ଛିଡା ହୋଇଛି ୩.୫ ଲକ୍ଷ ଟ୍ରକ

ନୂଆଦିଲ୍ଲୀ,୧୦।୪: ଆନ୍ତଃରାଜ୍ୟ ପରିବହନ ସେବାରେ ରହିଥିବା ପ୍ରାୟ ୩.୫ ଲକ୍ଷ ଟ୍ରକ ଏବେ ଲକ୍‌ଡାଉନ କଟକଣା ଲାଗି ଛିଡା ହୋଇ ରହିଛି। ପ୍ରାୟ ୩୫ ହଜାର କୋଟି ଟଙ୍କାର ସାମଗ୍ରୀ ଟ୍ରକରେ ଲୋଡିଂ ହୋଇ ରହିଥିବା ବେଳେ କଟକଣା ଯୋଗୁ ସେଗୁଡିକ ଛିଡା ହୋଇ ରହିଛି। ଫଳରେ ବୃହତ୍ତ ପରିମାଣର ସାମଗ୍ରୀ ପରିବହନରେ ବାଧା ଉପୁଜିଥିବା ଘଟଣା ସାମ୍ନାକୁ ଆସିଛି। ଟ୍ରକଗୁଡିକ ରାସ୍ତା ପାର୍ଶ୍ୱ, ମାନୁଫାକଚରିଂ ଫ୍ୟାକ୍ଟ୍ରି ବାହାରେ କିମ୍ବା ଗୋଦାମଗୁଡିକରେ ଛିଡା ହୋଇ ରହିଛି ବୋଲି ପରିବହନ ସଂଘଗୁଡିକ ପକ୍ଷରୁ ସୂଚନା ରହିଛି। ଟ୍ରକଗୁଡିକରେ କାର, ଏସ୍‌ୟୁଭି, ଦୁଇ ଚକିଆ ଯାନ, ଇଲେକଟ୍ରୋନିକ୍ସ ସାମଗ୍ରୀ, ଶିଳ୍ପ ପାଇଁ କଞ୍ଚାମାଲ, କେମିକାଲ୍ସ, ଇସ୍ପାତ ଏବଂ ସିମେଣ୍ଟ ପରିବହନ ନ ହୋଇ ପଡି ରହିଛି। ଏହି ସାମଗ୍ରୀଗୁଡିକୁ ବିଭିନ୍ନ ସ୍ଥାନରେ କ୍ଷତି ପହଞ୍ଚିବାର ଆଶଙ୍କା ରହିଛି। ବିଭିନ୍ନ ସ୍ଥାନରେ ଚାଳକମାନଙ୍କୁ ମଧ୍ୟ ଅସୁବିଧା ହେଉଥିବାରୁ ସେମାନେ ଟ୍ରକ ଗୋଦାମରେ ଛାଡି ପଳାଇଛନ୍ତି। କେତେକ ସ୍ଥାନରେ ଟ୍ରକ ସାମଗ୍ରୀ ନେଇ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଥିଲେ ମଧ୍ୟ ସହାୟକ ଷ୍ଟାଫ ନ ଥିବା ଯୋଗୁ କାଢିବା ସମ୍ଭବ ହେଉ ନାହିଁ।ଏଭଳି ସ୍ଥିତିରେ ସରକାର କିଛି ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି ଅଲ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କର୍ପୋରେଶନର ସଭାପତି କେ.ଏସ୍‌. ଅଟଓ୍ବାଲ ନିବେଦନ କରିଛନ୍ତି। ସେହିଭଳି ଟ୍ରକର୍ସ ମାନଙ୍କ ଲାଗି ବେଲ୍‌ଆଉଟ ପ୍ୟାକେଜ ସରକାର ପ୍ରଦାନ କରନ୍ତୁ ବୋଲି ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୦ ଗ୍ରାମ ସୁନା ବନ୍ଧକ ରଖିଲେ କେଉଁ ବ୍ୟାଙ୍କ ଦେବ ଅଧିକ ଲୋନ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୨: ୨୨ କ୍ୟାରେଟ୍ ସୁନାର ବର୍ତ୍ତମାନର ମୂଲ୍ୟ ପ୍ରତି ୧୦ ଗ୍ରାମ ୧,୪୩,୩୪୦ ଟଙ୍କା। ଏହି ମୂଲ୍ୟରେ ଆପଣ ସୁନା ଜମା କରି ଋଣ ନେଇପାରିବେ। ତଥାପି,…

ବିଶେଷଜ୍ଞଙ୍କ ବଡ଼ ପୂର୍ବାନୁମାନ, ଖସିବ ସୁନା ଦର! ବିକିଲେ କେତେ ଲାଭ?

ନୂଆଦିଲ୍ଲୀ,୧୯ା୨: ଗତ କିଛି ମାସ ମଧ୍ୟରେ ସୁନା ଓ ରୂପା ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି ଓ ଏବେ ସାମାନ୍ୟ ହ୍ରାସ ପାଉଛି। ତେଣୁ ଏଥିରେ…

ଭାରତ ପାଇଁ ଗୁଗୁଲର ମେଗା ପ୍ଲାନ୍: ସମୁଦ୍ର ତଳେ ଆମେରିକା ଯାଏଁ ବିଛାଯିବ କେବୁଲ୍, ନିବେଶ ହେବ ୧.୩୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧୮।୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI କ୍ଷେତ୍ରରେ ଏକ ବଡ଼ ବିପ୍ଳବ ଆସିବାକୁ ଯାଉଛି। ଟେକ୍ ଜଗତର କମ୍ପାନୀ ‘ଗୁଗୁଲ’ ଭାରତରେ ବ୍ୟାପକ ପୁଞ୍ଜି ନିବେଶ…

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ଭାରତରେ ଶିଶୁଙ୍କ ପାଇଁ ବ୍ୟାନ୍ ହେବ ସୋସିଆଲ ମିଡିଆ: କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୭।୨: ଭାରତରେ ଶିଶୁ ଏବଂ କିଶୋରମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ ଏକ ବଡ଼ କଟକଣା ଆସିବାକୁ ଯାଉଛି। କୋମଳମତି ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ…

ମହଙ୍ଗା ହେଲା ସିଗାରେଟ୍‌: ଏସବୁ ବ୍ରାଣ୍ଡ ମୂଲ୍ୟରେ ୪୧% ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ,୧୭।୨: ଦେଶର ଅଗ୍ରଣୀ ସିଗାରେଟ୍ ପ୍ରସ୍ତୁତକାରୀ କମ୍ପାନୀ ITC ଲିମିଟେଡ୍ ଏହାର ପ୍ରମୁଖ ବ୍ରାଣ୍ଡଗୁଡ଼ିକର ମୂଲ୍ୟରେ ବଡ଼ ଧରଣର ବୃଦ୍ଧି ଘଟାଇଛି। ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା…

ନିର୍ବାଚନୀ ବୈତରଣୀ ପାର ହେବାକୁ ‘ନଗଦ ଟଙ୍କା’ ମୁଖ୍ୟ ଅସ୍ତ୍ର: ଶିକ୍ଷା, ସ୍ୱାସ୍ଥ୍ୟରେ କମୁଛି ଖର୍ଚ୍ଚ

ନୂଆଦିଲ୍ଲୀ,୧୭।୨: ଭାରତୀୟ ରାଜନୀତିରେ ଏବେ ‘ସିଧାସଳଖ ନଗଦ ହସ୍ତାନ୍ତର’ ସବୁଠାରୁ ବଡ଼ ନିର୍ବାଚନୀ ଅସ୍ତ୍ର ପାଲଟିଛି। ୧୬ଶ ଅର୍ଥ କମିଶନଙ୍କ ରିପୋର୍ଟ ଅନୁଯାୟୀ, ୨୦୧୮-୧୯ରେ ରାଜ୍ୟଗୁଡ଼ିକର ମୋଟ…

ଜାନୁଆରୀରେ ବଢ଼ିଲା ହୋଲସେଲ୍ ଦରଦାମ୍: ୧୦ ମାସର ସର୍ବୋଚ୍ଚ ସ୍ତରରେ…

ନୂଆଦିଲ୍ଲୀ,୧୬।୨: ଦେଶରେ ପୁଣି ଥରେ ମହଙ୍ଗା ମାଡ଼ର ଆଭାସ ମିଳିଛି। ଜାନୁଆରୀ ମାସରେ ଭାରତର ହୋଲସେଲ୍ ଦରଦାମ୍ (WPI) ୧୦ ମାସର ସର୍ବୋଚ୍ଚ ସ୍ତର ୧.୮୧% କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri