Posted inଖେଳ

ଚେନ୍ନାଇନ ସହ ଡ୍ର’ ରଖିଲା ଓଡ଼ିଶା

ଚେନ୍ନାଇ, ୨୯।୧୧ (ପି.ଟି.)- ଇଣ୍ଡିଆନ ସୁପର୍‌ ଲିଗ୍‌ (ଆଇଏସ୍‌ଏଲ୍‌)ରେ ଗୁରୁବାର ନବାଗତ ଓଡ଼ିଶା ଏଫ୍‌ସି ଓ ଚେନ୍ନାଇନ ଏଫ୍‌ସି ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ୨-୨ ଗୋଲରେ ଡ୍ର’ରେ ଶେଷ ହୋଇଛି। ସ୍ଥାନୀୟ ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଖେଳାଯାଇଥିବା ଏହି ମୁକାବିଲାର ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ଭାବେ ଶେଷ ହୋଇଥିଲା। ଦ୍ୱିତୀୟାର୍ଦ୍ଧରେ ହିଁ ଉଭୟ ଦଳ ୨ଟି ଲେଖାଏ ଗୋଲସ୍କୋର କରିଥିଲେ। ଘରୋଇ ଦଳର ନେରିଜୁସ ଭାଲସ୍କି ଡବଲ୍‌ ଗୋଲ୍‌ସ୍କୋର କରିଥିଲେ ମଧ୍ୟ ଚେନ୍ନାଇନକୁ ଜିତାଇପାରି ନ ଥିଲେ।
ତଥା ମ୍ୟାଚ୍‌ର ୫୧ତମ ମିନିଟ୍‌ରେ ଚେନ୍ନାଇନ ପକ୍ଷରୁ ଭାଲସ୍କି ପ୍ରଥମ ଗୋଲସ୍କୋର କରି ଦଳକୁ ୧-୦ ଗୋଲରେ ଅଗ୍ରଣୀ କରାଇଥିଲେ। ତେବେ ଏହି ଖୁସି ବେଶି ସମୟ ପର୍ଯ୍ୟନ୍ତ ରହି ନ ଥିଲା। ଏହାର ୩ ମିନିଟ୍‌ ପରେ ଓଡ଼ିଶା ଏଫ୍‌ସି ଗୋଲ ଶୁଝାଇବାରେ ସଫଳ ହୋଇଥିଲା। ମଧ୍ୟକ୍ରମ ଖେଳାଳି ନନ୍ଦ କୁମାରଙ୍କ କ୍ରସ ପାସ୍‌କୁ ଜିସ୍କୋ ହର୍ନାଣ୍ଡିଜ ଫ୍ଲିକ୍‌ କରି ଚେନ୍ନାଇନ ଗୋଲପୋଷ୍ଟକୁ ବଲ୍‌ ପଠାଇ ଦେଇଥିଲେ। ଫଳରେ ମ୍ୟାଚ୍‌ ୧-୧ ବରାବରସ୍ଥିତିକୁ ଆସିଥିଲା। ଏହାପରେ ୭୧ତମ ମିନିଟ୍‌ରେ ଚେନ୍ନାଇନର ଭାଲସ୍କି ବ୍ୟକ୍ତିଗତ ତଥା ଦଳ ପାଇଁ ୨ୟ ଗୋଲ କରିଥିଲେ। ଏଥର ମଧ୍ୟ ଓଡ଼ିଶା ଖେଳାଳି ପ୍ରତ୍ୟାବର୍ତ୍ତନ କରି ୧୧ ମିନିଟ୍‌ ପରେ ଗୋଲ ଶୁଝାଇ ଦେଇଥିଲେ। ଆଡ୍ରିଆନେ ସାନ୍ତାସଙ୍କ ଗୋଲବଳରେ ମ୍ୟାଚ୍‌କୁ ଓଡ଼ିଶା ୨-୨ସ୍ତରକୁ ଆଣିଥିଲା। ଏହାପରେ କୌଣସି ଗୋଲ ନ ହେବାରୁ ଉଭୟ ଦଳ ଏକ ପଏଣ୍ଟ ଲେଖାଏ ଭାଗ କରିଥିଲେ। ଓଡ଼ିଶା ଏଫ୍‌ସି ୬ଷ୍ଠ ମ୍ୟାଚ୍‌ରୁ ଗୋଟିଏ ବିଜୟ, ୨ ପରାଜୟ ଓ ୩ ଡ୍ର ସହ ୬ ପଏଣ୍ଟ ପାଇ ଟେବୁଲ ତାଲିକାର ୬ଷ୍ଠ ସ୍ଥାନରେ ରହିଛି। ଅପରପକ୍ଷରେ ଚେନ୍ନାଇନ ୬ ମ୍ୟାଚ୍‌ରୁ ୫ ପଏଣ୍ଟ ପାଇ ୧୦ ଦଳୀୟ ଟେବୁଲ ତାଲିକାର ୮ମ ସ୍ଥାନକୁ ଉଠିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

୬ ବଲ୍‌ରେ ୫ ଉଇକେଟ୍‌ ନେଇ କ୍ରିକେଟ୍‌ ଜଗତରେ ହଇଚଇ କଲେ ଏହି କ୍ରିକେଟର୍‌: ପ୍ରଥମଥର ଘଟିଲା…

ଜାକର୍ତ୍ତା,୨୩।୧୨: ଟି-୨୦ କ୍ରିକେଟରେ ପାଞ୍ଚ ଉଇକେଟ ହାସଲ କରିବା ପ୍ରତ୍ୟେକ ବୋଲରଙ୍କ ସ୍ବପ୍ନ, କାରଣ ଚାରି ଓଭର ସ୍ପେଲରେ ଏହି ସଫଳତା ହାସଲ କରିବା ଅତ୍ୟନ୍ତ...

ମେସିଙ୍କ ଉପରେ ଖସିଲା ଦୁଃଖର ପାହାଡ଼: ଘଟିଗଲା ଏମିତି କିଛି…

ନୂଆଦିଲ୍ଲୀ,୨୩।୧୨: ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସିଙ୍କ ଭଉଣୀ ମାରିଆ ସୋଲ ମିଆମିରେ ତାଙ୍କ ଏସ୍ୟୁଭି ଚଲାଉଥିବା ସମୟରେ ଏକ ଦୁର୍ଘଟଣାର ଶିକାର ହୋଇଛ୍‌ତି। ତାଙ୍କୁ...

କୋହଲିଙ୍କ ପ୍ରଶଂସକଙ୍କୁ ଲାଗିଲା ବଡ଼ ଝଟ୍‌କା: ଆଉ ଦେଖିପାରିବେନି…

ବେଙ୍ଗାଲୁରୁ,୨୩।୧୨: ବିଜୟ ହଜାରେ ଟ୍ରଫି ପୂର୍ବରୁ ବେଙ୍ଗାଲୁରୁର କ୍ରିକେଟ ପ୍ରେମୀଙ୍କ ପାଇଁ ନିରାଶାଜନକ ଖବର ଆସିଛି। ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଆଉ ଏମ. ଚିନ୍ନାସ୍ବାମୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri