ଚୌଦ୍ୱାର ଜେଲରେ କଏଦୀଙ୍କୁ ହତ୍ୟା

କଟକ ଅଫିସ୍‌/ ଚୌଦ୍ୱାର, (ଡି.ଏନ.ଏ.),୨୫।୬: ଚୌଦ୍ୱାର ଜେଲ ଭିତରେ ସୋମବାର ଜଣେ କଏଦୀଙ୍କୁ ହତ୍ୟା କରାଯାଇଛି। ମୃତକ ହେଲେ କଟକ ବିଡାନାସୀ ଥାନା ଅନ୍ତର୍ଗତ ତୁଳସୀପୁର ମଠସାହିର ଅଞ୍ଚଳର ରମେଶ ପ୍ରଧାନ(୫୫)। ତାଙ୍କ ସହ ଆଜୀବନ ସଜା କାଟୁଥିବା ଜଗତ୍‌ସିଂହପୁର ଜିଲା ବିରିଡି ଥାନା ଅନ୍ତର୍ଗତ ସଢେଇକଣା ଗ୍ରାମର ଜଳଧର ସାମଲ(୩୫)ଙ୍କ ଝଗଡ଼ା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଜଳଧର ଏକ କୋଦାଳରେ ରମେଶଙ୍କ ମୁଣ୍ଡକୁ ହାଣି ଦେଇଥିଲେ।
ଜେଲର ହେମନ୍ତ କୁମାର ସେଠୀଙ୍କ କହିବାନୁଯାୟୀ, ସ୍ତ୍ରୀଙ୍କୁ ହତ୍ୟା କରିବା ଅଭିଯୋଗରେ ରମେଶ ବିଡ଼ାନାସୀ ପୋଲିସ ଦ୍ୱାରା ଗିରଫ ହୋଇ ୨୦୧୧ରୁ ଚୌଦ୍ୱାର ଜେଲରେ ସଜା କାଟୁଥିବାବେଳେ ଜଳଧର ମଧ୍ୟ ଏକ ହତ୍ୟା ମାମଲାରେ ୨୦୧୨ରୁ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି। ସବୁଦିନ ପରି ସୋମବାର ସକାଳ ୯ଟାରେ ଜେଲ ପରିସରସ୍ଥ ବଗିଚାରେ ୪୦ଜଣ କଏଦୀ ସଫେଇ କରୁଥିଲେ। ସେମାନଙ୍କ ମଧ୍ୟରେ ରମେଶ ଓ ଜଳଧର କାର୍ଯ୍ୟ କରୁଥିଲେ। କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରଥମେ ବଚସା ଓ ପରେ ମାରପିଟ୍‌ ହୋଇଥିଲା। ଏହି ସମୟରେ ଜଳଧର ହାତରେ ଧରିଥିବା ଏକ କୋଦାଳରେ ରମେଶଙ୍କ ମୁଣ୍ଡକୁ ହାଣି ଦେଇଥିଲେ। ଫଳରେ ତାଙ୍କ ମୁଣ୍ଡ ଓ ବେକରେ ଗଭୀର ଆଘାତ ଲାଗିବାରୁ ସେ ଗୁରୁତର ହୋଇପଡ଼ିଥିଲେ। ଜେଲ ପକ୍ଷରୁ ତୁରନ୍ତ ରମେଶଙ୍କୁ ଏସ୍‌ସିବି ମେଡିକାଲକୁ ପଠାଯାଇଥିଲା। ମାତ୍ର ମେଡିକାଲରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଏ ନେଇ ଜେଲର ସେଠୀ ଚୌଦ୍ୱାର ଥାନାରେ ଅଭିଯୋଗ କରିବା ପରେ କମିଶନରେଟ୍‌ ପୋଲିସର ଫରେନସିକ୍‌ ଟିମ୍‌ ଓ ଚୌଦ୍ୱାର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପୋଲିସ ଘଟଣାସ୍ଥଳରୁ ହତ୍ୟାରେ ବ୍ୟବହୃତ କୋଦାଳକୁ ଜବତ କରିଥିବାବେଳେ ଜଳଧରଙ୍କୁ ପଚରାଉଚରା କରିଛି। ଅନ୍ୟପକ୍ଷରେ ଏହି ଘଟଣାରେ କାର୍ଯ୍ୟରତ ୱାର୍ଡର ବାସୁଦେବ ବାସ୍କେଙ୍କୁ ନିଲମ୍ବନ କରାଯାଇଥିବାବେଳେ ଅନ୍ୟଜଣେ ୱାର୍ଡରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜେଲ ଅଧୀକ୍ଷକ ରବୀନ୍ଦ୍ର ନାଥ ସ୍ବାଇଁ କହିଛନ୍ତି ା ସୂଚନାଥାଉ କି, ରମେଶ ସାଧାରଣ ୱାର୍ଡରେ ରହୁଥିବା ବେଳେ ଜଳଧର ତାଙ୍କ ସ୍ବାସ୍ଥ୍ୟଗତ କାରଣରୁ ମେଡିକାଲ ୱାର୍ଡରେ ରହିଆସୁଥିଲେ। ତେବେ କେଉଁ ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ଏହି ଗଣ୍ଡଗୋଳ ଘଟିଲା ତାହା ଅସ୍ପଷ୍ଟ ବୋଲି ଜେଲର ସେଠୀ କହିଛନ୍ତି ା
ସୂଚନାଯୋଗ୍ୟ, ଚୌଦ୍ୱାର ଜେଲ ପରିସରରେ ଗତ ମାର୍ଚ୍ଚ ୯ରେ ଶୁଭ୍ରାଂଶୁ ଶେଖର ଦାସ ଓରଫ ଟୋନି ନାମକ ଅନ୍ତେବାସୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ଟୋନିଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଜେଲ୍‌ରୁ ଏସ୍‌ସିବି ମେଡିକାଲକୁ ନିଆଯାଇଥିଲା। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ଜେଲ୍‌ରେ ନିଶା କାରବାରର ଭିଡିଓ ଭାଇରାଲକୁ ନେଇ ଟୋନିଙ୍କୁ ମାଡ ମରାଯିବାରୁ ତାଙ୍କ ମୃତ୍ୟୁ ଘଟିଥିବା ନେଇ ପରିବାର ଲୋକେ ଅଭିଯୋଗ କରିଥିଲେ। ଏହାବାଦ୍‌ ୨୦୧୩ ଜୁଲାଇରେ ପ୍ରମୋଦ ରାଉତ ନାମକ ଜଣେ ଅନ୍ତେବାସୀ ସୁଶୀଲ ମହାନ୍ତି ନାମକ ଅନ୍ୟ ଜଣେ ଅନ୍ତେବାସୀଙ୍କ ପେଟରେ ଏକ ଷ୍ଟିଲ ଚାମଚ ଭର୍ତ୍ତି କରିଦେଇଥିଲେ। ଫଳରେ ସୁଶୀଲଙ୍କୁ ଗୁରୁତର ଅବସ୍ଥାରେ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଅପରେଶନ କରାଯିବା ପରେ ସେ ଆରୋଗ୍ୟ ହୋଇଥିଲେ। କେବଳ ଏତିକି ନୁହେଁ ଚୌଦ୍ୱାର ଜେଲ ଭିତରେ ନିଶା କାରବାର, ମାରଣାସ୍ତ୍ର ବାହାରିବା ଭଳି ଘଟଣା ମଧ୍ୟ ଅତୀତରେ ଘଟିଛି। ମୋଟାମୋଟି ଭାବେ ଚୌଦ୍ୱାର ଜେଲରେ ସୁରକ୍ଷାକୁ ନେଇ ବଡ଼ଧରଣର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!

୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...

ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍‌

ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ, କହିଲେ ନୂଆ ସରକାରରେ…

ଭୁବନେଶ୍ବର,୩୧ା୧୨: ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ । ସେ ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ।...

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri