ଛାତ୍ର କଂଗ୍ରେସ ସୁପରିଚାଳନା ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି, ଦେବାଶିଷ ହେଲେ ଅଧ୍ୟକ୍ଷ

ଭୁବନେଶ୍ୱର,୬।୧୨(ବ୍ୟୁରୋ): ଛାତ୍ର କଂଗ୍ରେସର ସୁପରିଚାଳନା ପାଇଁ ଶୁକ୍ରବାର ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି। ଏଥିରେ ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତି କରାଯାଇଛି। ସେହିଭଳି ସ୍ବାଗତିକା ପଟ୍ଟନାୟକ, ଜିନେଶ ଦାସ କମିଟି ସଦସ୍ୟ ଭାବେ ନିଯୁକ୍ତ ହୋଇଛନ୍ତି। ତେବେ ସମସ୍ତ ଛାତ୍ର କଂଗ୍ରେସ ନେତାଙ୍କ ସହ ଅଧ୍ୟକ୍ଷ ଆସନ୍ତା ୧୦ ତାରିଖରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି।