ଛାର୍‌ରି ଝି’ର ଚିନ୍‌ତାରେ ବୁରୁଧ୍‌ ମା’ବାପ୍‌

ଲାଠୋର, ୨୨।୧୦(ଡି.ଏନ୍‌.ଏ.)-
ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ପଁଚେତ୍‌ ସଦର କର୍ତ୍ତିଆପଡ଼ାର ବାସିନ୍‌ଦା ବୁରୁଧ୍‌ ଦମ୍ପତି ବଂଶୀଧର ସାହୁ(୬୮) ଆର ସପୁର ସାହୁ(୬୨)। ଇ ଦମ୍ପତିକର ୪ ଝି’। ପରିବାରଟା ନିହାତି ଗରିବ୍‌ ହେଇଥିଲାବେଲେ ଦମ୍ପତି କୁଲିମଜୁରି କରି କୁଟୁମ ପୁଷୁଥିଲେ। ସମିଆ ହେଲାରୁ ଦୁଖ୍‌ସୁଖ କରି ଝି’ମାନକୁ ବିହାଚୁରା କରିଥିଲେ। ହେଲେ ପୁଓ ନାଇଁ ବଲି ବୁରୁଧ୍‌ ଦମ୍ପତି ଦୁତୀଅ ଝି’ ବୁଇ(୪୦)କୁଁ କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ କେନଗଁା ଥାନା ଅଧୀନ ଡୁଙ୍ଗୁରିଆ ଗଁାର ଫାଲଗୁନି ସାହୁକଁୁ ବିହା କରେଇ ଘରଜୁଏଁ କରିଥିଲେ। ବୁରୁଧ୍‌ ଦମ୍ପତି ଭାବିଥିଲେ ପୁଓ ତ ନାଇଁ ବୁଢ଼ାବୁଢ଼ି କାଲେ ଝି’ଜୁଏଁ ହେଲେ ଥିରପାଏନ୍‌ ଟିକେ ଦେବେ। ଝି’ଜୁଏଁ ବି ୬ ବଛର ତକ୍‌ ହସ୍‌ଖୁସିରେ ଚଲ୍‌ଲେ। ଝି’ ୭ମାସର ଗରଭ୍‌ବତୀ ହେଲା ଉତାରୁ ଜୁଏଁ ଦାଦନ୍‌ ଖଟିଯିବାର ବାହାନାରେ ଘରୁ ପଲେଇଗଲେ। ଅନେକ ଦିନ୍‌ ଉତାରୁ ବି ସେ ଘରକେ ନାଇଁ ଫିରଲେ। ଘରର ଲୋକ୍‌ ଖୁଜାଖୁଜି କରି ନିରାଶ ହେଲାରୁ ବାପ୍‌ ଝି’ ଲାଠୋର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ହେଲେ କିଛି ଲାଭ ନାଇଁ ହେଲା। ବଛର କେତେଟା ଉତାରୁ ଘରର ଲୋକ୍‌ ଜାନବାକେ ପାଏଲେ ଯେ, ଜୁଏଁ ଉନିଆ କେନ୍‌ ମାଏକିନାର ସଂଗେ ଲଟରପଟର ହେଇ ରହୁଛନ୍‌। ଏନ୍‌ତାଥି ଉପେ ଶୂଇନ୍‌ ବୁଇ ନିଜର ୧୨ ବଛ୍‌ରିଆ ପୁଓକେ ଧରି ବୁରୁଧ୍‌ ମା’ବାପ୍‌ ଆଶ୍‌ରେରେ ରହୁଛନ୍‌। ଇଆଡ଼େ ବୁରୁଧ୍‌ ଦମ୍ପତି ବଏସ୍‌ ଅଧ୍‌କା ହେବାର ଲାଗି କାମ୍‌ବୁତା କରି ନାଇଁପାରବାର। ହରମେଶା ସେମାନେ ଛାର୍‌ରି ଝି’ ଆର ନାତିର ଭବିଷତ୍‌ ଚିନ୍‌ତାରେ ଆଏଁଖ୍‌ଥୁ ଲହ ଗଡ଼ଉଛନ୍‌। ବୁରୁଧ୍‌ ଦମ୍ପତି ମାସିକ ୫ଶହ ଟଁକା ଲେଖେଁ ଭତା ଆର ୩୫ କେ.ଜି. ଚାଉଲ ପାଉଛନ୍‌। ସେନ୍‌ତା ବୁଇ ଥାନୀଅ ସ୍କୁଲରେ ରଁାଧେନ୍‌ ହେଇ ୧୪ଶହ ଟଁକା ଆର ପଁଚେତ୍‌ରୁ ୧୦ କେ.ଜି. ଚାଉଲ ପାଉଛନ୍‌। ହେଲେ ୧୪ଶହ ଟଁକା ଆର ୧୦ କେ.ଜି. ଚାଉଲରେ ବୁଇ ଘର ଚଲାବାର ସଂଗେ ଛୁଆକେ ପାଠ୍‌ ପଢ଼ାବାର ସମ୍‌ଭବ ନୁହେଁ। ଏନ୍‌ତାଥି ଘରଖଁଡ଼େ ତିଆରିବାରଟା ତାକର ଲାଗି ସାତ୍‌ସପନ ହେଇଛେ। ବୁଇ ବଛ୍‌ରେ ପାଖାପାଖି ହେଲା ସରକାରୀ ଯୋଜନାରେ ଘରଖଁଡ଼େ ପାଏବାର ଲାଗି ଆବେଦନ କରିଛନ୍‌। ହେଲେ ଏଭ୍‌ତକ ସେ ଘର ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ଥାନୀଅ ପରଶାସନ ଇ ଦୁଖିନୀ ମହିଲାକଁର ଉପରେ ଦୁରୁଷ୍‌ଟି ଦେଇ ଆବାସ ଯୋଜନାରେ ଘରଖଁଡ଼େ ଆର ମାସିକ ୩୫ କେ.ଜି. ଚାଉଲ ଯୁଗେଇ ଦେବାକେ ସାଧାରନରେ ଦାବି ହେଉଛେ।