Categories: ଖେଳ

ଚ୍ୟାରିଟି ମ୍ୟାଚ୍‌ ଖେଳିବେ ଆକ୍ରମ, ଯୁବରାଜ

ନୂଆଦିଲ୍ଲୀ,୨୬।୧- ପୂର୍ବତନ ପାକିସ୍ତାନ ଅଧିନାୟକ ଓ୍ବାସିମ ଆକ୍ରମ ଓ ପୂର୍ବତନ ଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂ ବଶଫାୟାର ରିଲିଫ ମ୍ୟାଚ୍‌ରେ ଖେଳିବେ। ଏହି ଚ୍ୟାରିଟି ମ୍ୟାଚ୍‌ ୮ ତାରିଖରେ ଅଷ୍ଟ୍ରେଲିଆର ମେଲବୋର୍ନ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ। ମ୍ୟାଚ୍‌ରୁ ଆଦାୟ ସମସ୍ତ ଅର୍ଥ ଅଷ୍ଟ୍ରେଲିଆରେ ଲାଗିଥିବା ନିଆଁ କାରଣରୁ ହୋଇଥିବା କ୍ଷୟକ୍ଷତିର ଭରଣ ପାଇଁ ବ୍ୟବହୃତ ହେବ। ରିକି ପଣ୍ଟିଂ ଏକାଦଶ ଓ ଶେନ ଓ୍ବର୍ନ ଏକାଦଶ ମଧ୍ୟରେ ଖେଳାଯିବ। ମ୍ୟାଚ୍‌ ଦିନ ବିଗ୍‌ ବାଶ ଲିଗ୍‌ (ବିବିଏଲ) ଫାଇନାଲ ଓ ମହିଳା ଟି୨୦ ବିଶ୍ୱକପ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ ମଧ୍ୟ ଖେଳାଯିବାର କାର୍ଯ୍ୟସୂଚୀ ରହିଛି। ଆକ୍ରମ ଓ ଯୁବିଙ୍କ ବ୍ୟତୀତ ଆଣ୍ଡ୍ର୍ୟୁ ସାଇମଣ୍ଡସ, ମାଇକେଲ ହସି ଓ ବ୍ରାଡ ହାଡିନ, ମହିଳା କ୍ରିକେଟ ଷ୍ଟାର ଇଲିସ ଭିଲାନି ଓ ଗ୍ରେସ ହାରିସଙ୍କ ଭଳି ଖେଳାଳି ଖେଳିବେ। ଦୁଇ ଦଳରେ ସଚିନ ତେନ୍ଦୁଲକର ଓ କଟର୍ନି ଓ୍ବାଲସ କୋଚ୍‌ ଦାୟିତ୍ୱରେ ରହିବେ।

Share