Posted inକଟକ

ଚୌଦ୍ୱାରରେ ଡ୍ରୋନ କରୁଛି ସଚେତନ

ଚୌଦ୍ୱାର,୧୮ା୫(ଡି.ଏନ୍‌.ଏ)-ସାରା ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବା ଦିଗରେ ୪ର୍ଥ ପର୍ଯ୍ୟାୟ ଲକ୍‌ଡାଉନ ଘୋଷଣା କରାଯାଇଛି। ଲକ୍‌ଡାଉନରେ ସାମାନ୍ୟ କିଛି ପରିବର୍ତ୍ତନ ତଥା ନୀତିନିୟମକୁ କୋହଳ କରାଯାଇଛି। ହେଲେ ସଂକ୍ରମଣ ନ ବ୍ୟାପିବାର ଦୃଢ ଅସ୍ତ୍ର ହେଉଛି ସାମାଜିକ ଦୂରତା ବଜାୟ ରଖିବା। ଏହାକୁ ନଜରରେ ରଖି ଚୌଦ୍ୱାର ସହରରେ ପୋଲିସ ପକ୍ଷରୁ ସୋମବାର ଡ୍ରୋନ୍‌ କ୍ୟାମେରା ତଥା ଡାକବାଜି ଯନ୍ତ୍ର ଯୋଗେ ଲୋକମାନଙ୍କୁ ଅଧିକରୁ ଅଧିକ ସଚେତନ କରାଯାଉଥିବା ଦେଖିବାକୁ ମିଳିଛି। ଚୌଦ୍ୱାର ଆଇଆଇସି ପଦ୍ମନାଭ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଚୌଦ୍ୱାର ସହରର ପ୍ରମୁଖ ଜନଗହଳି ସ୍ଥାନରେ ଏହି ଡ୍ରୋନ ଯୋଗେ ଲୋକମାନଙ୍କୁ ସାମାଜିକ ଦୂରତା ଉପରେ ସଚେତନତା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inକଟକ View All

ପାଠ୍ୟପୁସ୍ତକ ତ୍ରୁଟି ଘଟଣା, ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ୪….

କଟକ,୨୧।୭(ପ୍ରଭୁକଲ୍ୟାଣ ପାଲ୍): ରାଜ୍ୟରେ ପାଠ୍ୟପୁସ୍ତକ ତ୍ରୁଟି ଘଟଣାରେ ଆଉ ଚାରି ଜଣଙ୍କ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି । ସମ୍ଭାବ୍ୟ ଗିରଫଦାରୀ ଏଡ଼ାଇବା ପାଇଁ ଦିଲ୍ଲୀପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri