ଚେନ୍ନାଇ ଏକ୍ସପ୍ରେସ୍‌ ସିକ୍ୟୁଏଲରେ ସାରା-କାର୍ତ୍ତିକଙ୍କୁ ନେବାକୁ ଚାହୁଁଛନ୍ତି ରୋହିତ ସେଟ୍ଟୀ

ବମ୍ବେ: ଫିଲ୍ମ କେଦାରନାଥ ରିଲିଜ ହେବା ପରେ ନିଜ ଅଭିନୟକୁ ନେଇ ବେଶ୍‌ ପ୍ରଶଂସିତ ହେଉଛନ୍ତି ସୈଫ ଲଳନା ସାରା ଅଲ୍ଲୀ ଖାଁ। ଆଗାମୀ ଦିନରେ କାର୍ତ୍ତିକ ଆର୍ୟନଙ୍କ ସହ ତାଙ୍କ ଚଳଚ୍ଚିତ୍ର ‘ଲଭ୍‌ ଆଜ୍‌ଅଲ’ ରିଲିଜ ହେବାକୁ ଯାଉଛି। ନିକଟରେ ଏହାର ଟ୍ରେଲର ରିଲିଜ ହେବା ପରେ ଉଭୟଙ୍କ ଯୋଡ଼ିକୁ ପସନ୍ଦ କରାଯାଉଛି। ଯାହା ଶୁଣିବାକୁ ମିଳୁଛି, ନିର୍ଦ୍ଦେଶକ ରୋହିତ ସେଟ୍ଟି ସାରା-କାର୍ତ୍ତିକଙ୍କୁ ନିଜ ଫିଲ୍ମ ପାଇଁ କାଷ୍ଟ କରିବାକୁ ଚାହୁଁଛନ୍ତି। ନେହା ଧୁପିୟାଙ୍କ ଚାଟ୍‌ ଶୋ’ରେ ରୋହିତ କହିଛନ୍ତି, ଯଦି ସେ ଚେନ୍ନାଇ ଏକ୍ସପ୍ରେସ୍‌ର ଦ୍ୱିତୀୟ ଭାଗ ନିର୍ମାଣ କରିବେ ତେବେ ନିଶ୍ଚିତ ଭାବେ ଉଭୟଙ୍କୁ ନେବେ।

ରୋହିତ ଏବେ ସୂର୍ଯ୍ୟବଂଶୀ ଫିଲ୍ମକୁ ନେଇ ବ୍ୟସ୍ତ। ଫିଲ୍ମରେ ଅକ୍ଷୟ କୁମାର ମୁଖ୍ୟ ଭୂମିକାରେ ଅଛନ୍ତି। ସେହିଭଳି ତାଙ୍କ ନାୟିକା ସାଜିଛନ୍ତି କଟ୍ରିନା କୈଫ। ଅପରପକ୍ଷେ ସାରା-କାର୍ତ୍ତିକଙ୍କ ‘ଲଭ୍‌ ଆଜ୍‌ କଲ୍‌-୨’ ଫେବୃୟାରୀ ୧୪ରେ ପରଦାକୁ ଆସିବ। ଫିଲ୍ମକୁ ଇମ୍‌ତିଆଜ ଅଲ୍ଲି ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମଟି ଦୀପିକା ଏବଂ ସୈଫ୍‌ ଅଲ୍ଲୀ ଖାଁ ଅଭିନୀତ ଲଭ ଆଜ କଲର ଦ୍ୱିତୀୟ ଭାଗ।

Share