Categories: ଗଞ୍ଜାମ

ଛାତ୍ରୀଙ୍କୁ ଅସଦାଚରଣ ଘଟଣା, ଅଭିଯୁକ୍ତ ଗିରଫ

ବ୍ରହ୍ମପୁର ଅଫିସ,୨୮ା୧-ଜଣେ ସ୍କୁଲ ଛାତ୍ରୀଙ୍କୁ ଅସଦାଚରଣ ଓ ଏହାର ପ୍ରତିବାଦ କରିବାରୁ ପୀଡିତାଙ୍କ ମା’ଙ୍କୁ ଧମକଚମକ ଅଭିଯୋଗରେ ଟାଉନ ଥାନା ପୋଲିସ ଜଣଙ୍କୁ ଗିରଫ କରିଛି। ସେ ହେଲେ ଟାଉନ ଥାନା ଅନ୍ତର୍ଗତ ଲୋଚାପଡା ଲକ୍ଷ୍ମୀନଗରର ଚିଣ୍ଟୁ ସେଠୀ (୨୨)। ପୋଲିସ ମାମଲା ନଂ. ୧୩/୨୦ରେ ଅଭିଯୁକ୍ତଙ୍କୁ ସୋମବାର କୋର୍ଟ ଚାଲାଣ କରିଛି।
ପ୍ରକାଶଯେ, ଜଣେ ଛାତ୍ରୀ ସ୍କୁଲକୁ ଯିବା ବେଳେ ଚିଣ୍ଟୁ ତାଙ୍କୁ ଅଶ୍ଳୀଳ ଇଙ୍ଗିତ କରି ଆସୁଥିଲେ। ରବିବାର ସ୍କୁଲରେ ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରୀ ଜଣକ ଘରକୁ ଫେରୁଥିବା ବେଳେ ଚିଣ୍ଟୁ ତାଙ୍କୁ ରାସ୍ତାରେ ଅଟକାଇ ଅସଦାଚରଣ କରିଥିଲେ। ଏନେଇ ତାଙ୍କ ମା’ଙ୍କୁ ଜଣାଇଥିଲେ। ପରେ ପୀଡ଼ିତାଙ୍କ ମା’ ଉକ୍ତ ଯୁବକଙ୍କୁ ତାଗିଦ୍‌ କରିଥିଲେ। ହେଲେ ଯୁବକ ଜଣଙ୍କ ମହିଳାଙ୍କୁ ଠେଲାପେଲା କରିବା ସହ ଧମକଚମକ ଦେଇଥିଲେ। ପରେ ପୀଡ଼ିତାଙ୍କ ମା’ ଏନେଇ ଥାନାରେ ଅଭିଯୋଗ କରିଥିଲେ।