ଛାଡ଼ପତ୍ର ଦାବିକଲେ ଡେରେକ୍‌ଙ୍କ ସ୍ତ୍ରୀ

ଓ୍ବାଶିଂଟନ,୪ା୬(ପି.ଟି.): ଜର୍ଜ ଫ୍ଲୟଡ୍‌ଙ୍କ ହତ୍ୟା ଅଭିଯୁକ୍ତ ପୋଲିସ ଅଧିକାରୀ ଡେରେକ୍‌ ଶଉଭିନ୍‌ (୪୪)ଙ୍କୁ ଚାକିରିରୁ ନିଲମ୍ବନ କରାଯାଇ ଗିରଫ କରାଯାଇଛି। ଡେରେକ୍‌ଙ୍କ ସ୍ତ୍ରୀ କିଲିଏ ମେ ଶଉଭିନ୍‌ (୪୫) ଏହି ଥାର୍ଡ-ଡିଗ୍ରୀ ହତ୍ୟାକାଣ୍ଡକୁ ନେଇ ମର୍ମାହତ ହୋଇ ତାଙ୍କଠାରୁ ଛାଡ଼ପତ୍ର ଦାବି କରିଛନ୍ତି। ପୂର୍ବତନ ମିସ୍‌ ମିନେସୋଟା ଆମେରିକା ପିଜେଣ୍ଟ ବିଜେତା କିଲିଏ ଲାଓସ୍‌ରୁ ଜଣେ ଶିଶୁ ଶରଣାର୍ଥୀ ଭାବେ ଆମେରିକାକୁ ଆସିଥିଲେ। ପୋଲିସ ଅଫିସର ଡେରେକ୍‌ଙ୍କ ସହ ସେ ୧୦ ବର୍ଷ ତଳେ ବିବାହ କରିଥିଲେ। ଏବେ କିଲିଏ ତାଙ୍କ ସ୍ବାମୀଙ୍କଠାରୁ ଛାଡ଼ପତ୍ର ଦାବି କରି ୮ ପୃଷ୍ଠା ସମ୍ବଳିତ ଏକ ପିଟିଶନ ଦାଏର କରିଛନ୍ତି। ଛାଡ଼ପତ୍ର ସହ ତାଙ୍କ ନାମରୁ ଶଉଭିନ୍‌ ସାଂଜ୍ଞାକୁ ବାଦ୍‌ ଦେବା ପାଇଁ ସେ ଏଥିରେ ଉଲ୍ଲେଖ କରିଛନ୍ତି।

Share