Categories: ଖେଳ

ଚ୍ୟାରିଟି ଫୁଟ୍‌ବଲ ମ୍ୟାଚ୍‌ ଖେଳିଲେ ଧୋନୀ, ପେସ

ନୂଆଦିଲ୍ଲୀ,୭।୧୦: ଭାରତୀୟ ଦଳର ବିଶ୍ୱକପ୍‌ରୁ ବିଦାୟ ପରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏପର୍ଯ୍ୟନ୍ତ ଜାତୀୟ ଦଳକୁ ଫେରି ନାହାନ୍ତି। କିନ୍ତୁ ବିଭିନ୍ନ ଖେଳରେ ଭାଗ ନେଇ ଚର୍ଚ୍ଚାରେ ରହିଆସୁଛନ୍ତି। ସେ ଏବେ ପୁଣି ଫୁଟ୍‌ବଲ ଖେଳୁଥିବାର ନଜର ଆସିଛନ୍ତି। ଧୋନୀ ଓ କିମ୍ବଦନ୍ତୀ ଟେନିସ ଖେଳାଳି ଲିଆଣ୍ଡର ପେସ ଏକ ଚ୍ୟାରିଟି ଫୁଟ୍‌ବଲ ମ୍ୟାଚ୍‌ରେ ଏକାସାଙ୍ଗେ ଖେଳିଛନ୍ତି। ଧୋନୀ ଅନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ଜାତୀୟ ଦଳରୁ ବିରତି ନେଇଛନ୍ତି।

Share