ଚେକ୍‌ଡ୍ୟାମ୍‌ ଅଚଳ: ୩୩୨୮ ହେକ୍ଟର ଜମିରେ ଜଳସେଚନ ପ୍ରଭାବିତ, ୧୩୪୦ ଯନ୍ତ୍ରୀ ପଦବୀ ଖାଲି

ଭୁବନେଶ୍ୱର,୧୫ା୧୧(ବ୍ୟୁରୋ) : ରାଜ୍ୟରେ ସମୁଦାୟ ୧୩,୪୯୬ ଆଡ଼ିବନ୍ଧ ନିର୍ମାଣ କରାଯାଇଛି। ଏଥିପାଇଁ ୩,୨୦,୯୦୪.୮୭ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି। ଏହା ଦ୍ୱାରା ୧,୩୮, ୫୧୦ ହେକ୍ଟର ସେଚାଞ୍ଚଳ ସୃଷ୍ଟି ହୋଇଥିବା ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ କହିଛନ୍ତି। ସେହିପରି ନିର୍ମାଣ ହୋଇଥିବା ଚେକ୍‌ଡ୍ୟାମ୍‌ ପକ୍ଷରୁ ୨୬୬ଟି ଅଚଳ ହୋଇଛି, ଏହି ଡ୍ୟାମ୍‌ରେ ପାଣି ରହୁନାହିଁ । ଏହା ଦ୍ୱାରା ୩୩୨୮ ହେକ୍ଟର ଚାଷଜମିରେ ଜଳସେଚନ ବାଧାପ୍ରାପ୍ତ ହୋଇଛି। ଭାଜପା ବିଧାୟକ ମୋହନ ମାଝିଙ୍କ ଅଣତାରକା ପ୍ରଶ୍ନ ନଂ.୨୧୧ର ଉତ୍ତର ରଖି ମନ୍ତ୍ରୀ ଦାସ ଗୁରୁବାର ଏହା କହିଛନ୍ତି। ବାଧାପ୍ରାପ୍ତ ହୋଇଥିବା ଜମି ମଧ୍ୟରେ କଳାହାଣ୍ଡି ଜିଲାର ୧୯୩୧ ଆୟକଟ୍‌ ହେକ୍ଟର, ବଲାଙ୍ଗୀରର ୪୦୬ ଆୟକଟ୍‌ ହେକ୍ଟର ଜମି ରହିଛି। ଏତଦ୍‌ ବ୍ୟତୀତ କଟକରେ ୮୭, ଗଞ୍ଜାମରେ ୬୪୦, ମାଲକାନଗିରିରେ ୧୦, ନବରଙ୍ଗପୁରରେ ୮୦, ସୁବର୍ଣ୍ଣପୁରରେ ୧୧୮ ଏବଂ ସୁନ୍ଦରଗଡ଼ରେ ୫୬ ଆୟକଟ୍‌ ହେକ୍ଟର ଜମିରେ ଜଳସେଚନ ବାଧାପ୍ରାପ୍ତ ହୋଇଛି।
ଶାସକ ସଭ୍ୟ ପ୍ରଶାନ୍ତ ବେହେରାଙ୍କ ଦ୍ୱାରା ପଚରା ଯାଇଥିବା ଏକ ଅଣତାରକା ପ୍ରଶ୍ନର ଉତ୍ତରରୁ ଜଣାପଡ଼ିଛି ଯେ, ରାଜ୍ୟରେ ବିଭିନ୍ନ ବର୍ଗର ୧୩୪୦ ଗୋଟି ଯନ୍ତ୍ରୀ ପଦବୀ ଖାଲିପଡିଛି। ତନ୍ମଧ୍ୟରୁ ମୁଖ୍ୟଯନ୍ତ୍ରୀ(ସିଭିଲ୍‌) ୮, ମୁଖ୍ୟଯନ୍ତ୍ରୀ(ବୈଷୟିକ) ୧, ସହାୟକ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ(ସିଭିଲ୍‌) ୪୦୮, କନିଷ୍ଠଯନ୍ତ୍ରୀ(ସିଭିଲ୍‌) ୩୪୮ ଏବଂ କନିଷ୍ଠ ଯନ୍ତ୍ରୀ(ବୈଷୟିକ) ୧୧୩ଟି ପଦବୀ ଖାଲିରହିଛି। ଏହି ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ତନ୍ମଧ୍ୟରୁ ଓପିଏସ୍‌ସି ଦ୍ୱାରା ୩୮୬ଟି ସହକାରୀ ଯନ୍ତ୍ରୀ ପଦବୀ ଏବଂ ୩୬୩ କନିଷ୍ଠ ଯନ୍ତ୍ରୀ ପଦବୀ ପାଇଁ ଓଏସ୍‌ଏସ୍‌ସି ମାଧ୍ୟମରେ ପ୍ରକ୍ରିୟା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖରାପ ପାଗ ସତ୍ତ୍ୱେ ସଫଳ ହୋଇଥିଲା ମ୍ୟାଚ୍‌: ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କୁ ମିଳିଲା ୨୫ଲକ୍ଷ ଟଙ୍କା ପୁରସ୍କାର

ଗୁଆହାଟୀ, ୧୪ା୪: ଖରାପ ପାଗ ସତ୍ତ୍ୱେ ଚଳିତ ସିଜନରେ ୩ଟି ଆଇପିଏଲ୍‌ ମ୍ୟାଚ ସଫଳତା ସହିତ ଆୟୋଜନ କରିପାରିଥିବାରୁ ଆସାମ କ୍ରିକେଟ ଆସୋସିଏଶନ (ଏସିଏ) ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କ…

୨୨ ହାତ ଖାଇ ଦଣ୍ଡରୁ ଝୁଲିଲେ ପାଟୁଆ: କଣ୍ଟା ଫୁଟାଇଥିଲେ ମଧ୍ୟ ବାହାରୁ ନଥିଲା ରକ୍ତ

ସାକ୍ଷୀଗୋପାଳ,୧୪।୪(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପୁରୀ ଜିଲା ସାକ୍ଷୀଗୋପାଳ ନିକଟବର୍ତ୍ତୀ ଭୀମପୁର ଓ ଦାଶବିଦ୍ୟାଧରପୁର ଗ୍ରମାରେ ପ୍ରସିଦ୍ଧ ଖାଇଫୋଡ ଯାତ୍ରା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ମାନସିକ ପୂରଣ…

ବଡ଼ ଆଲର୍ଟ ଜାରି କଲା IMD, ଏସବୁ ଜିଲାରେ ପ୍ରବଳ ବର୍ଷା!

ନୂଆଦିଲ୍ଲୀ,୧୪।୪: ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡକ୍ଟର ଏମ. ମହାପାତ୍ର କହିଛନ୍ତି ଯେ ଚଳିତ ବର୍ଷ ମୋଟ ବର୍ଷା ସାଧାରଣ ହାରାହାରି ପ୍ରାୟ ୯୨ ପ୍ରତିଶତ ହେବ…

ବିହାରରେ ‘ସମ୍ରାଟ’ ଯୁଗ ଆରମ୍ଭ: ବୁଧବାର ଶପଥ ଗ୍ରହଣ

ପାଟନା,୧୪।୪: ନୀତୀଶ କୁମାର ମଙ୍ଗଳବାର ବିହାରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କର ଶେଷ କ୍ୟାବିନେଟ ବୈଠକ କରି ରାଜ୍ୟପାଳଙ୍କ ସହ ସାକ୍ଷାତ କରି ଇସ୍ତଫା ପତ୍ର…

ସଞ୍ଜୁ ସାମସନଙ୍କୁ ICCର ସ୍ବତନ୍ତ୍ର ସମ୍ମାନ, ଜସପ୍ରିତ ବୁମରାହଙ୍କୁ ପଛରେ ପକାଇ ହାସଲ କଲେ ବଡ଼ ଉପଲବ୍ଧି

ନୂଆଦିଲ୍ଲୀ,୧୪।୪: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ମାର୍ଚ୍ଚ ମାସ ପାଇଁ ସଞ୍ଜୁ ସାମସନଙ୍କୁ ପ୍ଲେୟର ଅଫ ଦ ମନ୍ଥ ଆଓ୍ବାର୍ଡରେ ସମ୍ମାନିତ କରିଛି। ୨୦୨୬ ଟି୨୦ ବିଶ୍ୱକପରେ ତାଙ୍କର…

ନିଆଁରେ ଚାଲିଲେ ମାନସିକଧାରୀ, ଦେଖିବାକୁ ହଜାର ହଜାର ଲୋକଙ୍କ ଭିଡ଼

ରିଷିଡା୧୪।୪(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡାସ୍ଥିତ ମା’ ତାରିଣୀ ଅଷ୍ଟ ଚଣ୍ଡୀ ଶୈବ ଶକ୍ତି ପୀଠରେ ଝାମୁଯାତ୍ରା ସୋମବାର ଅନୁଷ୍ଠିତ ହୋଇଯାଇଛି। ମା’ ତାରିଣୀ…

ନିର୍ୱାଚନ ପରେ ଏତେ ମହଙ୍ଗା ହେବ ପେଟ୍ରୋଲ ଦର! ଚମକାଇଲା ରିପୋର୍ଟ

ନୂଆଦିଲ୍ଲୀ,୧୪।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଭାରତୀୟ ତୈଳ କମ୍ପାନୀଗୁଡ଼ିକୁ ପ୍ରଭାବିତ କରିବା ଆରମ୍ଭ କରିଛି। ସରକାରୀ ତୈଳ କମ୍ପାନୀଗୁଡ଼ିକ ପାଇଁ, ପେଟ୍ରୋଲ ଏବଂ…

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଆସିଲା ନୀତୀଶଙ୍କ ପ୍ରତିକ୍ରିୟା, ଭାବପ୍ରବଣ ହୋଇ ଲେଖିଲେ ଏମିତି…

ପାଟନା,୧୪।୪: ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ଲୋକଭବନ ଯାଇ ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ତେବେ ନୀତୀଶଙ୍କ ଇସ୍ତଫା ପରେ ପାଟନାରୁ ଦିଲ୍ଲୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri