ଛାଡ଼ଖାଇରେ ଡାହୁକା ଡ୍ୟାମରେ ମାଛ ଧରିବାକୁ ନାହିଁ କଟକଣା

ନୟାଗଡ଼ ଅଫିସ,୧୪।୧୧: ନୟାଗଡ଼ ବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ଡାହୁକା ଡ୍ୟାମରେ ବୁଧବାର ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା। ମାଛ ଧରିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା। ଯିଏ ଯେଉଁଠି ପାରିଲା ଡ୍ୟାମରେ ପଶି ଜାଲ ଓ ମଶାରି ପକାଇ ଡାହୁକା ନଦୀରୁ ମାଛ ଧରିନେଲା। ବର୍ଷର ଗୋଟିଏ ଦିନ ଛାଡ଼ଖାଇରେ ଡାହୁକା ଡ୍ୟାମ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସର୍ବସାଧାରଣ ମାଛ ଧରିବା ପାଇଁ ଛାଡ଼ ହୋଇଥାଏ। ଛାଡ଼ଖାଇରେ କୌଣସି କଟକଣା ନ ଥିବାରୁ ଡ୍ୟାମ ନିକଟସ୍ଥ ଖଣ୍ଡୁଗାଁ, ବାଲୁଗାଁ, ଲକ୍ଷ୍ମୀପ୍ରସାଦ, ଗଦାଧରପ୍ରସାଦ, କ୍ରିଦାଶପୁର ପ୍ରଭୃତି ୫ ପଞ୍ଚାୟତ ଅନ୍ତର୍ଗତ ୧୫ଗ୍ରାମର ଶତାଧିକ ଲୋକ ଏକତ୍ରିତ ହୋଇ ମାଛ ଧରୁଥିବା ଦେଖିବାକୁ ମିଳିଥିଲା। ଏହି ଦୃଶ୍ୟ ଖୁବ୍‌ ଆନନ୍ଦ ଦାୟକ ଥିଲା।