Categories: କନ୍ଧମାଳ

ଛାତ୍ରୀଙ୍କୁ କମେଣ୍ଟ କରି ଜଣେ ଗିରଫ

ଦାରିଙ୍ଗବାଡ଼ି,୧୭।୯(ଡି.ଏନ.ଏ): ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଜଣେ କଲେଜ ଛାତ୍ରୀଙ୍କୁ କମେଣ୍ଟ କରିିବା ଅଭିଯୋଗରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେ ହେଲେ ପର୍ତ୍ତମାହା ପଞ୍ଚାୟତ କିଡ୍ରାମାଲା ଗ୍ରାମର କରନ ଦିଗାଲ୍‌। ଘଟଣାଟି ଗତ କିଛିଦିନ ତଳେ ଘଟିଥିଲେ ମଧ୍ୟ ଏହାକୁ ଗଁା ଏବଂ ପରେ ପଞ୍ଚାୟତରେ ସମାଧାନ କରାଯିବାକୁ ଉଦ୍ୟମ ହୋଇଥିଲା। ସମାଧାନ ପରିବର୍ତ୍ତେ କମେଣ୍ଟ ମାରିଥିବା ବ୍ୟକ୍ତି ଛାତ୍ରୀଙ୍କ ପରିବାରକୁ ଧମକ ଦେଇଥିଲେ। ଏନେଇ ସୋମବାର ଛାତ୍ରୀଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ନଂ.୯୨/୧୯ରେ ମାମଲା ରୁଜୁକରି କରନଙ୍କୁ ଗିରଫ କରିଥିବା ଆଇଆଇସି କୌଶିକ ମାଝୀ କହିଛନ୍ତି। କରନ ବିବାହିତ ଓ ତାଙ୍କର ୩ ସନ୍ତାନ ଅଛନ୍ତି। ସୂଚନାଯୋଗ୍ୟ, ଗ୍ରାମର ମହିଳା, ଯୁବତୀମାନଙ୍କୁ ବାରମ୍ବାର କରନ ଏପରି ହଇରାଣ କରୁଥିବା ଗ୍ରାମବାସୀ ପୋଲିସ ନିକଟରେ କହିଛନ୍ତି।