Posted inଜାତୀୟ

ଚେନ୍ନାଇ କନେକ୍ଟରୁ ଭାରତ-ଚାଇନା ସହଯୋଗର ନୂଆ ଯୁଗ: ଉଠିଲାନି କଶ୍ମୀର ପ୍ରସଙ୍ଗ

ମାମଲ୍ଲାପୁରମ୍‌,୧୩ା୧୦ (ପି.ଟି./ ଆଇଏଏନ୍‌ଏସ୍‌): ଚାଇନା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କ ସହ ପର୍ଯ୍ୟାୟକ୍ରମେ ୬ ଘଣ୍ଟା ଧରି ଆଲୋଚନା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ପଡ଼ୋଶୀ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ସୁଦୃଢ଼ ହେବ ବୋଲି ଶନିବାର ଆଶାବ୍ୟକ୍ତ କରିଛନ୍ତି। ଏଥିସହିତ ‘ଚେନ୍ନାଇ କନେକ୍ଟ’ ଭାରତ ଓ ଚାଇନା ମଧ୍ୟରେ ସହଯୋଗର ନୂଆ ସମ୍ପର୍କ ଆରମ୍ଭ କରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ତାମିଲନାଡ଼ୁର ମାମଲ୍ଲାପୁରମ୍‌ ସହରରେ ଦୁଇଦିନିଆ ଅନୌପଚାରିକ ଆଲୋଚନା ଶେଷହେବା ପରେ ଜିନ୍‌ପିଙ୍ଗ୍‌ ନେପାଳ ଅଭିମୁଖେ ଯାତ୍ରା କରିଛନ୍ତି। ଦୁଇନେତାଙ୍କ ମଧ୍ୟରେ ବାଣିଜ୍ୟ, ଅର୍ଥନୀତି, ସଂସ୍କୃତି ଓ ଆତଙ୍କବାଦ ଭଳି ପ୍ରସଙ୍ଗ ନେଇ ଆଲୋଚନା ହୋଇଛି। ତେବେ କଶ୍ମୀର ପ୍ରସଙ୍ଗ ଏଥିରେ ସ୍ଥାନ ପାଇନାହିଁ। ‘କଶ୍ମୀର’ ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ ହୋଇଥିବାରୁ ଏନେଇ ଆଲୋଚନା ହୋଇ ନ ଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ସ୍ପଷ୍ଟ କରିଛି।
ଦୁଇଦିନିଆ ଭାରତ ଗସ୍ତରେ ଆସିଥିବା ଚାଇନା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଏକାଧିକ ଥର ଆଲୋଚନା ହୋଇଛି। କୋଭାଲମ୍‌ସ୍ଥିତ ଏକ ବିଳାସପୂର୍ଣ୍ଣ ହୋଟେଲରେ ପ୍ରତିନିଧିସ୍ତରୀୟ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, ବିଗତ ୨୦୦୦ ବର୍ଷ ଧରି ବିଶ୍ୱ ଅର୍ଥନୀତିର ଶକ୍ତି ପାଲଟିଥିବା ଭାରତ ଓ ଚାଇନା ପୁଣି ସେହି ସ୍ଥାନକୁ ଫେରିବାରେ ଲାଗିଛନ୍ତି। ଗତବର୍ଷ ଏପ୍ରିଲ ୨୭-୨୮ରେ ଉହାନରେ ହୋଇଥିବା ପ୍ରଥମ ଅନୌପଚାରିକ ଆଲୋଚନାର ଆବେଗ ଆମ ସମ୍ପର୍କକୁ ଏକ ନୂଆ ଗତି ପ୍ରଦାନ କରିଛି। ଦୁଇଦେଶ ମଧ୍ୟରେ ରହିଥିବା ମତଭେଦକୁ ବିବାଦରେ ପରିଣତ ହେବାକୁ ନ ଦେବା ଏବଂ ପାରସ୍ପରିକ ସ୍ବାର୍ଥକୁ ସମ୍ମାନ ଦେବା ପାଇଁ ଆମେ ନିଷ୍ପତ୍ତି ନେଇଥିଲୁ। ଏବେ ‘ଚେନ୍ନାଇ କନେକ୍ଟ’ ସହଯୋଗର ଏକ ନୂଆ ଯୁଗ ଆରମ୍ଭ କରିବ ବୋଲି ମୋଦି କହିଥିଲେ। ଏହା ପୂର୍ବରୁ ତାଜ୍‌ ଫିଶରମ୍ୟାନ୍‌ସ କୋଭ୍‌ ରିସର୍ଟରେ ଦୁଇନେତାଙ୍କ ମଧ୍ୟରେ ପ୍ରାୟ ଘଣ୍ଟାଏ ଧରି ବ୍ୟକ୍ତିଗତ ଆଲୋଚନା ହୋଇଥିଲା। ସମୁଦ୍ର ଉପକୂଳର ମନଲୋଭା ଦୃଶ୍ୟକୁ ଉପଭୋଗ କରି ଉଭୟେ ବିଭିନ୍ନ ପ୍ରସଙ୍ଗରେ ଭାବ ବିନିମୟ କରିଥିଲେ। ଜିନ୍‌ପିଙ୍ଗ୍‌ଙ୍କ ଚିତ୍ର ଥିବା ଏକ ହାତବୁଣା ସିଲ୍କ କପଡ଼ା ମୋଦି ତାଙ୍କୁ ଉପହାର ଦେଇଥିଲେ। ଜିନ୍‌ପିଙ୍ଗ୍‌ ମଧ୍ୟ ମୋଦିଙ୍କ ଫଟୋ ଥିବା ଚିନାମାଟିର ପାତ୍ର ତାଙ୍କୁ ଉପହାର ସ୍ବରୂପ ପ୍ରଦାନ କରିଥିଲେ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ବେଜିଂ ଗସ୍ତ ବେଳେ ତାଙ୍କ ସହ ଆଲୋଚନା ହୋଇଥିବା ନେଇ ଜିନ୍‌ପିଙ୍ଗ୍‌ ମୋଦିଙ୍କୁ ଅବଗତ କରାଇଥିଲେ। ଭାରତର ଆତିଥ୍ୟରେ ଅଭିଭୂତ ହୋଇଥିବା ଜିନ୍‌ପିଙ୍ଗ୍‌ ପ୍ରଧାନମନ୍ତ୍ରୀଙ୍କୁ ତୃତୀୟ ପର୍ଯ୍ୟାୟ ଅନୌପଚାରିକ ଆଲୋଚନା ପାଇଁ ଚାଇନାକୁ ଆମନ୍ତ୍ରଣ କରିଛନ୍ତି। ଜିନ୍‌ପିଙ୍ଗ୍‌ଙ୍କ ନିମନ୍ତ୍ରଣକୁ ମୋଦି ଗ୍ରହଣ କରିଥିବା ବହିର୍ବ୍ୟାପାର ସଚିବ ବିଜୟ ଗୋଖଲେ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri