ଚୌଦ୍ୱାର ଜେଲରେ ରହି ଦାଦାବଟି ଆଦାୟ: ୪ ଗିରଫ

କଟକ ଅଫିସ, ୨୬।୧: ଚୌଦ୍ୱାର ଜେଲରେ ଥାଇ ଜଣେ ବ୍ୟବସାୟୀଙ୍କୁ ଦାଦାବଟି ମାଗିବା ଘଟଣାରେ ଚାଉଳିଆଗଞ୍ଜ ଥାନା ପୋଲିସ ଶନିବାର ୪ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ବିଡାନାସୀ ଗୋପାଳ ସାହିର ପ୍ରତାପ ବେହେରା(୫୪), ତାଙ୍କ ସ୍ତ୍ରୀ ପୁଷ୍ପଲତା ବେହେରା(୪୯), ବିଡାନାସୀ ବସୁନ୍ଧରା ଲେନର ଉଲ୍ଲାସ ବେହେରା(୨୪) ଓ ରାହୁଲ ମୁର୍ମୁ(୧୯)। ଏମାନଙ୍କ ଠାରୁ ଗୋଟିଏ ଗାଡ଼ି(ଓଡି-୩୩-ଜେଡ-୭୦୪୪) ଓ ୪ଟି ମୋବାଇଲ ଫୋନ ଜବତ ହୋଇଛି।

ସୂଚନା ଅନୁଯାୟୀ, ଗତ ୨୧ ତାରିଖରେ ମଙ୍ଗୁଳି ଛକ ନିକଟରେ ଥିବା ଶ୍ରୀ ଗଜାନନ୍ଦ ଇଣ୍ଡଷ୍ଟ୍ରିର ମାଲିକ ଗୋପାଳ ଚନ୍ଦ୍ର ଗୁପ୍ତାଙ୍କୁ ଟାଙ୍ଗୀ ଥାନା ପୋଲିସ ଗିରଫ କରିଥିଲା। ନକଲି ତେଲ କାରଖାନା ଚଲାଇବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଥିଲା। ଏହାପରେ ତାଙ୍କୁ ୨୨ତାରିଖରେ କୋର୍ଟ ଚାଲାଣ କରାଯାଇ ଚୌଦ୍ୱାର ଜେଲକୁ ପଠାଇ ଦିଆଯାଇଥିଲା। ତେବେ ସେଠାରେ ଗୁପ୍ତାଙ୍କୁ ଦୁର୍ଦ୍ଦାନ୍ତ ଧଳଭ୍ରାତାଙ୍କ ପ୍ରମୁଖ ସହଯୋଗୀ ଲିଟୁଆ ଓରଫ ଭରତ ବେହେରା ଧମକ ଦେଇଥିଲା। ତାଙ୍କୁ ୫୦ ଲକ୍ଷ ଟଙ୍କା ଦାଦାବଟି ମାଗିଥିଲେ। ଟଙ୍କା ଦେଲେ ଜେଲରେ ତାଙ୍କୁ କୌଣସି ପ୍ରକାର ହଇରାଣ କରାଯିବ ନାହିଁ । ନହେଲେ ତାଙ୍କ ସହ ପୂରା ପରିବାରକୁ ଜୀବନରୁ ମାରିଦିଆଯିବ ବୋଲି ଗୁପ୍ତାଙ୍କୁ ଲିଟୁଆ ଧମକ ଦେଇଥିଲା। ଲିଟୁଆ ପାଖରେ ଥିବା ଏକ ମୋବାଇଲରୁ ଗୁପ୍ତାଙ୍କ ସ୍ତ୍ରୀ ସୀମା ଗୁପ୍ତାଙ୍କୁ ଯୋଗାଯୋଗ କରିବା ସହ ଦାଦାବଟି ବାବଦରେ ୫୦ଲକ୍ଷ ଟଙ୍କା ମାଗିଥିଲେ। ଏହା ପରଦିନ ସୀମା ଚୌଦ୍ୱାର ଜେଲକୁ ଆସି ଗୁପ୍ତାଙ୍କୁ ଭେଟିବା ସମୟରେ ଲିଟୁଆ ଓ ତାଙ୍କର କିଛି ସହଯୋଗୀ ପୁନର୍ବାର ତାଙ୍କୁ ଦାଦାବଟି ପାଇଁ ଧମକ ଦେଇଥିଲେ। ଲିଟୁଆ ଓ ତାଙ୍କ ଦୁଇ ସହଯୋଗୀ ମହାନଦୀ ବିହାରସ୍ଥିତ ଗୁପ୍ତାଙ୍କ ଘରକୁ ଯାଇ ଟଙ୍କା ଆଣିବା ପାଇଁ ଲିଟୁଆ କହିଥିଲା। ତେବେ ଏ ନେଇ ସୀମା ଚାଉଳିଆଗଞ୍ଜ ଥାନାରେ ଏତଲା ଦେଇଥିଲେ। ଏ ସମ୍ପର୍କରେ ପୋଲିସ ଏକ ମାମଲା (ନଂ. ୩୦/୨୦)ରୁଜୁକରି ତଦନ୍ତ ଚଳାଇଥିଲା। ତେବେ ଶୁକ୍ରବାର ଲିଟୁଆଙ୍କ ଦୁଇ ସହଯୋଗୀ ବିଡାନାସୀ ଅଞ୍ଚଳର ରାହୁଲ ଓ ଉଲ୍ଲାସ ମହାନଦୀ ବିହାର ସ୍ଥିତ ଗୁପ୍ତାଙ୍କ ଘରକୁ ଆସିଥିଲା ବେଳେ ପୋଲିସ ତାଙ୍କୁ କାବୁ କରିଥିଲା। ସେମାନଙ୍କୁ ଥାନାରେ ନେଇ ଜେରା କରିବା ପରେ ପୂରା ଘଟଣାର ପର୍ଦ୍ଦାଫାଶ ହୋଇଥିଲା। ଜେଲରେ ଥିବା ଲିଟୁଆଙ୍କ ଇସାରାରେ ତାଙ୍କ ବାପା ଓ ମା’ ହିଁ ଦାଦାବଟି ଆଦାୟ କରୁଥିବା ବିଷୟ ଜଣାପଡିଥିଲା। ଏହା ପରେ ଶନିବାର ଚାଉଳିଆଗଞ୍ଜ ଥାନା ପୋଲିସ ବିଡାନାସୀ ଗୋପାଳସାହି ସ୍ଥିତ ଲିଟୁଆଙ୍କ ଘରେ ଚଢାଉ କରି ତାଙ୍କ ବାପା ପ୍ରତାପ ବେହେରା ଓ ମା’ ପୁଷ୍ପଲତା ବେହେରାଙ୍କୁ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri