ଛାତ୍ରୀ ନିଖୋଜ ଘଟଣା:ବିବାହ ପାଇଁ ମନା କରିବାରୁ ତଣ୍ଟି ଚିପି ହତ୍ୟା

ବସ୍ତା, ୧୧।୬(ସ୍ବ.ପ୍ର.)-ବାଲେଶ୍ୱର ଜିଲା ସିଂଲା ଥାନା ଅନ୍ତର୍ଗତ ଜାମଶୁଳୀ ଗ୍ରାମର ଜଣେ କଲେଜ ଛାତ୍ରୀ ୪ ମାସ ଧରି ନିଖୋଜ ହେବା ଘଟଣାର ସୋମବାର ଗୁମର ଖୋଲିଛି। ସମ୍ପୃକ୍ତ ଛାତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଛି। ସେ ବିବାହ କରିବାକୁ ରାଜି ନ ହେବାରୁ ଏକତରଫା ପ୍ରେମ କରୁଥିବା ଯୁବକଜଣକ ପ୍ରତିଶୋଧପରାୟଣ ହୋଇ ଏପରି କାଣ୍ଡ ଘଟାଇଥିବା ପୋଲିସ ଆଗରେ ସ୍ବୀକାର କରିଛନ୍ତି। ଏ ସମ୍ପର୍କରେ ସୋମବାର ବସ୍ତା ଏସ୍‌ଡିପିଓ ରଣଜିତ କୁମାର ପୃଷ୍ଟି ଓ ସିଂଲା ଥାନା ଆଇଆଇସି ସୁବ୍ରତ କୁମାର ବେହେରା ବାହାର୍ଦ୍ଦାସ୍ଥିତ ଏସ୍‌ଡିପିଓଙ୍କ କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଏସ୍‌ଡିପିଓ ରଣଜିତ ପୃଷ୍ଟିଙ୍କ ସୂଚନା ଅନୁଯାୟୀ, ଗତ ଫେବୃୟାରୀ ୧୬ ତାରିଖରେ ଏହି ଗ୍ରାମର ଲୋପାମୁଦ୍ରା ମହାନ୍ତି (୧୯) ନିଖୋଜ ହୋଇଯାଇଥିଲେ। ତାଙ୍କ ପରିବାର ପକ୍ଷରୁ ନିଖୋଜ ହେବା ନେଇ ଫେବୃୟାରୀ ୧୮ରେ ସିଂଲା ଥାନାରେ ଅଭିଯୋଗ କରାଯାଇଥିଲା। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ଷ୍ଟେଶନ ଡାଏରୀ (ନଂ.୩/୧୯) କରି ତଦନ୍ତ ଜାରି ରଖିଥିଲେ ା ଦୀର୍ଘ ଦିନ ଧରି ପୋଲିସକୁ ଏହି ଘଟଣାରେ କୌଣସି ସୁରାକ ମିଳି ନ ଥିଲା ା ଗତ ଜୁନ ୫ ତାରିଖରେ ଲୋପାମୁଦ୍ରାଙ୍କ ନିଖୋଜ ଘଟଣାରେ ବାଲିଆପାଳ ଥାନା ଅଞ୍ଚଳର ଗିରିଜା ଶଙ୍କରଙ୍କ ସମ୍ପୃକ୍ତି ଥିବା ନେଇ ପୁଣି ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା (ନଂ.୮୮/୧୯) ରୁଜୁ କରି ତଦନ୍ତକୁ ଆଗକୁ ବଢାଇଥିଲା। ପୋଲିସ ପ୍ରାଥମିକ ତଦନ୍ତରୁ ଲୋପାମୁଦ୍ରା ଓ ଗିରିଜାଙ୍କ ମୋବାଇଲ ଲୋକେଶନକୁ ଟ୍ରାକ କରି ମୟୂରଭଞ୍ଜ ଜିଲା ବାରିପଦା ସଦର ଥାନା ଗୁଞ୍ଜୁସାହି ଜଙ୍ଗଲ ମଧ୍ୟରେ ନିଖୋଜ ହେବା ଦିନ ସମାନ ଜାଗାରେ ଏହି ଦୁଇଜଣ ଥିବା ଜାଣିବାକୁ ପାଇଥିଲା। ଏନେଇ ସିଂଲା ପୋଲିସ ବାରିପଦା ସଦର ଥାନା ଅଧିକାରୀଙ୍କ ସହ ଯୋଗାଯୋଗ କରିବା ପରେ ମାର୍ଚ୍ଚ ୨ ତାରିଖରେ ସେହି ଜଙ୍ଗଲରୁ ଏକ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଥିବା ଜାଣିବାକୁ ପାଇଥିଲେ। ଏହାପରେ ଲୋପାମୁଦ୍ରାଙ୍କ ମା’ ବାପାଙ୍କୁ ନେଇ ପୋଲିସ ଜବତ ହୋଇଥିବା ଝିଅର ପୋଷାକ, ଜୋତା ଓ ଅନ୍ୟାନ୍ୟ ସାମଗ୍ରୀ ଚିହ୍ନଟ କରିଥିଲେ। ଏସବୁ ଲୋପାମୁଦ୍ରାଙ୍କ ଜାଣିବାପରେ ପୋଲିସ ଅଭିଯୁକ୍ତ ଗିରିଜାଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଥିଲେ ା ୪ ଦିନ ଧରି ପଚରାଉଚୁରା ପରେ ଗିରିଜା ଲୋପାମୁଦ୍ରାଙ୍କୁ ହତ୍ୟା କରିଥିବା ମାନିଥିଲେ। ଗିରିଜା ପୋଲିସ ଆଗରେ ବୟାନ ଦେଇଛନ୍ତି ଯେ, ପାଉଁଶକୁଲି ପୋଷ୍ଟଅଫିସରେ ପୋଷ୍ଟମାଷ୍ଟର ଭାବେ ସେ କାର୍ଯ୍ୟ କରୁଥିଲେ। ମଝିରେ ମଝିରେ ଡେପୁଟେଶନରେ ଜାମଶୁଳି ପୋଷ୍ଟଅଫିସକୁ ମଧ୍ୟ ଡ୍ୟୁଟିରେ ଆସନ୍ତି ା ଏହି ପୋଷ୍ଟ ଅଫିସରେ ଟଙ୍କା ରଖିବାକୁ ଲୋପାମୁଦ୍ରାଙ୍କ ମା’ କବିତା ମହାନ୍ତି ଆସନ୍ତି ା ସେହି ଯୋଗାଯୋଗରୁ ଗିରିଜାଙ୍କ ସହ ଲୋପାମୁଦ୍ରା ପରିବାର ସହ ସମ୍ପର୍କ ଗଢି ଉଠିଥିଲା। ଗିରିଜା ମଧ୍ୟ ଲୋପାମୁଦ୍ରାଙ୍କୁ ଭଲପାଇ ବିବାହ କରିବାକୁ ଇଛା କରିଥିଲେ। ମାତ୍ର ଗିରିଜା ଅତ୍ୟଧିକ ଋଣଭାରରେ ବୁଡି ରହିବା ସହିତ ଦୁହିଁଙ୍କର ଜାତି ଅଲଗା ହୋଇଥିବାରୁ ଲୋପାମୁଦ୍ରାଙ୍କ ପରିବାର ଲୋକେ ଏହି ବିବାହ ପ୍ରସ୍ତାବରେ ରାଜି ହୋଇ ନ ଥିଲେ। ଝିଅକୁ ଗିରଜା ସହିତ ସମ୍ପର୍କ ନ ରଖିବାକୁ ମଧ୍ୟ ପରାମର୍ଶ ଦେଇଥିଲେ ା ଘରଲୋକଙ୍କ କଥା ଅନୁଯାୟୀ ଲୋପାମୁଦ୍ରା ବି ଏହି ପ୍ରସ୍ତାବକୁ ବିରୋଧ କରିଥିଲେ। ଏଥିରେ ପ୍ରତିଶୋଧ ପରାୟଣ ହୋଇ ଗିରିଜା ଗତ ଫେବୃୟାରୀ ୧୬ରେ ନିରୋଳାରେ କଥା ହେବା ପାଇଁ ଲୋପାମୁଦ୍ରାଙ୍କୁ ବାଇକରେ ନେଇ ଗୁଞ୍ଜୁସାହି ଜଙ୍ଗଲକୁ ଯାଇଥିଲେ। ସେଠାରେ ଗିରିଜା ଅସଦାଚରଣ କରିବାକୁ ଉଦ୍ୟମ କରୁଥିବା ବେଳେ ଲୋପାମୁଦ୍ରା ବିରୋଧ କରିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ଗିରଜା ତାଙ୍କ ତଣ୍ଟିକୁ ଚିପି ମାରିଦେଇ ବଣ ମଝିରେ ଫୋପାଡି ଦେଇ ସେଠାରୁ ପଳାଇଥିଲେ। ହତ୍ୟା ପରେ ସେ ବାରିପଦାକୁ ବାଇକ ଯୋଗେ ଯାଇ ସେଠାରୁ ପୁଣି ବାଲେଶ୍ୱର ଯିବା ବାଟରେ ୧୬ ନଂ. ଜାତୀୟ ରାଜପଥର କଳମା ପୋଲ ତଳେ ପାଣିରେ ଲୋପାମୁଦ୍ରାର ହାର, ମୁଦି, ପାଉଁଜି ଫୋପାଡି ଦେଇଥିଲେ। ଲୋପାମୁଦ୍ରା ପରିବାର ଯେପରି ତାଙ୍କ ଉପରେ ସନ୍ଦେହ ନ କରିବେ ସେଥିପାଇଁ ସେ ତାଙ୍କ ଘରକୁ ପୂର୍ବଭଳି ଯାଉଥିଲା ଓ ଯୋଗାଯୋଗ ରଖିଥିଲା। ମଝିରେ ଥରେ ଗିରିଜା ହତ୍ୟା କରିଥିବା ସ୍ଥାନ ଗୁଞ୍ଜୁସାହି ଜଙ୍ଗଲକୁ ଯାଇ ଲୋପାମୁଦ୍ରା ମୃତଦେହର ସ୍ଥିତି ପରିଖିଥିଲା। ସେଠାରେ ଏକ ଯୁବତୀଙ୍କ ଗଳିତ ଶବ ପୋଲିସ ଉଦ୍ଧାର କରିଥିବା ଲୋକଙ୍କଠାରୁ ବୁଝି ପଳାଇଆସିଥିଲେ ବୋଲି ଏସ୍‌ଡିପିଓ ପୃଷ୍ଟି ପ୍ରକାଶ କରିଛନ୍ତି। ପୋଲିସ ଅଭିଯୁକ୍ତ ଗିରିଜାଙ୍କୁ ଗିରଫ କରିବା ସହ ଡାକ୍ତରୀମାଇନା କରି ସୋମବାର କୋର୍ଟଚାଲାଣ କରିଛି। ତାଙ୍କ ବ୍ୟାଗରୁ ମୃତ ଲୋପାମୁଦ୍ରାଙ୍କ କଲେଜ ନୋଟ ଓ ମୋବାଇଲ ଜବତ କରାଯାଇଛି। ଗିରିଜାଙ୍କ ବାଇକ୍‌(ନଂ. ଓଡି-୦୧-ଏଫ-୩୯୩୮) କୁ ମଧ୍ୟ ପୋଲିସ ଜବତ କରିଛି ା


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri