ଛପନ ଭୋଗରେ ଭାରତୀୟ ସଂସ୍କୃତିର ଝଲକ

ସମଗ୍ର ଭାରତରେ ଶୁକବ୍ରାର ଭଗବାନ୍‌ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ବହୁ ଧୁମଧାମରେ ପାଳିତ ହେଉଛି। ରାଜ୍ୟର ବିଭିନ୍ନ ମନ୍ଦିର, ଅନୁଷ୍ଠାନ ଓ ସ୍କୁଲରେ ଜନ୍ମାଷ୍ଟମୀ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ କୁନି କୁନି ପିଲାଙ୍କୁ ଶ୍ରୀକୃଷ୍ଣ ଓ ରାଧା ବେଶରେ ଦେଖିବାକୁ ମିଳିଛି। ଏହି ଅବସରରେ ବିଭିନ୍ନ ସ୍ଥାନରେ ଭାବନାତ୍ମକ ପରିବେଶ ସୃଷ୍ଟି ହୋଇଛି। ପ୍ରତିବର୍ଷ ବୃନ୍ଦାବନ ଓ ମଥୁରାରେ ବହୁ ଆଡ଼ମ୍ବରରେ ଜନ୍ମାଷ୍ଟମୀ ପାଳନ ହୋଇଥାଏ। ବୃନ୍ଦାବନରେ କୃଷ୍ଣଙ୍କ ଜନ୍ମଦିନ ପାଳନ କରାଯାଉଥିବା ବେଳେ ମଥୁରାରେ ତାଙ୍କର ଜନ୍ମୋତ୍ସବ ମନାଯାଇଥାଏ। ମାସକ ଆଗରୁ ମନ୍ଦିରର ସାଜସଜ୍ଜା, ଦୋଳିମାନ ପ୍ରସ୍ତୁତ ହୋଇଥାଏ। ସବୁଠାରୁ ମୁଖ୍ୟ ଆକର୍ଷଣୀୟ ଥାଏ ଶ୍ରୀକୃଷ୍ଣଙ୍କଠାରେ ଲାଗୁଥିବା ଛପନ ଭୋଗ। ଚଳିତ ଥର ଇଷ୍ଟ ଅଫ୍‌ କୈଲାଶ ଇସ୍କନ ମନ୍ଦିରରେ ଛପନ ଭୋଗ ସହ ପ୍ରଥମ ଥର ୧୦୦୮ ପ୍ରସାଦର ଭୋଗ କରାଯିବ। ଏଥିରେ ଭାରତର ବିଭିନ୍ନ ରାଜ୍ୟର ଖାଦ୍ୟପେୟ ସଂସ୍କୃତିର ଝଲକ ଦେଖାଯିବ। ୧୦୦୮ ଭୋଗରେ ଗୁଜରାଟ, ମହାରାଷ୍ଟ୍ର, ଓଡ଼ିଶା, ରାଜସ୍ଥାନ ସମେତ ସବୁ ରାଜ୍ୟର ଭୋଗ ଏଥିରେ ସାମିଲ ହେବ। ଛପନ ଭୋଗ କଲେ ଭଗବାନ୍‌ ପ୍ରସନ୍ନ ହେବା ସହ ଲୋକଙ୍କ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ତେବେ ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରେ ଠାକୁରଙ୍କୁ କାହିଁକି ଲଗାଯାଏ ଛପନ ଭୋଗ।  ଏହା ପଛରେ ମଧ୍ୟ ଏକ ପାରମ୍ପରିକ କାରଣ ରହିଛି। ମା’ ଯଶୋଦା କୃଷ୍ଣଙ୍କୁ ଆଠ ପ୍ରହର ବା ଆଠ ଥର ଖାଦ୍ୟ ଖୁଆନ୍ତି। ଦିନେ ଗୋକୁଳରେ ଭାରି ବର୍ଷା ହୋଇଥିବା ବେଳେ ଗୋବର୍ଦ୍ଧନ ପର୍ବତକୁ କୃଷ୍ଣ ନିଜ କାଣି ଆଙ୍ଗୁଠିରେ ଧରି ଗଁାଲୋକଙ୍କୁ ସେଥିରେ ଆଶ୍ରୟ ଦେଇଥିଲେ। ସେହି ସମୟରେ କୃଷ୍ଣ ୭ ଦିନ ପର୍ଯ୍ୟନ୍ତ କିଛି ଖାଇ ନ ଥିଲେ। ବର୍ଷା ଛାଡିବା ପରେ ଯଶୋଦା ଓ ଗୋକୁଳବାସୀ ଆଠ ପ୍ରହର ହିସାବରେ ୭ଦିନକୁ ମିଶାଇ ଛପନ ପ୍ରକାରର ସ୍ବାଦିଷ୍ଟ ବ୍ୟଞ୍ଜନ ତିଆରି କରିଥିଲେ। ସେହି ଦିନରୁ ଛପନ ଭୋଗରେ କୃଷ୍ଣଙ୍କ ମନପସନ୍ଦର ବ୍ୟଞ୍ଜନ ରହିଥାଏ। ଏଥିପାଇଁ କାହିଁ କେତେ ବର୍ଷରୁ ଭଗବାନ୍‌ ଶ୍ରୀକୃଷ୍ଣଙ୍କୁ ଛପନ ଭୋଗ ଲାଗି କରାଯିବାର ପରମ୍ପରା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri