ଛାତ୍ରୀଙ୍କ ତଣ୍ଟି କାଟିଥିବା ଶିକ୍ଷକ ପଶ୍ଚିମବଙ୍ଗରୁ ଗିରଫ

ଭୋଗରାଇ, ୪।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ଥାନା ଅଧୀନ ଦେହୁର୍ଦ୍ଦା ଗ୍ରାମର ବିଶ୍ୱଜିତ୍‌ ନାଥ (୨୮) ନାମକ ଟ୍ୟୁଶନ ଶିକ୍ଷକ ଯୁକ୍ତ ୨ କଲେଜ ଛାତ୍ରୀଙ୍କୁ ଗତ ୨ ତାରିଖ ରାତିରେ ତଣ୍ଟି କାଟି ଫେରାର ହୋଇଯାଇଥିଲେ। ବାଲେଶ୍ୱର ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଜଳେଶ୍ୱର ଏସ୍‌ଡ଼ିପିଓ ଅଙ୍କିତା କୁମ୍ଭାର, ଭୋଗରାଇ ଥାନା ଅଧିକାରୀ ନରେନ୍ଦ୍ର ଦାସଙ୍କ ନେତୃତ୍ୱରେ ପୋଲିସ ତନାଘନା କରି ଶନିବାର ବିଶ୍ୱଜିତ୍‌ଙ୍କୁ ପଶ୍ଚିମବଙ୍ଗ ବେଲଦା ନିକଟସ୍ଥ ଖାକୁରଦାରୁ ଗିରଫ କରିଛନ୍ତି। ଗିରଫ ଯୁବକଙ୍କ ବିରୋଧରେ ଏକ ମାମଲା(ନଂ.୨/୨୦) ରୁଜୁ କରାଯାଇଛି। ତାଙ୍କୁ ଭୋଗରାଇ ଥାନାକୁ ଆଣି ପୋଲିସ ଅଧିକ ତଥ୍ୟ ସଂଗ୍ରହ ପାଇଁ ପଚରାଉଚୁରା କରୁଛି। ସୋମବାର ତାଙ୍କୁ କୋର୍ଟଚାଲାଣ କରାଯିବ ବୋଲି ସୂଚନା ମିଳିଛି। ଅପରପକ୍ଷରେ ଛାତ୍ର ଏବେ ବିପଦମୁକ୍ତ ବୋଲି ପରିବାର ଲୋକେ କହିଛନ୍ତି। ସେ ଏବେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।