ଛାତ୍ର ସଂସଦ ନିର୍ବାଚନ ବନ୍ଦକୁ ବିରୋଧ: ମହାବିଦ୍ୟାଳୟ ସମ୍ମୁଖରେ ଧାରଣା

ନାଉଗାଁ,୨୪ା୮(ସ୍ବ.ପ୍ର.): ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନକୁ ସରକାର ବନ୍ଦ କରିଛନ୍ତି। ଉକ୍ତ ନିର୍ବାଚନକୁ ନେଇ ମହାବିଦ୍ୟାଳୟରେ ଛାତ୍ରମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଅଗଣତନ୍ତ୍ରଭାବେ ସରକାର ଛାତ୍ର ସଂସଦ ନିର୍ବଚନ ବନ୍ଦ କରିବା ପ୍ରତିବାଦରେ ବିଭିନ୍ନ ମହାବିଦ୍ୟାଳୟ ତରଫରୁ ଏହାକୁ ବିରୋଧ କରାଯାଇଛି। ଜଗତସିଂହପୁର ଜିଲା ନାଉଗାଁ ବ୍ଲକ ଅନ୍ତର୍ଗତ ଶ୍ରୀଜଗନ୍ନାଥ ମହାବିଦ୍ୟାଳୟର ଛାତ୍ରମାନେ ସରକାରଙ୍କ ଉକ୍ତ ନିଷ୍ପତ୍ତିକୁ ବିରୋଧ କରି ମହାବିଦ୍ୟାଳୟ ସମ୍ମୁଖରେ ଶନିବାର ଧାରଣା ଦେଇଥିଲେ। ଧାରଣାରେ ଛାତ୍ର ସଂସଦ ତରଫରୁ ବିକାଶ କୁମାର ନାୟକ, ସ୍ମୃତି ରଞ୍ଜନ ଜେନା, ବାଦଲ ନାୟକ, ହିରଣ୍ୟ ଜେନା, ଆଶୁତୋଷ ପରିଡା, ନିଗମାନନ୍ଦ ସ୍ବାଇଁ, ସନ୍ଦୀପ ମହାନ୍ତି, ସଂଗ୍ରାମ ଖୁଣ୍ଟିଆ ପ୍ରମୁଖ ଧାରଣାରେ ବସିବା ସହିତ ଏକ ଦାବିପତ୍ର ମହାବିଦ୍ୟାଳୟ ଅଧ୍ୟକ୍ଷ ଜଟାଧାରୀ ମହାନ୍ତିଙ୍କ ଜରିଆରେ ରାଜ୍ୟପାଳଙ୍କ ନିକଟକୁ ପ୍ରେରଣ କରିଛନ୍ତି।