ଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ ଅଭିଯୋଗ: ଜେଲଗଲେ ୨ ଯୁବକ

ଆସିକା,୨୦ା୧୧(ଡି.ଏନ୍‌.ଏ.):  ଆସିକା ଥାନା ଇଲାକାରେ ଜଣେ ଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ ଦେବା ଅଭିଯୋଗରେ ପୋଲିସ ବୁଧବାର ୨ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ ଦୀପକ ପାତ୍ର ଓ ଦେବାଷିଶ ମହାନ୍ତି। ଉଭୟେ ଜଣେ କଲେଜ ଛାତ୍ରୀଙ୍କୁ ରାସ୍ତାରେ ପିଛା କରି ଅଶ୍ଳୀଳ ଇଙ୍ଗିତ ଦେଉଥିଲେ। ଏପରିକି ସେମାନେ ଛାତ୍ରୀଙ୍କୁ ଟଣାଓଟରା କରିବା ସହ ଧମକ ଦେଇଥିବା ଥାନାରେ ଅଭିଯୋଗ ହୋଇଥିଲା। ଏହାକୁ ଭିତ୍ତିକରି ପୋଲିସ ନଂ.୪୪୦/୧୯ରେ ଏକ ମାମଲା ରୁଜୁ କରିଥିଲା। ବୁଧବାର ଅଭିଯୁକ୍ତଦ୍ୱୟଙ୍କୁ ବ୍ରହ୍ମପୁରସ୍ଥିତ ପୋକ୍‌ସୋ କୋର୍ଟକୁ ଚାଲାଣ କରାଯାଇଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି।