ଛଟେଇ ଶ୍ରମିକଙ୍କୁ ପୁନଃ ନିଯୁକ୍ତି ଦାବି: ପିଆଇସିଟି ବର୍ଥ ଟର୍ମିନାଲ ସମ୍ମୁଖରେ ଧାରଣା

ପାରାଦୀପ,୧୧ା୧(ସ୍ବ.ପ୍ର.): ପାରାଦୀପ ବନ୍ଦରର ପିଆଇସିଟି ବର୍ଥ ଟର୍ମିନାଲ ସମ୍ମୁଖରେ ଶୁକ୍ରବାର ପାରାଦୀପ ପୋର୍ଟ ଆଣ୍ଡ ଡକ୍‌ ମଜଦୁର ୟୁନିୟନ ପକ୍ଷରୁ ଧାରଣା ଦିଆଯାଇଛି। ଉକ୍ତ ପ୍ରକଳ୍ପରେ କାମ କରୁଥିବା ୬ ଜଣ ଶ୍ରମିକଙ୍କୁ ଛଟେଇ କରାଯାଇଛି। ସେମାନଙ୍କୁ ପୁନଃ ନିଯୁକ୍ତି ଓ ଅନ୍ୟ ଶ୍ରମିକଙ୍କ ନିୟମିତ ଦରମା ଦାବିରେ ସକାଳେ ଗେଟ୍‌ ବନ୍ଦ ଆନ୍ଦୋଳନ ହୋଇଥିଲା। ସନ୍ଧ୍ୟାରେ ଆଲୋଚନା ପାଇଁ ପ୍ରଶାସନ ଓ ପୋଲିସ ପ୍ରସ୍ତାବ ଦେବା ପରେ ଗେଟ୍‌ ଅବରୋଧକୁ ହଟାଇ ଦିଆଯାଇଛି। ଆଲୋଚନା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଧାରଣା ଜାରି ରହିବ ବୋଲି ୟୁନିୟନ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ ଯେ, ପାରାଦୀପ ବନ୍ଦରର କ୍ଲିନ୍‌କାର୍ଗୋ ବର୍ଥ ପାଇଁ ପିଆଇସିଟି (ପାରାଦୀପ ଇଣ୍ଟର ନ୍ୟାଶନାଲ କାର୍ଗୋ ଟର୍ମିନାଲ) ୩୦ ବର୍ଷିୟା ବିଓଟି (ବିଲ୍ଡ ଅପରେଟ ଟ୍ରାନ୍ସଫର) ବ୍ୟବସ୍ଥାରେ ନେଇଛି। ସେଥିରେ ନିୟୋଜିତ ଶ୍ରମିକଙ୍କ ମଧ୍ୟରୁ ୬ଜଣଙ୍କୁ ଗତ ବର୍ଷକ ମଧ୍ୟରେ ବାହାର କରାଯାଇଛି। ସେମାନେ ହେଲେ ବି.ବେଣୁ, ବୈଦନାଥ ମଲ୍ଲିକ, ବାବୁଲି ମଣ୍ଡଳ, ଜ୍ଞାନ ମଲ୍ଲିକ, ପ୍ରତାପ ପ୍ରଧାନ ଓ ନିମାଇଁ ମହାନ୍ତି। ସେହି ୬ଜଣଙ୍କ ପୂର୍ବ କାମରେ ନିଯୁକ୍ତି ଓ ଅନ୍ୟ ସମସ୍ତ ଶ୍ରମିକଙ୍କ ଦରମା ନିୟମିତ ପ୍ରଦାନ କରିବା, ମାସକୁ ୨୬ ଦିନର କାମ ଯୋଗାଇଦେବା, ଇପିଏଫ୍‌, ଇଏସ୍‌ଆଇ ସୁବିଧା କରିବା, ସୁରକ୍ଷା ନିରାପତ୍ତା ସାମଗ୍ରୀ ଦେବା ଆଦି ଦାବିରେ ୟୁନିୟନର ଶତାଧିକ ଶ୍ରମିକ ସକାଳେ ପିଆଇସିଟି ମୁଖ୍ୟ ଫାଟକ ଆଗରେ ଧାରଣା ଦେଇଥିଲେ। ପରେ ପ୍ରଶାସନିକ ଆଲୋଚନା ପ୍ରତିଶ୍ରୁତି ପାଇବା ପରେ ଫାଟକ ଅବରୋଧ ହଟିଛି। କିନ୍ତୁ ଆଲୋଚନା ହେବା ପର୍ଯ୍ୟନ୍ତ ଧାରଣା ବଳବତ୍ତର ରହିବ ବୋଲି ୟୁନିୟନ ସମ୍ପାଦକ ସନାତନ ବେହେରା କହିଛନ୍ତି। ଏ ପ୍ରସଙ୍ଗରେ କମ୍ପାନୀର ମାନବ ସମ୍ବଳ ଅଧିକାରୀ କୂଳମଣି ପଣ୍ଡାଙ୍କୁ ପଚାରିବାରେ, ସମ୍ପୃକ୍ତ ଶ୍ରମିକଙ୍କ ମଧ୍ୟରୁ ଜଣେ ବର୍ଷେ ତଳୁ ଗଞ୍ଜେଇ ବେପାର କରିବାରୁ ତାଙ୍କୁ ସମ୍ପୃକ୍ତ ଠିକାଦାର ବାହାର କରିଥିଲେ। କ୍ୟାପଟେନ୍‌ ତାଙ୍କ ଭାଷା ନ ବୁଝି ପାରିବା ସହ ମଦ ଦେଇ ନ ଥିଲେ। ଏଥିରେ ପ୍ରତିକ୍ରିୟାଶୀଳ ହୋଇ ଶ୍ରମିକମାନେ ତାଙ୍କୁ ମାଡ଼ଗାଳି ଦେଇଥିଲେ। ଉକ୍ତ ଘଟଣା କମ୍ପାନୀ ଓ ଆମ ଦେଶକୁ ବଦନାମ୍‌ କରିଥିବାରୁ କମ୍ପାନୀ କର୍ତ୍ତୃପକ୍ଷଙ୍କ ସୁପାରିସକ୍ରମେ ତାଙ୍କୁ କାମରୁ ବହାର କରାଯାଇଛି। ଯେତେେବେଳ ଏହି ଘଟଣା ଘଟିଥିଲା ସମ୍ପୃକ୍ତ ଶ୍ରମିକମାନେ ଅନ୍ୟ ଏକ ୟୁନିୟନରେ ସାମିଲ ଥିଲେ। ଏବେ ଡକ୍‌ ମଜଦୁର ସଂଘରେ ମିଶି ଏପରି ହଇରାଣ କରୁଛନ୍ତି। ସମସ୍ତ ଘଟଣା ପୂର୍ବରୁ ଏବଂ ଏବେ ପ୍ରଶାସନକୁ ଅବଗତ କରାଯାଇଛି। ଆସନ୍ତା ସପ୍ତାହରେ ପ୍ରଶାସନ ଯାହା କିଛି ନିଷ୍ପତ୍ତି ନେବେ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ଉତ୍ସବମୁଖର: ଶିବାଳୟରେ ଭକ୍ତଙ୍କ ପ୍ରବଳ ଭିଡ଼

ଗଞ୍ଜାମ,୧୫ା୨(ଅନାଥ ତରାଇ): ପବିତ୍ର ମହାଶିବରାତ୍ରି ଅବସରରେ ରବିବାର ଗଞ୍ଜାମ ସହର ଉତ୍ସବମୁଖର ହୋଇଉଠିଛି। ସ୍ଥାନୀୟ ପ୍ରସିଦ୍ଧ ଖଣ୍ଡେଶ୍ୱର ମନ୍ଦିରରେ ଭୋର୍‌ ସମୟରୁ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ…

ମହାଶିବରାତ୍ରିରେ ଏହି ୩ ରାଶିର ଖୋଲିବ ଭାଗ୍ୟ, ପାଖକୁ ଆସିବ ପ୍ରଚୁର ଟଙ୍କା

ଶିବ ପୁରାଣ ଅନୁସାରେ ଭଗବାନ ଶିବ ବିଷ୍ଣୁ ଏବଂ ବ୍ରହ୍ମାଙ୍କ ସମ୍ମୁଖରେ ଏକ ଲିଙ୍ଗ ରୂପରେ ପ୍ରକଟ ହୋଇଥିଲେ। ସେହି ଦିନ ଫାଲ୍‌ଗୁନ ମାସର କୃଷ୍ଣପକ୍ଷର ଚତୁର୍ଦ୍ଦଶୀ…

ଦେବଗଡ଼ର ପରିତ୍ୟକ୍ତ ଶିଶୁ ବଢ଼ିବ ଆମେରିକାରେ, ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରି…

ଦେବଗଡ଼,୧୫ା୨(ଶଶାଙ୍କ ଶେଖର ଝାଙ୍କର): ଜିଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ଆବେଦନ ଓ ଜିଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅନୁମୋଦନ ପରେ ବିଗତ ତିନି ବର୍ଷରୁ…

ଟ୍ରେନ୍‌ ଲାଇନ୍‌ ପାର ସମୟରେ ବୃଦ୍ଧଙ୍କୁ ଧକ୍କା ଦେଲା ଟ୍ରେନ୍‌, ଚାଲିଗଲା ଜୀବନ

ଲଖନପୁର,୧୫ା୨(ଗୌତମ ସାହୁ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ସୀମାନ୍ତ କନକତୋରା ଗ୍ରାମର ଫଲ୍ଲବ ପଧାନ(୬୨) ନିକଟସ୍ଥ ପଡ଼ୋଶୀ ରାଜ୍ୟ ଏକତାଳ କ୍ରିକେଟ ପଡ଼ିଆ ପାର୍ଶ୍ୱରେ ଯାଇଥିବା ଏନଟିପିସି…

ରାଜ୍ୟର ସର୍ବୋଚ୍ଚ ଶିବ ପ୍ରତିମୂର୍ତ୍ତି: ବେଲେଶ୍ୱର ପୀଠରେ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁ…

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଆଜି ହେଉଛି ମହାଶିବରାତ୍ରି ପର୍ବ। ତେଣୁ ରବିବାର ଭଞ୍ଜନଗର ଅଞ୍ଚଳର ସମସ୍ତ ଶୈବ ପୀଠରେ ଭଗବାନ ଶିବଠାକୁରଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ…

Mahashivratri 2026: ଜାଗରରେ ମଙ୍ଗଳଙ୍କ ମହାପରିବର୍ତ୍ତନ, ଏହି ୩ରାଶିର ବାଜିବ ଲଟେରୀ!

ମହାଶିବରାତ୍ରି ପର୍ୱକୁ ଭଗବାନ ଶିବଙ୍କ ପୂଜା ଏବଂ ଭକ୍ତିର ସର୍ୱୋତ୍ତମ ଉତ୍ସବ ଭାବରେ ବିବେଚନା କରାଯାଏ। ଏହି ବର୍ଷ ମହାଶିବରାତ୍ରିକୁ ବହୁତ ସ୍ୱତନ୍ତ୍ର ଭାବରେ ବିବେଚନା କରାଯାଏ…

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

India vs Pakistan: ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ସବୁଠୁ ବଡ଼ ଭବିଷ୍ୟବାଣୀ! ଜିତିବ ଏହି ଟିମ୍‌ …

କଲମ୍ୱୋ,୧୫ା୨: ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ୍‌ ୨୦୨୬ର ସବୁଠୁ ହାଇ ଭୋଲଟେଜ୍ ମୁକାବିଲା ଆସନ୍ତାକାଲି ଖେଳାଯିବ । ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀଙ୍କ ମଧ୍ୟରେ ଘମାଘୋଟ୍‌ ଲଢେଇ ହେବାକୁ ଯାଉଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri