ଚେତିଲା ଶକ୍ତିସୁଗାର, ପାର୍କିଂ ରାସ୍ତାରେ ବାଡ଼

ଢେଙ୍କାନାଳ ଅଫିସ, ୧୦।୫ – ଖୋର୍ଦ୍ଧାରୁ ସ୍ପିରିଟ୍‌ ନେବାକୁ ଆସି ଢେଙ୍କାନାଳ ଶକ୍ତିସୁଗାର କମ୍ପାନୀ ମୁଖ୍ୟଫାଟକ ସମ୍ମୁଖ ପାର୍କିଂ ଅଞ୍ଚଳରେ ଦେଢ଼ମାସ ହେଲା ରହିଥିବା ୩ ବିହାରୀ ଟ୍ୟାଙ୍କର ଚାଳକଙ୍କ ଅସ୍ବାଭାବିକ ମୃତ୍ୟୁ ପରେ କାରଖାନା କର୍ତ୍ତୃପକ୍ଷଙ୍କ ଚେତା ପଶିଛି। ଶନିବାର ଅପରାହ୍ନରେ କମ୍ପାନୀ ପକ୍ଷରୁ ୫୫ନଂ. ଜାତୀୟ ରାଜପଥକୁ ଲାଗିଥିବା ପାର୍କିଂ ଏରିଆରେ ଯାନବାହନ ପ୍ରବେଶ ନ କରିବା ଲାଗି ବାଉଁଶ ବାଡ ବନ୍ଧାଯାଇଛି। ଅନ୍ୟପଟେ ଲକ୍‌ଡାଉନ୍‌ ସମୟରେ ସ୍ପିରିଟ୍‌ ନେବା ପାଇଁ ଆସି ଟ୍ୟାଙ୍କରଗୁଡ଼ିକ କିପରି ପାର୍କିଂ ଅଞ୍ଚଳରେ ରହିଥିଲା ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।
ଏ ସଂକ୍ରାନ୍ତରେ କମ୍ପାନୀର ଆଇନ ବିଭାଗ ଦାୟିତ୍ୱରେ ଥିବା ଅଧିକାରୀ ଅକ୍ଷୟ କୁମାର ଦାସ କୁହନ୍ତି, ଲକ୍‌ଡାଉନ୍‌ ସମୟରେ ଅଯଥାରେ ଗାଡିଗୁଡିକ ପାର୍କିଂ ଅଞ୍ଚଳରେ ଆସି ରହୁଛି। ଏହି ଘଟଣା ପରେ ପାର୍କିଂ ଏରିଆରେ ଯାନବାହନ ପ୍ରବେଶ ନ କରିବା ପାଇଁ ଅସ୍ଥାୟୀ ଭାବେ ବାଉଁଶ ବାଡ଼ ବନ୍ଧାଯାଇଛି। ଆଗାମୀ ଦିନରେ ଲୁହା ବାଡ଼ ଲଗାଯିବ ବୋଲି ସେ ସୂଚନା ଦେଇଛନ୍ତି।
ଅନ୍ୟପଟେ ମୃତ ଟ୍ୟାଙ୍କର ଚାଳକଙ୍କ ପରିବାର ସଦସ୍ୟ ଶନିବାର ଢେଙ୍କାନାଳରେ ପହଞ୍ଚତ୍ ଟାଉନ ଥାନା ପୋଲିସ, କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ମୃତକମାନେ ସମ୍ପର୍କରେ ୩ ଭାଇ ହୋଇଥିବାବେଳେ କଟକରେ ଚିକିତ୍ସାଧୀନ ଅବସ୍ଥାରେ ରୁବେଲ ଭାରତୀଙ୍କ ମୃତ୍ୟୁ ଘଟିଥିଲା। ତାଙ୍କର ଅନ୍ତିମ ସଂସ୍କାର କରିବାକୁ ପରିବାର ଲୋକେ କଟକ ଯାଇଥିବା ପୋଲିସ କହିଛି। ସେଠାରୁ ଫେରିବା ପରେ ରବିବାର ଜିଲା ଚିକିତ୍ସାଳୟ ଶବ ସଂରକ୍ଷଣ ଗୃହରେ ଥିବା ଦିଲୀପ ଭାରତୀ ଏବଂ ହରେରାମ ଭାରତୀଙ୍କ ମୃତଦେହ ହସ୍ତାନ୍ତର କରାଯିବ। ମୃତଦେହର ଶେଷକୃତ୍ୟ ଢେଙ୍କାନାଳରେ କରିବାକୁ ପରିବାର ଲୋକେ ଆଲୋଚନା କରୁଥିବା ଟାଉନ ଥାନାଧିକାରୀ ଜ୍ଞାନରଞ୍ଜନ ସାମଲ ସୂଚନା ଦେଇଛନ୍ତି। ଶବ ବ୍ୟବଚ୍ଛେଦର ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ଫୁଡ୍‌ ପଏଜନିଂ ଯୋଗୁ ୩ଭାଇଙ୍କ ମୃତ୍ୟୁ ଘଟିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri