ଚେତାବନୀକୁ ବେଖାତିର: ଏକଛତ୍ରବାଦୀ ଶାସକ କିମ୍‌ ପୁଣି କଲେ କ୍ଷେପଣାସ୍ତ୍ର ପରୀକ୍ଷଣ

ସିଓଲ୍‌,୨୫।୭: ଅନ୍ତର୍ଜାତୀୟ ଚେତାବନୀକୁ ବେଖାତିର କରିଛି ଉତ୍ତର କୋରିଆ। ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ ଗୁରୁବାର ପୁଣି ୨ଟି ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ରର ପରୀକ୍ଷଣ କରିଛନ୍ତି। ଏହା ଆକାଶ ମାର୍ଗରେ ୪୩୦ କିଲୋମିଟର ଅତିକ୍ରମ କରିଥିବା କୁହାଯାଉଛି। ଗତ ଅଢ଼େଇ ମାସ ମଧ୍ୟରେ କିମ୍‌ ଏହାକୁ ମିଶାଇ ଏଭଳି ଦୁଇ ଥର ପରୀକ୍ଷଣ କରିଛନ୍ତି। ଦକ୍ଷିଣ କୋରିଆ-ଆମେରିକା ମଧ୍ୟରେ ହେଉଥିବା ମିଳିତ ଯୁଦ୍ଧାଭ୍ୟାସକୁ ଦୃଷ୍ଟିରେ ରଖି କିମ୍‌ ଏଭଳି କରିଥିବା କୁହାଯାଉଛି। ମିଳିତ ଯୁଦ୍ଧାଭ୍ୟାସ ଦ୍ୱାରା ଉତ୍ତରକୋରିଆ-ଆମେରିକା ସମ୍ପର୍କରେ ପ୍ରଭାବ ପଡ଼ିବାର ଆଶଙ୍କା ଥିବା କିମ୍‌ କହିଛନ୍ତି। ସୂଚନାଯୋଗ୍ୟ, ଏହା ପୂର୍ବରୁ ମେ ୯ରେ କିମ୍‌ କ୍ଷେପଣାସ୍ତ୍ର ପରୀକ୍ଷଣ କରିଥିଲେ।

Share