟମାନଙ୍କ ଆଗରେ ତଳୁଆ ଦେଖାଇବା ମନୋଭାବ ପ୍ରଦର୍ଶନ ପାଇଁ ମୋଟା ଅଙ୍କର ଜରିମାନା ଦେବାକୁ ପଡ଼ିବ। ଯଦି ସବୁ କିଛି ସରକାରଙ୍କ ଅନୁଯାୟୀ ଚାଲେ ତେବେ ଆସନ୍ତା ମାର୍ଚ୍ଚରୁ ଜାପାନରେ ଏହି ଆଇନ କାର୍ଯ୍ୟକାରୀ ହୋଇଯିବ।
ଏ ନେଇ ଦେଶର ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟୀକରଣରେ କୁହାଯାଇଛି, ପ୍ରସ୍ତାବ ଉପରେ ଆପତ୍ତି ଆସିବା ଆରମ୍ଭ ହେଲାଣି। ଏଥିପାଇଁ ସ୍ବାସ୍ଥ୍ୟ ବିଭାଗ ସହିତ ବିଚାରବିମର୍ଷ କରାଯାଇଛି। ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ବିଶେଷଜ୍ଞମାନେ କହିଛନ୍ତି, ଏହାଦ୍ୱାରା ମା’ବାପାଙ୍କ ଅଧିକାର ସଙ୍କୁଚିତ ହେଉଥିବା କଥା ଭାବିବା ଭୁଲ। ଏହି ଆଇନର ପ୍ରମୁଖ ଉଦ୍ଦେଶ୍ୟ ପିଲାମାନଙ୍କୁ ମାନସିକ ଚାପରୁ ଦୂରେଇ ରଖିବା।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri