ଛାତ୍ରୀବାସରେ ଦୀପାବଳି ପାଳନ କରି ମଧ୍ୟାହ୍ନଭୋଜନ ଖାଇଲେ ଜିଲାପାଳ

ମାଲକାନଗିରି,୨୮।୧୦(ଡି.ଏନ୍‌.ଏ.): ଦୀପାବଳିରେ ରାଜ୍ୟର ବିଭିନ୍ନ ଅନାଥାଶ୍ରମ, ଛାତ୍ରାବାସରେ ମନ୍ତ୍ରୀ, ଜିଲାପାଳମାନେ ଦୀପାବଳି ପାଳନ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ। ଏ ନେଇ ମାଲକାନଗିରି ଜିଲାପାଳ ମନୀଷ ଅଗ୍ରଓ୍ବାଲ ସଦର ମହକୁମା ସପ୍ତଧାରା ଛାତ୍ରୀ ନିବାସରେ ଦୀପାବଳି ପାଳନ କରିଥିଲେ। ଜିଲା ମଙ୍ଗଳ ଅଧିକାରୀ ପ୍ରଦୀପ କୁମାର ପଣ୍ଡା, ସମନ୍ବିତ ଆଦିବାସୀ ଉନ୍ନୟନ ପ୍ରକଳ୍ପ ପ୍ରଶାସକ କ୍ଷୀରାବ୍ଦୀ ବେହେରା, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଡଃ ଗୁଣନିଧି ନାୟକ ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ। ଜିଲାପାଳ ଛାତ୍ରୀମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିବା ସହ ସେମାନଙ୍କ ସହିତ ମଧ୍ୟାହ୍ନଭୋଜନ ଖାଇଥିଲେ।