ଛତ୍ରପୁର ଆରଟିଓ ଅଫିସରେ ତରିକା ବଦଳାଇଲେ ଦଲାଲ: ଉଲ୍ଲଂଘନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ଛତ୍ରପୁର,୧୫ା୧୨(ଡି.ଏନ.ଏ)-ଗାଡି ରେଜିଷ୍ଟ୍ରେଶନଠାରୁ ଆରମ୍ଭ କରି ଇନ୍‌ସ୍ୟୁରାନ୍ସ ସାର୍ଟିଫିକେଟ୍‌, ଡ୍ରାଇଭିଂ ଲାଇସେନ୍ସ ଓ ପଲ୍ୟୁସନ ସାର୍ଟିଫିକେଟ ପ୍ରସ୍ତୁତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅବଧିକୁ ଆଉ ୩ ମାସ ବଢାଇ ଦିଆଯାଇଛି । ଅପରପକ୍ଷରେ ଛତ୍ରପୁରସ୍ଥିତ ଆରଟିଓ ଅଫିସ ପରିସରରେ ପୂର୍ବରୁ ଦଲାଲ କାମ କରୁଥିବା ଲୋକେ ସେମାନଙ୍କ ତରିକା ବଦଳାଇ ଲୋକଙ୍କୁ ଶୋଷଣ କରୁଛନ୍ତିି । ବିଭିନ୍ନ ଡ୍ରାଇଭିଂ ଟ୍ରେନିଂ ସେଣ୍ଟର କର୍ମଚାରୀ ବୋଲି ପରିଚୟପତ୍ର ଝୁଲାଇ ଦଲାଲ କାମ କରୁଥିବା ଦେଖିବାକୁ ମିଳୁଛି । ଏପରିକି କୋର୍ଟ ସମ୍ମୁଖ ବର ଗଛଠାରୁ ଆରମ୍ଭ କରି ଆରଟିଓ ଅଫିସ ନିକଟ ବିଭିନ୍ନ ଦୋକାନ ଓ ଘରେ ଏବେ ଦଲାଲ ସକ୍ରିୟ ହୋଇଛନ୍ତିି । ଫୋନ୍‌ ଦ୍ୱାରା ଲୋକଙ୍କ ଗାଡି ସମ୍ବନ୍ଧୀୟ କାଗଜପତ୍ର ପ୍ରସ୍ତୁତ କରୁଥିବା ଜଣାପଡିଛି । ଏବେ ବି ଦୈନିକ ଛତ୍ରପୁରସ୍ଥିତ ଗଞ୍ଜାମ ଆରଟିଓ ଅଫିସ୍‌ରେ ଲୋକେ ଡ୍ରାଇଭିଂ ଲାଇସେନ୍ସ ପାଇଁ ଲମ୍ବା ଲାଇନ୍‌ରେ ଠିଆ ହେଉଛନ୍ତି। ଏଥିସହ ପଲ୍ୟୁସନ ସାର୍ଟିଫିକେଟ୍‌ ପାଇଁ ମଧ୍ୟ ଚଢା ଦର ଲୋକଙ୍କଠାରୁ ଆଦାୟ ହେଉଥିବା ଅଭିଯୋଗ ହୋଇଛି । କୋର୍ଟ ନିକଟରୁ ଆରଟିଓ ଅଫିସ ପର୍ଯ୍ୟନ୍ତ ରାସ୍ତାରେ କାହାରିକୁ ଗାଡିରେ ଯିବାକୁ ଅନୁମତି ଦିଆଯାଉନି । ଏଠାରେ ଆରଟିଓ ଅଫିସ ପକ୍ଷରୁ ଜନୈକ ଘରୋଇ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି। ଅପରପକ୍ଷରେ କେତେକ ନିର୍ଦ୍ଦିଷ୍ଟ ଗାଡିକୁ ଆରଟିଓ ଅଫିସ୍‌କୁ ଛଡାଯାଉଛି । ଦୈନିକ ଶତାଧିକ ଲୋକ ଏଠାକୁ ଆସୁଥିବାରୁ ଜିଲାପାଳଙ୍କ କାର୍ଯ୍ୟାଳୟଠାରୁ ଆରମ୍ଭ କରି ଉପଜିଲାପାଳଙ୍କ ଅଫିସ ପର୍ଯ୍ୟନ୍ତ ଟ୍ରାଫିକ୍‌ ସମସ୍ୟା ବିପର୍ଯ୍ୟସ୍ତ ହେଉଛି । ଅପରପକ୍ଷରେ ପୋଲିସ ଓ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛନ୍ତି ା ଆହୁରି ଜଣାଯାଇଛି, ବିଭିନ୍ନ ଗାଡି କାଗଜପତ୍ର ପ୍ରସ୍ତୁତ ପାଇଁ ସରକାର ୩ ମାସ ଅବଧି ବଢାଇଥିବା ବେଳେ ବିପଦପୂର୍ଣ୍ଣ ଓ ଜୀବନ ପ୍ରତି ବିପଦକୁ ନେଇ ଗାଡି ଚାଳକ ଓ ଟ୍ରାଫିକ୍‌ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶନାମା ଆସିଛି। ରାଜ୍ୟ ପରିବହନ କମିଶନରଙ୍କ ପକ୍ଷରୁ ଏହି ନିର୍ଦ୍ଦେଶନାମା ଗଞ୍ଜାମ ଜିଲାପାଳ, ଗଞ୍ଜାମ ଏସ୍‌ପି, ବ୍ରହ୍ମପୁର ଏସ୍‌ପିଙ୍କ ନିକଟକୁ ଆସିଛି ା ଦ୍ରୁତଗତିରେ ଗାଡି ଚାଳନା, ଲାଲ୍‌ ସିଗନାଲକୁ ନ ମାନି ଆଗକୁ ଗାଡି ନେବା, ମଦ୍ୟପାନ କରି ଗାଡି ଚଳାଇବା, ମୋବାଇଲ୍‌ରେ କଥା ହୋଇ ଗାଡି ଚଳାଇବା, ବିପଦପୂର୍ଣ୍ଣ ଭାବେ ଗାଡି ଚାଳନା, ୩ ଜଣଙ୍କୁ ବସି ଗାଡି ଚଳାଇବା, ହେଲମେଟ୍‌ ନ ପିନ୍ଧି ଓ ସିଟ୍‌ ବେଲ୍ଟ ନ ବାନ୍ଧିି ଗାଡି ଚଳାଇବା ଓ ଓଭରଲୋଡିଂ କରୁଥିବା ଚାଳକଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଏନ୍‌ଫୋର୍ସମେଣ୍ଟ କଡାକଡି କରିବାକୁ କୁହାଯାଇଛି। ତେବେ ଏହି ଏନ୍‌ଫୋର୍ସମେଣ୍ଟ ଓ ଗାଡି ଯାଞ୍ଚ ବେଳେ ଟ୍ରାଫିକ୍‌ ବ୍ୟବସ୍ଥା ପ୍ରତି ଧ୍ୟାନ ଦେବାକୁ ନିର୍ଦ୍ଦେଶ ଆସିଛି ା


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

ରାଜ୍ୟରେ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍‌ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…

‘ଛାତ୍ରୀଛାତ୍ର ଶୃଙ୍ଖଳାର ସହ ଦେଶ ପ୍ରେମରେ ନିଜକୁ ଦୀକ୍ଷିତ କରାଇ ଭଲ ମଣିଷ ହେବାକୁ ଆହ୍ବାନ’

ଗଞ୍ଜାମ,୫ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଐତିହାସିକ ଦନ୍ତପୁର ତଥା ଅଧୁନା ରାମଗଡ଼ ପଞ୍ଚାୟତର ରଘୁନାଥପୁରଠାରେ ଥିବା ସ୍ବାମୀ ବିବେକାନନ୍ଦ ବିଦ୍ୟା ମନ୍ଦିରର ତ୍ରୟୋଦଶ ବାର୍ଷିକ ଉତ୍ସବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri